ହୁସିଆର୍ ! କ୍ଷୀର ଏବଂ ଆଇସ୍କ୍ରିମରୁ ମଣିଷଙ୍କୁ ବ୍ୟାପୁଛି ପଶୁଙ୍କଠାରେ ହେଉଥିବା ଏହି ମାରାତ୍ମକ ରୋଗ, ସତର୍କ ରହିବାକୁ ଡାକ୍ତରଙ୍କ ପରାମର୍ଶ

80

ବାର୍ଡ ଫ୍ଲ୍ୟୁ, ସ୍ୱାଇନ ଫ୍ଲ୍ୟୁ ପରେ ଜୀବଜନ୍ତୁମାନଙ୍କଠାରୁ ମନୁଷ୍ୟକୁ ବ୍ୟାପିବାରେ ଲାଗିଛି ପାରା-ଟିବି । ମଣିଷ ଶରୀରକୁ ଧିରେ ଧିରେ ସଂକ୍ରମିତ ହୋଇଥାଏ ଜୀବଜନ୍ତୁଙ୍କଠାରୁ ବ୍ୟାପୁଥିବା ଏହି ପାରା ଟିବିର ବ୍ୟାକ୍ଟେରିଆ । ଯାହାକି ବର୍ତ୍ତମାନ ଭୟଙ୍କର ରୂପ ଧାରଣ କରିଛି । ଇଣ୍ଡିଆନ କାଉଂସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ଦ୍ୱାରା ଦୀର୍ଘ ତିନିବର୍ଷ ଧରି କରାଯାଇଥିବା ରିସର୍ଚ୍ଚ ଚଳିତ ବର୍ଷ ଜୁନ ମାସରେ ଶେଷ ହୋଇଛି । ଏଥିରେ କଂଚା କ୍ଷୀର, କ୍ଷୀର ଜାତୀୟ ଉତ୍ପାଦ, ଆଇସକ୍ରିମ, ପଶୁମାନଙ୍କ ମଳରୁ ଏବଂ ମାଂସ ଦ୍ୱାରା ପାରା-ଟିବି ବ୍ୟାପିଥିବା ଭଳି ଚକିତ କରିଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି ।

ଆଇସିଏମଆ ତରଫରୁ ଜୁନ ୨୦୧୫ରେ ଆଗ୍ରାର ଜାଲମା କୃଷ୍ଠ ଏବଂ ଅନ୍ୟ ମାଇକୋବ୍ୟାକ୍ଟେରିୟଲ ରୋଗ ସଂସ୍ଥା ଏବଂ ମଥୁରାର କେନ୍ଦ୍ରୀୟ ଅନୁସଂଧାନ କେନ୍ଦ୍ରକୁ ପାରା-ଟିବି ବ୍ୟାପିବା କାରଣ ଜାଣିବା ପାଇଁ ରିସର୍ଚ୍ଚ ପ୍ରୋଜେକ୍ଟ ଦିଆଯାଇଥିଲା । ଯାହାକି ୩ ବର୍ଷ କାଳ ପର୍ଯ୍ୟନ୍ତ ଚାଲିଥିଲା । ରିସର୍ଚର ପ୍ରଥମ ବର୍ଷରେ ହିଁ ଜୀବଜନ୍ତୁମାନଙ୍କଠାରୁ ମନୁଷ୍ୟକୁ ଦ୍ରୁତ ଗତିରେ ପାରା-ଟିବି ବ୍ୟାପୁଥିବାର ସଂକେତ ମିଳିଯାଇଥିଲା । ଏହାପରେ ଏମ୍ସ, ଦିଲ୍ଲୀକୁ ବି ଏହି ରିସର୍ଚ୍ଚରେ ସାମିଲ କରାଯାଇଥିଲା । ତେବେ ଚଳିତ ବର୍ଷ ଜୁନ ମାସରେ ଜାଲମା ଏବଂ କେନ୍ଦ୍ରୀୟ ଅନୁସଂଧ୍ୟାନକାରୀ ସଂସ୍ଥାକୁ ଏହି ରିପୋର୍ଟ ହସ୍ତାନ୍ତର କରାଯାଇଥିଲା । ଯାହାର ରିସର୍ଚ୍ଚ ବର୍ତ୍ତମାନ ଏମ୍ସ, ଦିଲ୍ଲୀରେ ଚାଲିଛି ।

