ଦୃଷ୍ଟିଶକ୍ତି ହରାଇ ବସିଥିଲେ ବି ହାରମାନିନଥିଲା ଦୃଢ ଇଚ୍ଛାଶକ୍ତି ! ପଢନ୍ତୁ ଦେଶର ପ୍ରଥମ ଦିବ୍ୟାଙ୍ଗ ଆଇଏଏସ ଅଧିକାରୀଙ୍କ ହୃଦୟବିଦାରକ କାହାଣୀ

1,088

ଢେଉକୁ ଭୟ କରି ଡଙ୍ଗା ପାରି ହୋଇନଥାଏ, ଚେଷ୍ଟା କରୁଥିବା ବ୍ୟକ୍ତି କେବେ ଅସଫଳ ହୋଇନଥାଏ.. ଏହି ଲୋକବାଣୀଟି ଦେଶର ପ୍ରଥମ ଦିବ୍ୟାଙ୍ଗ ଆଇଏଏସ ଅଧିକାରୀ ପ୍ରାଂଜଲ ପାଟିଲଙ୍କ ପାଇଁ ଏକଦମ୍ ଫିଟ୍  । ଯିଏ କି ଦେଖିପାରୁନଥିଲେ ବି ଅକ୍ଷମତାକୁ ନିଜ ସଫଳତାର ବାଟରେ କେବେ ହେଲେ ପ୍ରତିବନ୍ଧକ ସାଜିବାକୁ ଦେଇନଥିଲେ । ୨୦୧୭ରେ Union Public Service Commission ପରୀକ୍ଷାରେ ୧୨୪ ତମ ସ୍ଥାନ ଅଳଙ୍କୃତ କରିବା ପରେ ନିକଟରେ ପ୍ରାଂଜଲ କେରଳର ଏରନାକୁଲମର ନୂତନ ଉପ-ଜିଲ୍ଲାପାଳର ଦାୟିତ୍ୱଭାର ସମ୍ଭାଳିଛନ୍ତି । ପ୍ରାଂଜଲ କେରଳ କ୍ୟାଡରର ବର୍ତ୍ତମାନ ପର୍ଯ୍ୟନ୍ତର ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ ଅଧିକାରୀ ଅଟନ୍ତି ।ପ୍ରାଂଜଲଙ୍କର ଏହି ସଫଳତା ଦେଶର ବାକି ଦିବ୍ୟାଙ୍ଗମାନଙ୍କ ପାଇଁ କୌଣସି ପ୍ରେରଣାଠାରୁ ବି କମ ନୁହେଁ । ଆଉ ଏହି ଶୀର୍ଷରେ ପହଂଚିବା ପାଇଁ ପ୍ରାଂଜଲଙ୍କୁ ବହୁତ ଚ୍ୟାଲେଜଗୁଡିକର ସାମ୍ନାକରିବା ସତ୍ୱେ ସେ ନିଜ ସ୍ୱପ୍ନକୁ ସାକାର କରି ପ୍ରମାଣ କରିଦେଇଛନ୍ତି କି, ଯଦି ଦୃଢ ଇଚ୍ଛା ଶକ୍ତି ଥିବ ତେବେ ସଫଳତା ଆପେ ଆପେ ଚାଲିଆସିବ ।

ପ୍ରାଂଜଲ ମାତ୍ର ୬ ବର୍ଷର ଥିଲେ, ସେତେବେଳେ ଜଣେ ସହପାଠୀଙ୍କ ପେନସିନ ମାଡରେ  ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଥିଲା । ହେଲେ ବଡ କଥା ହେଲା କି, ପ୍ରାଂଜଲଙ୍କ ବାପାମାଆ କେବେବି ଝିଅର ଅକ୍ଷମତାକୁ ତାର ପାଠପଢା ମଝିରେ ଆଣିନଥିଲେ । ସେମାନେ ପ୍ରାଂଜଲଙ୍କୁ ମୁମ୍ବାଇର ଏକ ଦୃଷ୍ଟିହୀନ ସ୍କୁଲରେ ନାମ ଲେଖାଇଥିଲେ । ଯେଉଁଥିରେ ପ୍ରାଂଜଲ ଖୁବ ଭଲ ନମ୍ବର ରଖି ପାଠପଢା ଶେଷ କରିଥିଲେ ।

ପ୍ରାଂଜଲ ୨୦୧୬ରେ ନିଜସ୍ୱ ପ୍ରଥମ ପ୍ରୟାସରେ ହିଁ Union Public Service Commission ପରୀକ୍ଷାରେ ୭୩୩ତମ ସ୍ଥାନ ହାସଲ କରିଥିଲେ । ପ୍ରାଂଜଲଙ୍କୁ ସେସମୟରେ Indian railway accounting service ତଥା ଆଇଆରଏଏସରେ ଚାକିରି ଦିଆଯାଇଥିଲା । ଟ୍ରେନିଂ ସମୟରେ ରେଳ ମନ୍ତ୍ରାଳୟ ତରଫରୁ ତାଙ୍କୁ ଚାକିରି ଦେବା ପାଇଁ ମନା କରିଦିଆଯାଇଥିଲା । କାରଣ ସେ ଦେଖି ପାରୁନଥିଲେ ବୋଲି । ରେଳ ମନ୍ତ୍ରାଳୟ ପ୍ରାଂଜଲର ୧୦୦ ପ୍ରତିଶତ ଦୃଷ୍ଟିଶକ୍ତିକୁ ହିଁ ଦାୟୀ କରିଥିଲେ । ଏହାପରେ ୨୦୧୭ର ୟୁପିଏସସି ପରୀକ୍ଷା ପାସ୍ କରିଥିଲେ ଏବଂ ୧୨୪ତମ ସ୍ଥାନ ହାସଲକରି ଏରନାକୁଲମର ନୂଆ ଉପ-ଜିଲ୍ଲାପାଳ ଦାୟିତ୍ୱ ଭାର ସମ୍ଭାଳିଛନ୍ତି ଦୃଷ୍ଟିଶକ୍ତି ହରାଇ ବସିଥିବା ପ୍ରାଂଜଲ ପାଟିଲ୍ ।