ଜାରି ହେଲା ‘ସେତୁ ଆପ୍’ ! ଏଣିକି ଘରେ ବସି ଭରି ପାରିବେ ଟ୍ୟାକ୍ସ ଓ ତିଆରି କରିପାରିବେ ପ୍ୟାନ୍ କାର୍ଡ, କିପରି ଜାଣନ୍ତୁ

41

ଆୟକର ବିଭାଗ ‘ଆୟକର ସେତୁ’ ନାମକ ଏକ ନୁଆ ମୋବାଇଲ୍ ଆପ୍ ଲଂଚ୍ କରିଛି । ତେବେ ଏହି ଆପ୍ ଜରିଆରେ ଲୋକେ ଘରେ ବସି ବିନା କୌଣସି ଏକ୍ସପର୍ଟଙ୍କ ସହାୟତାରେ ନିଜର ଟ୍ୟାକ୍ସ ଜମା କରିପାରିବେ । ଏଥିସହିତ ପ୍ୟାନ୍ କାର୍ଡ ପାଇଁ ମଧ୍ୟ ଆବେଦନ କରିହେବ । ଖାଲି ସେତିକି ନୁହେଁ ଏହି ଆପ୍ ଜରିଆରେ ପ୍ୟାନକୁ ଆଧାର ନମ୍ବର ସହ ସଂଯୋଗ କରାଯାଇ ପାରିବ ଏବଂ ଟିଡିଏସର ମଧ୍ୟ ସୂଚନା ମିଳିବ ।

କିପରି କରିବେ ‘ସେତୁ ଆପ’ର ବ୍ୟବହାର ?

ଏଠାରେ ଆମେ ସର୍ବ ପ୍ରଥମେ କହି ରଖୁଛୁ କି, ଏହି ଆପ୍ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ ପାଇଁ ହିଁ ଉପଲବ୍ଧ । ଖୁବ୍ ଶୀଘ୍ର ହିଁ ଏହାକୁ ଆଇଓଏସ ପାଇଁ ମଧ୍ୟ ଜାରି କରିଦିଆଯିବ । ଏହି ଆପଟିକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୋମବାର ଦିନ ଲଂଚ୍ କରିଛନ୍ତି । ଏହାର ଲଂଚିଂ ଅବସରରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଏଭଳି ପଦକ୍ଷେପକୁ ବହୁତ ପ୍ରଶଂସା କରିଥିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।

ଯଦି ଆପଣ ଏହି ଆପଟିକୁ ଡାଉନଲୋଡ୍ କରିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କୁ ୭୩୦୬୫୨୫୨୫୨ କିମ୍ବା ୭୩୦୬୫୨୫୨୫୨ ନମ୍ବରରେ ମିସଡ୍ କଲ୍ କରିବାକୁ ହେବ । ଏହାପରେ ଆପଣଙ୍କ ନିକଟକୁ ଏକ ମେସେଜ୍ ଆସିବ ଯେଉଁଥିରେ ଏହି ଆପଟିକୁ ଡାଉନଲୋଡ୍ କରିବାର ଅପସନ ଦିଆଯାଇଥିବ । ତେବେ ଏହି ଆପ୍ ସହାୟତାରେ ଲୋକଙ୍କୁ ଟ୍ୟାକ୍ସ ଦେବା ନେବା ତଥା ଟ୍ୟାକ୍ସ ଜମା ସଂମ୍ବନ୍ଧରେ ପ୍ରତିଦିନ ନୁଆ ନୁଆ ତଥ୍ୟ ମିଳିବ । ଖାଲି ସେତିକି ନୁହେଁ ଆଗାମୀ ଦିନମାନଙ୍କରେ ମଧ୍ୟ ଏହି ଆପରେ ଟ୍ୟାକ୍ସ ରିଟର୍ନ ଫାଇଲର ଅପସନ ମଧ୍ୟ ଦିଆଯିବ ।

ସୌଜନ୍ୟ: ଅମର ଉଜାଲା