ଏଣିକି ଚୋରି ହୋଇଥିବା ମୋବାଇଲ ଫୋନ ମିଳିଯିବ ତୁରନ୍ତ । ମୁହୂର୍ତ୍ତକ ମଧ୍ୟରେ ଚୋରକୁ ଧରିବ ପୁଲିସ୍, ଜାଣନ୍ତୁ କିପରି. . .

50

ଏଣିକି ମୋବାଇଲ ଚୋରି ହୋଇଗଲେ ବି ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ଏହି ସମସ୍ୟାର ସମାଧାନ ବାଟ ବାହାର କରିଛି ପୁଲିସ୍ । ବଜାରକୁ ଏକ ଏଭଳି ଉପକରଣ ଆସିବାକୁ ଯାଉଛି । ଯାହାଦ୍ୱାରା ଚୋରଙ୍କ ପାଇଁ ମୋବାଇଲ ଚୋରି କରିବା ରୋଜଗାରର ମାଧ୍ୟମ ନୁହେଁ ବରଂ ବିପଦର କାରଣ ପାଲଟିଯିବ । ଏଥି ସହିତ ଚୋରି ମୋବାଇଲ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷଙ୍କୁ ବି ପୁଲିସ୍ ମୁହୂର୍ତ୍ତକ ମଧ୍ୟରେ ଗିରଫ କରିପାରିବ ।

Telecommunication Technology Center ଏଭଳି ଏକ ମୋବାଇଲ ଉପକରଣ ତଥା Register-MER system ପ୍ରସ୍ତୁତ କରିଛି । ଯାହାଦ୍ୱାରା ଚୋରି ହୋଇଥିବା ମୋବାଇଲ କୁଅତି ସହଜରେ ଟ୍ରାକ୍ କରାଯାଇପାରିବ, ଯେବେକି ଏହାର ଆଇଏମଇଆଇ ନମ୍ବର ପରିବର୍ତ୍ତନ କରିବାଦ୍ୱାରା ଏହା କେବଳ ଗୋଟିଏ ଖେଳନାରେ ପରିଣତ ହୋଇଯିବ ।

ସି-ଡଟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, କୌଣସି ମୋବାଇଲ ଚୋରି କିମ୍ବା ଭାଙ୍ଗି ଯିବା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏମଇଆରକୁ ଚଳିତ ବର୍ଷ ଜୁଲାଇ ମାସରୁ ଲାଗୁ କରାଯିବ । ଯାହାକୁ ପ୍ରଥମେ ମହାରାଷ୍ଟ୍ରରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ । ଆଉ ଏହା ସଫଳ ହେବା ପରେ ଏହି ବ୍ୟବସ୍ଥାକୁ ସାରା ରାଜ୍ୟରେ ଲାଗୁ କରିଦିଆଯିବ ।ଏ ଠାରେ ଆମେ କହି ରଖୁଛୁ କି, ପ୍ରତିଦିନ ହଜାର ହଜାର ସଂଖ୍ୟକ ମୋବାଇଲ ଫୋନ ଚୋରି ହେଉଥିବାର ଅଭିଯୋଗ ଆସୁଛି । ଜନତାଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଉଭୟ ଚୋରିକୁ ରୋକିବା ଏବଂ ଚୋରକୁ ଧରିବା ଉଦ୍ଦେଶ୍ୟରେ ପୁଲିସ୍ ଏହାର ଦାୟିତ୍ୱ ସି-ଡଟକୁ ଦେଇଛି । କାରଣ ଦେଶରେ ଗୋଟିଏ ହିଁ ଆଇଏମଇଆଇ ନମ୍ବରରେ ୧୮ ହଜାର ହ୍ୟାଣ୍ଡସେଟ ଚାଲୁଛି । ଏମଇଆର ବ୍ୟବସ୍ଥାରେ ବୈଶିକ ବ୍ୟବସ୍ଥା ମୋବାଇଲ ସଂଘ ତଥା ଜିଏସଏମଏତରଫରୁ ଜାରି ହୋଇଥିବା ଆଇଏମଇଆଇର ହିଁ ବ୍ୟବହାର କରାଯିବ ।

ଆଇଏମଇଆଇ ବିନା ଚାଲିବ ନାହିଁ କୌଣସି ସିମ

ସର୍ବ ପ୍ରଥମେ ଆପଣ ଜାଣି ରଖିବା ଉଚିତ କି, ଜିଏସଏମଏ ହେଉଛି ଏକ ଏଭଳି ସଂସ୍ଥା, ଯେଉଁଠି ପ୍ରତିଟି ମୋବାଇଲ ପାଇଁ ଏକ ଆଇଏମଇଆଇ ନମ୍ବର ଜାରି କରାଯାଇଥାଏ । ଏହି ନମ୍ବର ବିନା କୌଣସି ବି ସିମ ମୋବାଇଲରେ କାମ କରିନଥାଏ । ସି-ଡଟ ଏହି ବ୍ୟବସ୍ଥା ପାଇଁ ସେବା ପ୍ରଦାନକାରୀଙ୍କୁ ବି ଦାୟୀ କରିପାରେ । ଯାହାଦ୍ୱାରା ଟେଲିକମ କଂପାନୀମାନେ ମୋବାଇଲ ପାଇଁ ଜାରି କରୁଥିବା ଆଇଏମଇଆଇ ସହିତ ଜିଏସଏମଏର ଡାଟା ସହ ସାମିଲ କରିବେ । ସେହିପରି ଯଦି ଏହି ଡାଟାରେ ତାଳମେଳ ନଆସେ, ତେବେ ମୋବାଇଲରେ ସିଗନାଲ ଆସିବ ନାହିଁ ଏବଂ ମୋବାଇଲଟି ଅଦରକାରୀ ହୋଇଯିବ । ବିନା ବଦଳାଇ ବ୍ୟବହାର କରାଯାଉଥିବା ଚୋରା ମୋବାଇଲକୁ ପୁଲିସ ଏହି ଏମଇଆର ବାବସ୍ଥା ଜରିଆରେ ହିଁ ମୁହୂର୍ତ୍ତକ ମଧ୍ୟରେ ଟ୍ରାକ କରିପାରିବେ । ଅନ୍ତଃରାଷ୍ଟ୍ରୀୟ ମୋବାଇଲ ଉପକରଣ ପରିଚୟ ନମ୍ବର ତଥା ଆଇଏମଇଆଇ ପ୍ରତି ହେଉଥିବା କୌଣସି ବି ଅପବ୍ୟବହାରକୁ ରୋକିବା ପାଇଁ ଭାରତୀୟ ଟେଲିଗ୍ରାଫ ଅଧିନିୟମର ଧାରା-୭ ଏବଂ ୨୬ରେ ସଂଶୋଧନ ମଧ୍ୟ ଏଥିପାଇଁ କରାଯାଇଛି ।