ମୋଦିଙ୍କ ପ୍ରତ୍ୟେକ ଫଟୋ ପଛରେ ଲୁଚି ରହିଛି କିଛି କାହାଣୀ ! ଜାଣନ୍ତୁ କାହିଁକି ହୋଇଛି ଭାଇରାଲ

71

କେନ୍ଦ୍ରରେ ଏନଡିଏ ସରକାରକୁ ୩ବର୍ଷ ପୁରିଛି । ଗତ ତିନି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ  ଦେଶ ଗସ୍ତ କରିବା ସହ ଅନେକ ସ୍ଥାନ ମଧ୍ୟ ଭ୍ରମଣ କରିଛନ୍ତି ।  ତେବେ ଏହି ଅବସରରେ ମୋଦିଙ୍କର ଅନେକ ଫଟୋ ବିଭିନ୍ନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ରହିଆସିଛି ।

ମୋଦି ଯେତେବେଳେ ଜାପାନ ଗସ୍ତରେ ଥିଲେ ସେଠାରେ ତାଙ୍କର ଏକ ଛୋଟ ବାଳକ ସହିତ ଭେଟ ହୋଇଥିଲା, ଯାହାର କାନ ଟାଣିବାକୁ ଲାଗିଥିଲେ ମୋଦି । ଏହି ଫଟୋ ସୋସିଆଲ ମିଡିଆରେ ହୋଇଥିଲା ଭାଇରାଲ ।

ଚୀନର ଟେରାକୋଟା ମ୍ୟୁଜିୟମରେ ମୋଦି ମୂର୍ତ୍ତିମାନଙ୍କ ଗ୍ରହଣରେ ଉଠାଇଥିବା ଏହି ଫଟୋଟି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଜାପାନ ଗସ୍ତ କାଳରେ ମୋଦି ଏକ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଯେଉଁଠାରେ ସେ ବଂଶୀ ବଜାଇଥିଲେ । ମୋଦିଙ୍କ ଏହି ଫଟୋଟି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

୨୦୧୬ରେ ଆସାମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାର ପରିସ୍ଥିତିକୁ ଆକାଶ ମାର୍ଗରୁ ଆନୁଧ୍ୟାନ କରିଥିଲେ ମୋଦି । ଯାହାର ଏକ ଫଟୋ ହୋଇଥିଲା ଭାଇରାଲ । ତେବେ ମୋଦିଙ୍କ ଏହି ଫଟୋଟିକୁ ସୋସିଆଲ ମିଡିଆରେ ଖୁବ୍ ଅଟ୍ଟହାସ୍ୟ ମଧ୍ୟ କରାଯାଇଥିଲା ।

ଉତର ପ୍ରଦେଶ ନିର୍ବାଚନରେ ବିଜୟଲାଭ କରିବା ପରେ ଯେତେବେଳେ ମୋଦି ଦଳୀୟ କାର୍ଯ୍ୟାଳୟରେ ପହଂଚିଥିଲେ ସେତେବେଳେ ତାଙ୍କର ସ୍ୱାଗତ ଫୁଲବର୍ଷାରେ କରାଯାଇଥିଲା । ଏହି ସମୟରେ ମୋଦି ହସି ହସି ଯେତେବେଳେ ମୁଣ୍ଡରୁ ଫୁଲଗୁଡିକୁ ହଟାଉଥିଲେ ସେହି ସମୟରେ ଉଠାଯାଇଥିବା ଏହି ଚିତ୍ରଟି ହୋଇଥିଲା ଭାଇରାଲ ।

ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ ଯେତେବେଳେ ଭାରତ ଗସ୍ତରେ ନିଜ ପତ୍ନୀଙ୍କ ସହିତ ଆସିଥିଲେ ସେତେବେଳେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ । ମୋଦି ପ୍ରିନ୍ସଙ୍କ ସହ ଏତେ ଜୋରରେ ହାତ ମିଳାଇଥିଲେ କି ପ୍ରିନ୍ସ ଚାର୍ଲ୍ସଙ୍କ ହାତ ପୁରା ଧଳା ପଡିଯାଇଥିଲା ।