ଲୁଣ ଦ୍ୱାରା ବଂଚାଯାଇପାରିବ କି ପାଣିରେ ବୁଡିଯାଇଥିବା ବ୍ୟକ୍ତିଙ୍କ ଜୀବନ ? ଜାଣନ୍ତୁ ଏସଂପର୍କରେ କଣ କୁହନ୍ତି ଡାକ୍ତର ଏବଂ କଣ ରହିଛି ପ୍ରାଥମିକ ଚିକିତ୍ସା

113

କେରଳରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ । ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଭଳି ଖବର ଆସିବା ଭିତରେ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଏକ ମେସେଜ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦାବି କରାଯାଇଛି କି, ଯଦି କୌଣସି ବ୍ୟକ୍ତି ପାଣିରେ ବୁଡି ମରି ବି ଯାଇଥିଲେ ତଥାପି ୩ରୁ ୪ ଘଂଟା ଭିତରେ ତାଙ୍କୁ ପୁଣି ଥରେ ଜୀବିତ କରାଯାଇପାରିବ । ଏହି ଭାଇରାଲ ମେସେଜଟିକୁ ଅନ୍ୟ ଜଣେ ବ୍ୟକ୍ତି ଫରୱାର୍ଡ କରି ଲେଖିଛନ୍ତି କି, ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବ୍ୟକ୍ତିଙ୍କୁ ଲୁଣରେ ଶୁଆଇଦେବା ଦ୍ୱାରା ସେ ବଂଚିଯାଇପାରନ୍ତି । ଯୁକ୍ତି ରହିଛି କି, ଲୁଣ ପାଣିକୁ ଶୋସିନେଇଥାଏ ଏବଂ ବ୍ୟକ୍ତିଜଣକର ଜୀବନ ଫେରିଆସିଥାଏ । ତେବେ ଏହି ମେସେଜରେ ଦିଆଯାଇଥିବା ନମ୍ବରରେ ଯେତେବେଳେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ତେବେ ନମ୍ବରଟି ଏକ ଭୂଲ ନମ୍ବର ବୋଲି ଜଣାପଡିଥିଲା । ଏହି ମେସେଜଟିକୁ ଭଲଭାବରେ ଯାଂଚପରଖିବା ଦ୍ୱାରା ଜଣାପଡିଥିଲା କି ଏହା ଏକ ଫେକ୍ ତଥା ଗୁଜବ ଖବର, ଏହି ଖବରରେ କୌଣସି ସତ୍ୟତା ନାହିଁ । ତେବେ ଏହି ଭାଇରାଲ ମେସେଜରୁ ପରଦା ଉଠାଇବାରେ ସକ୍ଷମ ହୋଇଥିଲା ଏକ ଜାତୀୟ ଗଣମାଧ୍ୟମ । ଏଥିସହିତ ସେମାନେ ଏସଂପର୍କରେ ବିଷେଜ୍ଞଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଯାହାଦ୍ୱାରା ଏଭଳି ମିଥ୍ୟା ଖବରର ସତ୍ୟତା ସାମ୍ନାକୁ ଆସିଥିଲା ।

ମେସେଜରେ କଣ ଲେଖା ଯାଇଛି

ତେବେ ଭାଇରାଲ ହେଉଥିବା ଏହି ମେସେଜଟିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଅଂଶରେ ଲେଖାଯାଇଛି କି, ଯଦି କେବେ କୌଣସି ବ୍ୟକ୍ତି ପାଣିରେ ବୁଡି ଯାଇ ମରି ଯାଆନ୍ତି ଆଉ ତାଙ୍କ ଶରୀର ୩ରୁ ୪ ଘଂଟା ମଧ୍ୟରେ ମିଳିଯାଏ ତେବେ ତାଙ୍କର ଜୀବନ ବଂଚାଯାଇପାରିବ । ଯଦି କେବେ କେହି ଏଭଳି ଦୁର୍ଘଟଣା ଦେଖନ୍ତି କିମ୍ବା ଶୁଣନ୍ତି ତେବେ ତୁରନ୍ତ ଆମ ସହ ଯୋଗାଯୋଗ କରନ୍ତୁ । ଏହାଦ୍ୱାରା କାହା ଜୀବନ ବଂଚିଯାଇପାରେ । ଆମକୁ ଯୋଗାଯୋଗ କରିବାର ନମ୍ବର ହେଲା-ପ୍ରଶାନ୍ତ ତ୍ରିପାଠୀ ୯୪୫୪୩୧୧୧୧୧, ୯୩୩୫୮୬୭୩୦୦୧ । ଆପଣ ସମସ୍ତଙ୍କୁ ଅନୁରୋଧ କି ଏହି ସୂଚନାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚାନ୍ତୁ । ଯାହାଦ୍ୱାରା କାହା ଜୀବନ ବଂଚିଯାଇପାରେ । ଧନ୍ୟବାଦ…