ରିସର୍ଚ୍ଚରେ ସାମିଲ ହୋଇଥିବା ଜାଲମାର ପ୍ରିନ୍ସିପାଲ ସାଇଂଟିଷ୍ଟ ଡା. ଡିଏସ ଚୌହାନଙ୍କ ମତରେ, କଂଚା କ୍ଷୀର, ବ୍ରାଣ୍ଡେଡ କଂଂପାନୀର ପାଶ୍ଚରାଇଡ ଦୁଗ୍ଧ, ପନୀର, ଆଇସକ୍ରିମ, ଜୀବଜନ୍ତୁଙ୍କ ମଳ ଏବଂ ମାଂସର କୋଡିଂ କରିବା ପରେ ମାଲ୍ୟୁକୁଲର ଲେବୁଲର ଯାଂଚ ପିସିଆର ୯୦୦ ଦ୍ୱାରା କରାଯାଇଥିଲା । ଯେଉଁଥିରେ ଅଧିକ ସଂଖ୍ୟାରେ ପାରା-ଟିବିର ବ୍ୟାକ୍ଟେରିଆ ମିଳିଛି ।

ଜୀବନ ନେଉଛି ପାରା-ଟିବି

ରିସର୍ଚରେ ସାମିଲ କେନ୍ଦ୍ରୀୟ ଅନୁସଂଧ୍ୟାନକାରୀ ସଂସ୍ଥାର ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଛେଳି, ମଇଁଷୀ, ମେଣ୍ଢା, ଗାଈ ଏବଂ ନୀଳ ଗାଈ ଡାଇରିଆ ପରେ ସାଧାରଣତଃ ଦୁର୍ବଳ ହୋଇଯାଇଥାନ୍ତି । ଆଉ କିଛି ଦିନ ପରେ ସେମାଙ୍କର ମୃତ୍ୟୁ ହୋଇଯାଇଥାଏ । ଯେଉଁମାନଙ୍କର ଯାଂଚ କରାଯାଇଥିଲା ଆଉ ଏହି ଯାଂଚରୁ ପାରା-ଟିବିର ସଂକ୍ରମଣ ମିଳିଥିଲା । ଏହି ରୋଗ ଦ୍ରୁତଗତିରେ ବ୍ୟାପିବା ଦ୍ୱାରା ଦୁଗ୍ଧର ଯାଂଚ କରାଯାଇଥିଲା । ଏଥିରେ ପାରା-ଟିବିର ବ୍ୟାକ୍ଟେରିଆ ମିଳିଛି । ତେଣୁ କଂଚା କ୍ଷୀର ପିଇବା ଦ୍ୱାରା ମଣିଷଙ୍କଠାରେ ଏହି ରୋଗ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଜୀବଜନ୍ତୁଙ୍କଠାରୁ ମଣିଷମାନଙ୍କୁ ପାରା-ଟିବି ବ୍ୟାପୁଥିବା ଏବେ ସ୍ପଷ୍ଟ ହୋଇଛି ।

ଲକ୍ଷଣ

ପେଟରେ ଯନ୍ତ୍ରଣା ହେବା, ଅଧା ଅଧା ଘଂଟା ଶୌଚ ପାଇଁ ଯିବା, ଡାଇରିଆ । ହାଲକା ଜ୍ୱର ହେବା, ଅନ୍ତନଳୀ ସଂକ୍ରମଣ ହେବା । କିଛି ମାମଲାରେ ତ ବର୍ଷ ବର୍ଷ ପର୍ଯ୍ୟନ୍ତ ପାରା-ଟିବିର ବ୍ୟାକ୍ଟେରିଆ ଶାନ୍ତ ପଡିରହିଥାନ୍ତି ।