ପାଠରେ ପଛୁଆ କିନ୍ତୁ ରୋଜଗାରରେ ଆଗୁଆ ! ରିପୋର୍ଟରେ ହେଲା ବଡ ଖୁଲାସ, କମ୍ ପାଠପଢି ନେତା ପାଉଛନ୍ତି ଲକ୍ଷାଧିକ ଟଙ୍କା, ଜାଣନ୍ତୁ କେତେ ପାରିଶ୍ରମିକ ପାଉଛନ୍ତି ଆପଣଙ୍କ ବିଧାୟକ

53

ଦେଶରେ କୋଟିପତିମାନଙ୍କ ମଧ୍ୟରେ ରହିଛନ୍ତି ଅନେକ ରାଜନେତା । ଯେଉଁମାନେ କି କମ୍ ଶିକ୍ଷିତ ହୋଇଥିଲେ ମଧ୍ୟ ମଧ୍ୟ ନିଜ ପାଖରେ କୁବେର ଭଣ୍ଡାର ସଦୃଶ ଧନ ଗଚ୍ଛିତ କରି ରଖିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସର୍ବୋଚ୍ଚ ଆଇନ ପ୍ରଣୟନ କର୍ତ୍ତା ତଥା ସାଂସଦମାନେ ତଥା ବିଧାୟକମାନେ ନିଜ କାର୍ଯ୍ୟାକାଳ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ତାହା ପୁଣି ବିନା କୌଣସି ଶୁଳ୍କରେ । କିନ୍ତୁ ଏହା ଅନୁପାତରେ କାମ ଖୁବ କମ କରନ୍ତି । ତେବେ ଆସନ୍ତୁ ଜାଣିବା ବିଧାୟକଙ୍କ ରୋଜାଗାର ସମ୍ବନ୍ଧିୟ କିଛି ରୋଚକ ତଥ୍ୟ-

ଆଶୋସିଏସନ ଫର ଡେମୋକ୍ରେଟିକ୍ ରିଫର୍ମ ଆଣ୍ଡ ଦି ନ୍ୟାସନାଲ ଇଲେକ୍ଟସନ ୱାଚ ତରଫରୁ କରାଯାଇଥିବା ଏକ ସର୍ଭେ ଅନୁସାରେ, ଦେଶର ବିଧାୟକମାନଙ୍କ ବାର୍ଷିକ ହାରାହାରି ରୋଜଗାର ତଥା ଆୟ ୨୪.୫୯ ଲକ୍ଷ ଟଙ୍କା ରହିଛି । ତେବେ କର୍ଣ୍ଣାଟକର ବିଧାୟକମାନଙ୍କର ହାରାହାରି ବାର୍ଷିକ ଆୟ ସବୁଠାରୁ ଅଧିକ ତଥା ୧ କୋଟି ଟଙ୍କାରୁ ଅଧିକ ରହିଛି । ଯେବେକି ଛତିଶଗଡ ବିଧାୟକମାନଙ୍କର ବାର୍ଷିକ ହାରାହାରି ଆୟ ସବୁଠୁ କମ୍ । ଛତିଶଗଡ ବିଧାୟକଙ୍କର ହାରାହାରି ବାର୍ଷିକ ଆୟ ସବୁଠାରୁ କମ ତଥା ୫.୪ ଲକ୍ଷ ଟଙ୍କା ।

ସେହିପରି ବିଧାୟକମାନଙ୍କ ମଧ୍ୟରେ ଉଭୟ ମହିଳା ଓ ପୁରୁଷମାନଙ୍କର ଆୟରେ ବଡ ଧରଣର ଅନ୍ତର ଦେଖାଦେଇଥାଏ । ପୁରୁଷ ବିଧାୟକମାନଙ୍କୁ ହାରାହାରି ଆୟ ମହିଳା ବିଧାୟକମାନଙ୍କ ତୁଳନାରେ ଦୁଇଗୁଣାରୁ ମଧ୍ୟ ଅଧିକ । ରିପୋର୍ଟ ଅନୁସାରେ, ଯେଉଁ ବିଧାୟକମାନେ ନିଜେ ନିଜକୁ ଅଶିକ୍ଷିତ ବୋଲି କହିଛନ୍ତି , ସେମାନଙ୍କର ନିଜର ହାରାହାରି ବାର୍ଷିକ ଆୟ ୯.୩୧ ଲକ୍ଷ ଟଙ୍କା ରହିଛି । ମୋଟ ବିଧାୟକମାନଙ୍କ ମଧ୍ୟରୁ ପାଖାପାଖି ଅଧା ବିଧାୟକମାନେ ନିଜର ପେସା କୃଷି ତଥା ବ୍ୟବସାୟ ବୋଲି କହିଛନ୍ତି ।

ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଏହି ରିପୋର୍ଟ ସାରା ଦେଶରେ ଥିବା ୪.୦୮୬ ବିଧାୟକମାନଙ୍କ ମଧ୍ୟରୁ ୩,୧୪୫ ବିଧାୟକଙ୍କ ଦ୍ୱାରା ଦିଆଯାଇଥିବା ଶପଥପତ୍ରର ବିଶ୍ଳେଷଣ କରାଯାଇ ବାହାର କରାଯାଇଛି । ଏଥିମଧ୍ୟରୁ ୯୪୧ ବିଧାୟକମାନେ ନିଜର ବାର୍ଷିକ ଆୟ ସଂପର୍କରେ ଘୋଷଣା କରିନାହାଁନ୍ତି । ଏଥିପାଇଁ ସେମାନଙ୍କୁ ଏହି ରିପୋର୍ଟରେ ସାମିଲ କରାଯାଇପାରିନି । ଏହି ଅଧ୍ୟୟନରେ ବର୍ତ୍ତମାନ ବିଧାୟକମାନଙ୍କର ନିଜର ବାର୍ଷିକ ଆୟ ଉପରେ ହିଁ ଗୁରୁତ୍ୱ ଦିଆଯାଇଛି । ରିପୋର୍ଟ ଅନୁସାରେ, ବର୍ତ୍ତମାନ ସମୟରେ ଥିବା ୩,୧୪୫ ବିଧାୟକଙ୍କର ବାର୍ଷିକ ଆୟ ୨୪.୫୯ ଲକ୍ଷ ଟଙ୍କା ରହିଛି , ଯେବେକି ଏଥିମଧ୍ୟରୁ ଦକ୍ଷିଣାଂଚଳର ୭୧୧ ବିଧାୟକଙ୍କର ବାର୍ଷିକ ଆୟ ସବୁଠାରୁ ଅଧିକ ୫୧.୯୯ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି ।

ସେହିପରି ପୂର୍ବାଂଚଳର ୬୧୪ ବିଧାୟକଙ୍କର ବାର୍ଷିକ ଆୟ ସବୁଠାରୁ କମ ତଥା ୮.୫୩ ଲକ୍ଷ ଟଙ୍କା ରହିଛି । କର୍ଣ୍ଣାଟକର ୨୦୧୩ ବିଧାୟକଙ୍କ ବାର୍ଷିକ ଆୟ ସବୁଠାରୁ ଅଧିକ ୧୧୧.୪ ଲକ୍ଷ ଟଙ୍କା ।

ଏହାପରେ ମହାରାଷ୍ଟ୍ରର ବିଧାୟକଙ୍କର ହାରାହାରି ଆୟ ୪୩.୪ ଲକ୍ଷ ଟଙ୍କା ରହିଛି । ଏଥିରେ ମହାହାରାଷ୍ଟ୍ରର ୨୫୬ ବିଧାୟକଙ୍କ ବିଶ୍ଳେଷଣ କରାଯାଇଛି । ଛତିଶଗଡର ଯେଉଁ ୬୩ ବିଧାୟକଙ୍କ ନିଜର ଆୟର ବିଶ୍ଳେଷଣ କରାଯାଇଛି, ସେମାନଙ୍କ ରୋଜଗାର ସବୁଠାରୁ କମ ତଥା ୫.୪ ଲକ୍ଷ ଟଙ୍କା ରହିଛି ।

ଏହାପରେ ଝାଡଖଣ୍ଡର ବିଧାୟକଙ୍କ ଆୟ ସମସ୍ତଙ୍କଠାରୁ କିଛି ମାତ୍ରାରେ ଅଧିକ ତଥା ୭.୪ ଲକ୍ଷ ଟଙ୍କା ଦାଖଲ କରାଯାଇଛି । ୭୭୧ ବିଧାୟକ ତଥା ୨୫ ପ୍ରତିଶତ ନିଜର ପେଶା ବ୍ୟବସାୟ, କାରବାର ବୋଲି କରିଛନ୍ତି, ଯେବେକି ୭୫୮ ତଥା ୨୪ ପ୍ରତିଶତ ନିଜକୁ ଚାଷୀ ବୋଲି ନିଜ ଶପଥପତ୍ରରେ କହିଛନ୍ତି ।

ଗୁଜୁରାଟର ଅଶିକ୍ଷିତ ତଥା ସ୍କୁଲ ଶିକ୍ଷାପ୍ରାପ୍ତ ବିଧାୟକ ସ୍ନାତକ ତଥା ଉଚ୍ଚ ଡିଗ୍ରୀଧାରୀ ବିଧାୟକଙ୍କ ତୁଳନାରେ ବହୁତ ଅଧିକ ରୋଜଗାର କରୁଛନ୍ତି । ରିପୋର୍ଟ ଅନୁସାରେ, ଗୁଜୁରାଟର ମୋଟ ୧୮୨ ବିଧାୟକଙ୍କ ମଧ୍ୟରୁ ୧୬୧ ଜଣଙ୍କର ବାର୍ଷିକ ଆୟ ୧୮.୮୦ ଲକ୍ଷ ଟଙ୍କା ରହିଥିବା ବେଳେ ସ୍ନାତକ କରିଥିବା ୬୩ ବିଧାୟକଙ୍କର ବାର୍ଷିକ ଆୟ ୧୪.୩୭ ଲକ୍ଷ ଟଙ୍କା ରହିଛି ।