ସରକାର ବଦଳାଇଲେ ପ୍ରୋଭିଡେଂଟ ଫଣ୍ଡର ନିୟମ: କୌଣସି କାରଣରୁ ହଠାତ୍ ଚାକିରି ଚାଲିଗଲେ କର୍ମଚାରୀଙ୍କୁ ତୁରନ୍ତ ଦିଆଯିବ ପିଏଫ ଟଙ୍କା

561

ସୂଚନା ମୁତାବକ, ରିଟାୟରମେଂଟ ଫଣ୍ଡ ବଡି ପକ୍ଷରୁ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ତଥା ଇପିଏଫଓ ପକ୍ଷରୁ ଇପିଏଫଓର ସଦସ୍ୟମାନଙ୍କ ସହ ଜଡିତ ଏକ ଆଶ୍ୱସ୍ତିକର ନିଷ୍ପତି ନିଆଯାଇଛି । ଯାହା ଦ୍ୱାରା ଏବେ ଚାକିରି ଚାଲିଯିବା ପରିସ୍ଥିତିରେ ଇପିଏଫଓ ସଦସ୍ୟ ନିଜର ପିଏଫ ଆକାଉଂଟରେ ଜମା ୭୫ ପ୍ରତିଶତ ରକମ ମାସକ ଭିତରେ ଉଠାଇପାରିବେ । ତେବେ ଗତ ୬ ଡିସେମ୍ବରରୁ ଏହି ନିୟମକୁ ଲାଗୁ କରାଯାଇଛି । ବର୍ତ୍ତମାନ ନିୟମ ଅନୁଯାୟୀ, କର୍ମଚାରୀଙ୍କ ଚାକିରି ହରାଇବାର ଦୁଇ ମାସ ପରେ ଯାଇ ଟଙ୍କା ଉଠାଇବାର ଅନୁମତି ଦିଆଯାଇଥିଲା ।

ପିଏଫ ସଂଶୋଧିତ ନିୟମ ଅନୁଯାୟୀ, ଗମ୍ଭୀର ରୋଗର ଚିକିତ୍ସା, ପିଲାଙ୍କ ପାଠପଢା ଏବଂ ବିବାହ ପାଇଁ ପିଏଫର ପୂରା ରକମ ଉଠାଇପାରିବେ । ପିଏଫର ଏହି ସଂଶୋଧିତ ନିୟମ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର କର୍ମଚାରୀ ଉପରେ ବି ଲାଗୁ ହେବ । ଇପିଏଫଓର ସେଂଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିର ବୈଠକ ପରେ ଲେବଲ ମିନିଷ୍ଟର ସନ୍ତୋଷ କୁମାର ଗଂଗୱାର କହିଛନ୍ତି କି, ଆମେ ସ୍କିମରେ କିଛି ସଂଶୋଧନ କରିବା ସହିତ ପିଏଫ ସଦସ୍ୟଙ୍କୁ ବେରୋଜଗାର ହେବାର ଏକ ମାସ ପରେ ନିଜ ଆକାଉଂଟରୁ ୭୫ ପ୍ରତିଶତ ଟଙ୍କା ଉଠାଇବାର ଆଶ୍ୱସ୍ତି ଦେବାକୁ ନିଷ୍ପତି ନେଇଛୁ ।

ଏଠାରେ ଆମେ କହି ରଖୁଛୁ କି, ସରକାରଙ୍କ ତରଫରୁ କର୍ମଚାରୀଙ୍କର ଚାକିରି ଯିବା ପରିସ୍ଥିତିରେ କିମ୍ବା କଂପାନୀରୁ ବହିଷ୍କୃତ ହେବା ପରେ ତଥା ୫୮ ବର୍ଷ ବୟସ ପର୍ଯ୍ୟନ୍ତ ପିଏଫ ଟଙ୍କା ଉଠାଇପାରିବେ ନାହିଁ ବୋଲି ସର୍ତ୍ତ ରଖିଥିଲେ, ଯାହାକୁ ୧ ମଇ ୨୦୧୬ରୁ ଲାଗୁ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ସରକାରଙ୍କ ତରଫରୁ ପିଏଫକୁ ନେଇ ନିଆଯାଇଥିବା ଏଭଳି ନିୟମକୁ ବହୁଳମାତ୍ରାରେ ବିରୋଧ କରାଯାଇଥିଲା । ଯାହାକୁ ନେଇ ଏହି ନିଷ୍ପତି ନିଆଯାଇଛି ।