ଦ୍ୱିତୀୟ ଭାଗ

ସେହିପରି ଏହି ଭାଇରାଲ ମେସେଜର ଦ୍ୱିତୀୟ ଭାଗରେ ଲେଖାଯାଇଛି କି, ଦେଢ କ୍ୱିଂଟାଲ ଦାନା ବାଲା ଲୁଣକୁ ବିଛଣା କରି ତା ଉପରେ ବୁଡିଯାଇଥିବା ବ୍ୟକ୍ତିକୁ କମ କପଡାରେ ଶୁଆଇଦିଅନ୍ତୁ । ଏହା ଦ୍ୱାରା ଲୁଣ ଧିରେ ଧିରେ ଶରୀରରୁ ପାଣି ଶୋସି ନେଇଥାଏ । ତେବେ ରୋଗୀଟିର ହୋସ ଆସିଲେ ତାକୁ ତୁରନ୍ତ ମେଡିକାଲରେ ଭର୍ତି କରନ୍ତୁ । ଯଦି ଆପଣ ତାଙ୍କୁ ପୂର୍ବରୁ ମେଡିକାଲ ନେଇଯାଇଛନ୍ତି ଏବଂ ଡାକ୍ତର ତାଙ୍କୁ ମୃୃତ ଘୋଷଣା କରିଦେଇଛନ୍ତି ତେବେ ଆପଣ ଏହି ଉପଚାର କରନ୍ତୁ । ଦେଖିବେ ଭଗବାନଙ୍କ ଦୟାରୁ ମୃତ ବ୍ୟକ୍ତି ଜଣକ ପୁଣି ଥରେ ଜୀବଦାନ ପାଇଯିବେ ।

ଭାଇରାଲ ମେସେଜର କଣ ରହିଛି ସତ୍ୟତା

ଆୟୁର୍ବେଦ ବିଶେଷଜ୍ଞଙ୍କ ମତାନୁସାରେ, ଲୁଣର ପ୍ରକୃିତ ହେଲା ଓଦାକୁ ଶୁଖାଇବା ତଥା ପାଣିକୁ ଶୋସିବା । ହେଲେ ବୁଡିଯିବା ପରେ ତାଙ୍କ ପେଟରୁ ପାଣିକୁ ଲୁଣ ସଂପୂର୍ଣ୍ଣ ଭାବରେ ଶୋସିନେବା ଖବରଟି ପୂରାପୂରି ମିଥ୍ୟା । ବୁଡିଯିବା ପରେ ଯଦି ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଦିଅନ୍ତି ତେବେ ତାଙ୍କୁ ପୁଣି ଥରେ ବଂଚାଇବା ଅସମ୍ଭବ ଅଟେ । ତେଣୁ ଏଭଳି ଖବରରେ କୌଣସି ସତ୍ୟତା ନାହିଁ । ଏହା କେବଳ ଲୋକଙ୍କୁ ଭ୍ରମିତ କରିବା ପାଇଁ ହିଁ ଭାଇରାଲ କରାଯାଉଛି ।

ପ୍ରାଥମିକ ଚିକିତ୍ସା

ଆୟୁର୍ବେଦ ବିଶେଷଜ୍ଞଙ୍କ ସୂଚନା ମୁତାବକ, ବୁଡିଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ମାତ୍ରକେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରନ୍ତୁ ଯଦି ମେଡିକାଲ ବହୁତ ଦୂରରେ ରହିଛି ତେବେ ଡାକ୍ତରଖାନାରେ ପହଂଚିବା ପର୍ଯ୍ୟନ୍ତ କିଛି ପ୍ରାଥମିକ ଚିକିତ୍ସା କରନ୍ତୁ । ଯେମିତି ହିଁ ବ୍ୟକ୍ତିଜଣକୁ ପାଣିରୁ ଉଦ୍ଧାର କରିବେ ତେବେ ତାଙ୍କୁ ତୁରନ୍ତ ସିପିଆର ଦେବା ଉଚିତ । ସର୍ବପ୍ରଥମେ ପେଟକୁ ଦବାଇ ପାଣି ବାହାର କରିବାକୁ ଚେଷ୍ଟା କରନ୍ତୁ । ଏହାପରେ ତାଙ୍କୁ ପେଟାଇ ଦେଇ ପୁଣିଥରେ ପାଣି ବାହାର କରିବାକୁ ଚେଷ୍ଟା କରନ୍ତୁ । ଏବେ ଛାତିକୁ ହାତରେ ଧିରେ ଧିରେ ଦବାନ୍ତୁ । ଏବଂ ପାଣି ବାହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏହା ପରେ ବି ଉକ୍ତ ବ୍ୟକ୍ତିଙ୍କଠାରେ କୌଣସି ପ୍ରକାରର ପରିବର୍ତ୍ତନ ଦେଖାନଦିଏ । ତେବେ ରୋଗୀର ନାକକୁ ଚାପି ରଖି ତାଙ୍କୁ ମୁହଁରୁ ନିଶ୍ୱାସ ଦେବାକୁ ଚେଷ୍ଟା କରନ୍ତୁ ।