ଭାଇ ମୁଖ୍ୟମନ୍ତ୍ରୀ ହେଲେ ଭଉଣୀ ବିକୁଛନ୍ତି ଫୁଲ । ଜାଣନ୍ତୁ କିଏ ସେ ଉଭଣୀ

88

ଆଜି ଆମେ ଆପଣଙ୍କୁ ଏଭଳି ଏକ ଭାଇ-ଭଉଣୀଙ୍କ କାହାଣୀ ସଂପର୍କରେ ଜଣାଇବାକୁ ଯାଉଛୁ ଯେଉଁଠି କି ଗୋଟିଏ ପଟେ ଭାଇ ନିଜ ଅଙ୍ଗୁଳି ମୁନରେ ହଜାର ହଜାର ଲୋକଙ୍କୁ ଚଲାଉଥିବା ବେଳେ ଭଉଣୀ ଫୁଲ ବିକି ନିଜ ପରିବାର ପ୍ରତିପୋଷଣ କରୁଛି । ଅର୍ଥାତ୍ ଭାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଗାଦୀରେ ବସିଥିବାବେଳେ ଭଉଣୀ ଜଣେ ଫୁଲ ବିକାଳୀ । କଥାଟା ହୁଏତ ଆପଣଙ୍କୁ ଟିକିଏ ଅଲଗା ଲାଗୁଥିବ ମାତ୍ର ବାସ୍ତବରେ ଏହା ସତ୍ୟ ଅଟେ । ତେବେ ଆମେ ଏଠାରେ ଯେଉଁ ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ଆଲୋଚନା କରୁଛୁ ସେ ଅନ୍ୟ କେହି ନୁହଁନ୍ତି ବରଂ ସେ ହେଉଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।

ଜାତୀୟ ଗଣମାଧ୍ୟମ ଏବିପିରେ ପ୍ରକାଶିତ ଖବର ମୁତାବକ, ହୃଷିକେଶଠାରୁ ପାଖାପାଖି ୬୦ କିଲୋମିଟର ଦୂରରେ ଅବସ୍ଥିତ ପୌଡି ଜିଲ୍ଲାର ଗଡୱାଲର କୁଠାଲ ନାମକ ଏକ ଛୋଟ ଗାଁରେ ବାସକରନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ଭଉଣୀ ଶଶୀ । ଆପଣ ଜାଣିଲେ ଚକିତ ହେବେ କି ଭାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ସତ୍ୱେ ଶଶୀ ବିତାଉଛନ୍ତି ସଂପୂର୍ଣ୍ଣ ଭାବେ ସାଧାସିଧା ଜୀବନ । ଶଶୀଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ପରିବାର ପୋଷିବା ପାଇଁ ଶଶୀ ନିଜ ସ୍ୱାମୀଙ୍କ ସହ ମିଶି ଗାଁରେ ଏକ ଜଳଖିଆ ଦୋକାନ ଦେବା ସହିତ ଫୁଲ ବିକ୍ରୀ କରି ଅର୍ଥ ରୋଜଗାର କରନ୍ତି ।

ସବୁଠାରୁ ବଡକଥା ହେଲା, ଏଭଳି କରିବା ଦ୍ୱାରା ତାଙ୍କୁ କୌଣସି ଅସୁବିଧା ନାହିଁ ଏବଂ ଏଥିରେ ସେ ବେଶ୍ ଖୁସିରେ ଅଛନ୍ତି । ତେବେ ଯେତେବେଳେ ତାଙ୍କୁ ଯୋଗୀ ଆଦିତ୍ୟନାଥଙ୍କ କଥା ପଚରାଯାଇଥିଲା ସେତେବେଳେ ଶଶୀ କହିଥିଲେ କି, ଯୋଗୀ ପ୍ରାୟତଃ ଅନେକ ବାର ତାଙ୍କ ଘରକୁ ଆସନ୍ତି ଏବଂ ପିଲାମାନଙ୍କ ସହିତ ମଧ୍ୟ ବେଖ୍ ମିଳିମିଶା କରନ୍ତି । ଥର ପାଇଁ ଯୋଗୀ ବିଧାୟକ ନିର୍ବାଚନ ସମୟ ହିଁ ଆସିଥିଲେ ଆଉ ତାପରଠୁୁ ଯୋଗୀ ତାଙ୍କ ଘରକୁ ଯାଇ ନଥିବା ଶଶୀ କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ସାତ ଭାଇ ଭଉଣୀଙ୍କ ମଧ୍ୟରେ ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦ୍ୱିତୀୟ ସନ୍ତାନ ଏବଂ ଯୋଗୀଙ୍କ ଠାରୁ ମାତ୍ର ୬ ବର୍ଷ ବଡ ହେଉଛନ୍ତି ଶଶୀ । ଯୋଗୀଙ୍କ ଭାଇମାନଙ୍କ ମଧ୍ୟରେ ଜଣେ ପୌଡିରେ ପତ୍ରକାର ଥିବାବେଳେ, ଜଣେ ସେନାରେ ଏବଂ ତୃତୀୟ ଭାଇ ଟ୍ରାନ୍ସପୋର୍ଟରେ କାମ କରନ୍ତି । ଯୋଗୀ ଆଦିତ୍ୟନାଥଙ୍କ ବାପା ଆନନ୍ଦ ଜଣେ ଅବସରପ୍ରାପ୍ତ ଫରେଷ୍ଟ ରେଂଜର ଅଟନ୍ତି । ଯିଏ କି ଉତ୍ତରାଖଣ୍ଡ ପୌଡିର ଗଢୱାଲରେ ରୁହନ୍ତି । ତେବେ ଉଚ୍ଚଶିକ୍ଷା ହାସଲ କରିବା ପରେ ଆଦିତ୍ୟନାଥ ୧୯୯୦ରେ ରାମ ମନ୍ଦିର ଆନ୍ଦୋଳନ ସମୟରେ ମହନ୍ତ ଅବୈଧନାଥଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାପରେ ଆଦିତ୍ୟନାଥ ଅବୈଧନାଥଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମାତ୍ର ୨୨ ବର୍ଷ ବୟସରେ ସାଂସାରିକ ମୋହମାୟାରୁ ଦୂରେଇ ଯାଇ ସନ୍ୟାସ ନେଇଯାଇଥିଲେ ।

୧୯୯୪, ୧୫ ଫ୍ରେବୃଆରୀରେ ଗୋରଖପୁରର ମଠ ମହନ୍ତ ଅବୈଧନାଥଙ୍କ ଯୋଗୀ ଆଦିତ୍ୟନାଥଙ୍କୁ ‘ନାଥ‘ ସଂପ୍ରଦାୟରେ ଯୋଗୀର ଦିକ୍ଷା ଦେଇଥିଲେ । ଏହାପରେ ୧୯୯୮ରେ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ଭାରତୀୟ ସଂସଦର ସବୁଠାରୁ ଯୁବା ସାଂସଦ ହୋଇଥିଲେ । ଖାଲି ସେତିକି ନୁହେଁ ୧୯୯୯୮ରେ ଲଗାତର ଭାବେ ୫ଥର ସାଂସଦ ଭାବେ ମନୋନ୍ନତି ହୋଇସାରିଛନ୍ତି ଯୋଗୀ ଆଦିତ୍ୟନାଥ । ଏହାପରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ଯୋଗୀ ଆଦିତ୍ୟନାଥ ।