ପାଣି ଏଟିଏମ୍ ! ଲିଟର ପିଛା ୫ଟଙ୍କାରେ ମିଳୁଛି ‘ମିନେରାଲ୍ ଓ୍ଵାଟର୍’

92

ପାଖରେ ଟଙ୍କା ଅଭାବ ଥିଲେ ଆମେ ସାଧାରଣତଃ ଏଟିଏମ୍ରୁ ଟଙ୍କା ଉଠାଇଥାଉ । ଯଦି ସେହିପରି ସୁବିଧାରେ ବିଶୁଦ୍ଧ ଜଳ ମିଳେ ? କଥାଟି ଟିକେ ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଓ୍ଵାଟର ହେଲଥ୍ ଇଣ୍ଡିଆ (ଡ଼ବ୍ଲୁଏଚଆଇଏନ୍) ନାମକ ସଂସ୍ଥା ଏକ ପାନୀୟ ଜଳ ଏଟିଏମ୍ ନିର୍ମାଣ କରିଛି, ଯାହା ସାହାଯ୍ୟରେ ଲୋକଙ୍କୁ ବିଶୁଦ୍ଧ ଜଳ ମିଳିପାରୁଛି । ଏବେ ଡ଼ବ୍ଲୁଏଚଆଇଏନ୍ ପ୍ରଚେଷ୍ଟାରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା , କର୍ଣ୍ଣାଟକ, ଗୁଜୁରାଟ ଏବଂ ଦିଲ୍ଲୀର ୩୬ଟି ଜିଲ୍ଲାର ୧୮୦୦ଟି ଗାଁରେ ଏହି ସୁବିଧା ଉପଲବ୍ଧ ହେଉଛି । ଓ୍ଵାଟର ହେଲଥ୍ ଇଣ୍ଡିଆ ସାରା ଭାରତରେ ୪୫୦ଟି ଜଳ ଏଟିଏମ୍ ଯୋଗେ ପ୍ରାୟ ଦଶ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଉଛି ।

ଓ୍ଵାଟର ଏଟିଏମ୍ ଏକ ସ୍ୱଂୟଚାଳିତ ବିଶୁଦ୍ଧିକରଣ ଯନ୍ତ୍ର, ଯାହା ୨୪ ଘଣ୍ଟା ବିଶୁଦ୍ଧ ପିଇବା ପାଣି ଯୋଗାଇଥାଏ । ଏହା ବିଜ୍ଞାନର ଏକ ବଡ଼ ଆବିଷ୍କାର, ଯାହା ମଣିଷଙ୍କୁ ପ୍ରକୃତି ସହିତ ଯୋଡ଼ି ରଖିବା ସଙ୍ଗେ ସଙ୍ଗେ ଶୁଦ୍ଧ ଜଳ ମଧ୍ୟ ଯୋଗାଇ ପାରୁଛି । ଏହା ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନ ଯେମିତିକି ବିଦ୍ୟାଳୟ, ବସଷ୍ଟାଣ୍ଡ, ରେଳ ଷ୍ଟେସନରେ ଲଗାଯାଇଛି । ଏହାର ଅନ୍ୟ ବିଶେଷତ୍ୱ ହେଲା, ଟ୍ୟଙ୍କରର ରିଫିଲସ୍ତର ଭର୍ତ୍ତି ହେବା ମାତ୍ରେ ସୂଚନା ଘଣ୍ଟି ବାଜିଥାଏ ଏବଂ ଖରା ଦିନରେ ସଂରକ୍ଷିତ ଜଳକୁ ଶୁଦ୍ଧ କରି ଶୀତଳ ଜଳ ଦେଇଥାଏ। ଓ୍ଵାଟର ଏଟିଏମରେ ଜଳ ବଣ୍ଟନ ପ୍ରଣାଳୀ ବହୁତ ସହଜ । ଏଥିରେ କେବଳ ଟଙ୍କା ଓ ବୋତଲ ଦରକାର ହୋଇଥାଏ । ନିଜ ବୋତଲରେ ଲିଟର ପିଛା ଜଳ ୫/- ଟଙ୍କା ହୋଇଥିବା ବେଳେ ସେଠାରୁ ବୋତଲ ସହ କିଣିଲେ ଲିଟର ପିଛା ୮/- ଟଙ୍କା ରହିଥାଏ ।

“ଉଚ୍ଚ ମଧ୍ୟବିତ୍ତ ପରିବାରର ଲୋକମାନେ ନିଜର ଶରୀର ପାଇଁ ସଚେତନ ଥିବାରୁ ଶୁଦ୍ଧ ପାନୀୟ ଜଳ ପିଇବାକୁ ପସନ୍ଦ କରିଥାନ୍ତି, ତେଣୁ ସେମାନେ ୧୫-୨୦/- ଟଙ୍କା ଦେଇ ୧ ଲିଟର ପାଣି କିଣୁଥିଲେ, ଯାହା ବହୁ ଦିନରୁ କମ୍ପାନିରୁ ଆସିଥାଏ । ଏହା ଛଡ଼ା ଯାତାୟତ କରୁଥିବା ଲୋକଙ୍କ ପାଖରେ ଅନ୍ୟ କିଛି ଉପାୟ ରହୁ ନ ଥିବାରୁ ସେମାନେ ସେହି ବୋତଲ ପାଣି କିମ୍ବା ମାଗଣା କଳ ପାଣି ପିଉଥିଲେ । ବର୍ତ୍ତମାନ କିନ୍ତୁ ପାନୀୟ ଜଳ ଏଟିଏମ୍ ଦ୍ୱାରା କମ ଖର୍ଚ୍ଚରେ ଶୁଦ୍ଧ ଜଳ ପାଖରେ ମିଳିବା ସମ୍ଭବପର ହୋଇଛି । ଏହା ଦ୍ୱାରା ଉଚ୍ଚ ମଧ୍ୟବିତ୍ତଙ୍କ ସହ ଅନ୍ୟ ବର୍ଗର ଲୋକ ଉପକୃତ ହେଉଛନ୍ତି” ବୋଲି କହିଛନ୍ତି ଓ୍ଵାଟର ହେଲଥ୍ ଇଣ୍ଟରନ୍ୟାସନାଲର ସିଓଓ ବିକାଶ ଶାହା ।

ଓ୍ଵାଟର ଏଟିଏମରେ ୬ଟି ସ୍ତରରେ ଜଳ ବିଶୁଦ୍ଧ ହେଉଥିବା ବେଳେ ଓ୍ଵାର୍ଲଡ ହେଲଥ ଅରଗାନାଇଜେସନ(ଡ଼ବ୍ଲୁଏଚ୍ଓ)ତରଫରୁ ଏହାକୁ ବିଶୁଦ୍ଧତାର ପ୍ରମାଣପତ୍ର ପ୍ରଦାନ କରାଯାଇଛି