ବଦଳିଯିବ ଆପଣଙ୍କ ଫୋନ ନମ୍ବର ! ହେବାକୁ ଯାଉଛି ବଡ ପରିବର୍ତ୍ତନ, ୧ ଜୁଲାଇରୁ ଗ୍ରାହକଙ୍କୁ ଜାରି କରାଯିବ ଏହି ନମ୍ବର

72

ବର୍ତ୍ତମାନ ଆପଣ ୧୦ ଟିକିଆ ମୋବାଇଲ ନମ୍ବର ବ୍ୟବହାର କରୁଛନ୍ତି , କିନ୍ତୁ ଜୁଲାଇ ପହିଲାରୁ ନୂଆ ନମ୍ବର ନେଉଥିବା ଗ୍ରାହକଙ୍କୁ ୧୩ ଟିକିଆ ମୋବାଇଲ ନମ୍ବର ପ୍ରଦାନ କରାଯିବ । ସରକାର ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । କେନ୍ଦ୍ର ସଂଚାର ମନ୍ତ୍ରାଳୟ ତରଫରୁ ଏଥିପାଇଁ ସମସ୍ତ ରାଜ୍ୟଗୁଡିକୁ ନିର୍ଦ୍ଦେଶମାନା ଜାରି କରିଦେଇଛି ।
ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ବିଏସଏନଏଲ ତଥା ଭାରତୀୟ ଦୂର ସଂଚାର ନିଗମ ଲିମିଟେଡ ଏଥିପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଛି । ଗତ କିଛି ଦିନ ହେଲା ଦିଲ୍ଲୀରେ ଏସଂପର୍କରେ ବୈଠକ ହୋଇଥିଲା, ଯାହା ପରେ ଏଭଳି ନିଷ୍ପତି ନିଆଯାଇଛି ।

କାରଣ

ଏସଂପର୍କରେ ଦୁରସଂଚାର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ୧୦ ଟିକିଆ ମୋବାଇଲ ନମ୍ବର ସ୍ଥାନରେ ଏବଂ ନୂଆ ନମ୍ବର ଜାରି କରାଯିବ, ଏଥିରେ କୌଣସି ଶଙ୍କା ନାହିଁ । ଦିନକୁ ଦିନ ମୋବାଇଲ ୟୁଜର୍ସଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଯେଉଁ କାରଣରୁ ୧୦ରୁ ଅଧିକ ନମ୍ବର ସିରିଜକୁ ଆରମ୍ଭ କରିଦେବା ଉଚିତ । ଏବଂ ପରେ ସମସ୍ତ ମୋବାଇଲ ନମ୍ବରକୁ ୧୩ ଟିକିିଆ କରିଦେବା ଉଚିତ ।

ସିଷ୍ଟମ ଅପଡେଟ କରିବାର ଦିଗ

ଦୂର ସଂଚାର ବିଭାଗ ମୁତାବକ, ମୋବାଇଲ ନମ୍ବରର ନୂଆ ସିରିଜ ଆସିବା ଦ୍ୱାରା ସମସ୍ତ ଟେଲିକମ ଅପରେଟରଙ୍କୁ ନିଜ ସିଷ୍ଟମ ଅପଡେଟ କରିବାକୁ ପଡିବ । ଏସଂପର୍କରେ ସମସ୍ତ କ୍ଷେତ୍ରର ଦୂର ସଂଚାର କଂପାନୀମାନଙ୍କୁ ନିର୍ଦ୍ଦେଶ ଜାରି କରିଦିଆଯାଇଛି । ଭାରତ ସଂଚାର ନିଗମ ଲିମିଡଟେଡ ର ବରଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଡିସେମ୍ବର ୨୦୧୮ ସୁଦ୍ଧା ପୁରୁଣା ନମ୍ବର ମଧ୍ୟ ଏହି ପ୍ରକ୍ରିୟା ଆଧାରରେ ଅପଡେଟ ହେବ । ଯାହାକି ଅକ୍ଟୋବରରୁ ଆରମ୍ଭ ହେବ ଏବଂ ୩୧ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ ।

ମୋବାଇଲ ସଫ୍ଟୱୟାର

ବର୍ତ୍ତମାନ ପରିସ୍ଥିତିରେ ୧୦ ଟିକିଆ ନମ୍ବର ହିସାବରେ ମୋବାଇଲ ସଫ୍ଟୱୟାର ପ୍ରସ୍ତୁତ କରାଯାଇଛି । ଆଗାମୀ ଦିନମାନଙ୍କରେ ୧୨ ଅଙ୍କ ହିସାବରେ ମୋବାଇଲ ସଫ୍ଟସୟାର ମଧ୍ୟ ଅପଡେଟ କରାଯିବ , ଯାହାଦ୍ୱାରା କି ୟୁଜର୍ସଙ୍କୁ କଲ କରିବାରେ ଆଉ କୌଣସି ଅସୁବିଧା ନହୁଏ ।

ଏଠାରେ ଆମେ କହି ରଖୁଛୁ କି, ୧୩ ଡିଜିଟ ବିଶିଷ୍ଟ ନମ୍ବର ଜାରି କରିବାକୁ ନିର୍ଦ୍ଦେଶ କେବଳ ମେସିନ-ଟୁ-ମେସିନ ବା ଏମଟୁଏମ କମ୍ୟୁନିକେସନ ପାଇଁ ରହିଛି । ଯାହାକି କୌଣସି ମୋବାଇଲ ନମ୍ବର ପାଇଁ ନୁହେଁ । ତେବେ ଏମଟୁଏମ କମ୍ୟୁନିକେସନର ବ୍ୟବହାର ସ୍ମାର୍ଟ ଇେଲେକ୍ଟ୍ରୋନିକ କାର ଏବଂ କାର ଟ୍ରାକିଂ ପାଇଁ କରାଯିବ ଆଉ ଏହାର ବ୍ୟବହାର ସ୍ମାର୍ଟ ହୋମରେ ମଧ୍ୟ ହୋଇଥାଏ ।