ଅର୍ଥ କାରବାରଠାରୁ ଆରମ୍ଭ କରି ବ୍ୟାଙ୍କିଂ ପର୍ଯ୍ୟନ୍ତ, ଆଜିଠାରୁ ଆପଣଙ୍କ ପାଇଁ ବନ୍ଦ ହୋଇଗଲା ସରକାରଙ୍କ ୫ଟି ସେବା

45

ନୂଆବର୍ଷର ପ୍ରଥମ ଦିନ । ନୂଆ ବର୍ଷରେ ଜୀବନକୁ ନୂଆ କରି ଆରମ୍ଭ କରିବା ସହିତ ଆପଣଙ୍କୁ କିଛି ଦିଗ ବା ନିୟମଗୁଡିକ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । କାରଣ ଆଜିଠାରୁ କିଛି ଜିନିଷ ବା ନିୟମ ଆପଣଙ୍କ ପାଇଁ ବଦଳିଯିବ । ଯେଉଁଥିରେ ବ୍ୟାଙ୍କିଂ କାରବାରଠାରୁ ଆରମ୍ଭ କରି ସପିଂ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ରହିଛି । ତେଣୁ ଯଦି ଆଜିଠାରୁ ଆପଣ ଏହିସବୁ ପରିବର୍ତ୍ତନ ଉପରେ ସାମାନ୍ୟତମ ଧ୍ୟାନ ନ ଦିଅନ୍ତି ତେବେ ଭବିଷ୍ୟତରେ ଏହା ନିଶ୍ଚୟ ଏକ ବଡ ସମସ୍ୟା ହୋଇ ଠିଆ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେଗୁଡିକ ସଂପର୍କରେ ।

• ଭାରତୀୟ ରିଜର୍ଭ ବ୍ୟାଙ୍କ ଡେବିଟ୍ କାର୍ଡ ଜରିଆରେ ଟଙ୍କା କାରବାର ଉପରେ ଲାଗୁ କରାଯାଉଥିବା ଏମଡିଆର ଚାର୍ଜେସରେ ପରିବର୍ତ୍ତନ ଆଣିଛନ୍ତି । ଏହି ପରିବର୍ତ୍ତନ ପରେ ଆପଣଙ୍କର ଡେବିଟ୍ କାର୍ଡରୁ ଅର୍ଥ କାରବାର ଏଣିକି ଶସ୍ତା ହୋଇଯିବ । ତେବେ ଏମଡିଆରର ନୂଆ ଦର ଆଜିଠାରୁ ଲାଗୁ କରାଯିବ । ସେହିପରି ଏମଡିଆର ଚାର୍ଜେସକୁ ଏବେ ବିଜନେସ ଟର୍ଣ୍ଣଓଭର ସହିତ ଯୋଡି ଦିଆଯାଇଛି ।

• ଗୋଟିଏ ପଟରେ ଆରବିଆଇ ଏମଡିଆର ଚାର୍ଜକୁ ହ୍ରାସ କରିଦେଇଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାର ଏହାକୁ ନେଇ ପୁଣି ଏକ ଆଶ୍ୱସ୍ତିକର ନିଷ୍ପତି ଉଠାଇଛନ୍ତି । ଅର୍ଥାତ୍ ୨୦୦୦ ଟଙ୍କାର ଦେଣନେଣ ଉପରେ ଲାଗୁ ହେଉଥିବା ଏମଡିଆର ଚାର୍ଜର ଭାର ସରକାର ନିଜେ ବହନ କରିବାକୁ ନିଷ୍ପତି ନେଇଛନ୍ତି । ଯାହାର ଅର୍ଥ ହେଲା ଜାନୁଆରୀ ୧ରୁ ତଥା ଆଜିଠାରୁ ଯେତେବେଳେ ବି ଆପଣ ୨୦୦୦ଟଙ୍କାର ଜିନିଷ କିଣୁଛନ୍ତି ତେବେ ଆପଣଙ୍କୁ କୌଣସି ବି ପ୍ରକାରର ଏମଡିଆର ଚାର୍ଜ ଦେବାକୁ ପଡିବନାହିଁ । ଏଥିପାଇଁ ଜିନିଷ କିଣିବା ସମୟରେ ନିଶ୍ଟୟ ଧ୍ୟାନ ରଖିବେ କି କେହି ଯେପରି ଆପଣଙ୍କଠାରୁ ଅବୈଧ ଢଙ୍ଗରେ ଟଙ୍କା ଆଦାୟ ନକରିପାରନ୍ତୁ ।

• ଜାନୁଆରୀ ୧ରୁ କିଛି ବ୍ୟାଙ୍କର ଚେକ୍ ବୁକ୍ ଚାଲିବ ନାହିଁ । ଯେଉଁ ବ୍ୟାଙ୍କଗୁଡିକର ଅବସ୍ଥା ବର୍ତ୍ତମାନ ଦେବାଳିଆ ପରିସ୍ଥିତିରେ ରହିଛି । ସେ ସମସ୍ତ ବ୍ୟାଙ୍କର ଚେକବୁକକୁ ଆଜିଠାରୁ ବନ୍ଦ କରିଦିଆଯାଇଛି । ତେବେ ଏସବିଆଇ ନୂଆ ଚେକବୁକ ନେବା ପାଇଁ ୩୧ ଡିସେମ୍ବର ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଥିଲେ ।

• ଭାରତୀୟ ରେଳ ମନ୍ତ୍ରାଳୟ କୁହୁଡି କାରଣରୁ ଡିସେମ୍ବର ମାସରୁ ହିଁ ୨୦ରୁ ଅଧିକ ଦୂତଗାମୀ ଟ୍ରେନଗୁଡିକୁ ବନ୍ଦ କରିଦେଇଛନ୍ତି । ଏହାବ୍ୟତୀତ ଡର୍ଜନରୁ ଅଧିକ ଟ୍ରେନଗୁଡିକର ଗତିପଥକୁ ମଧ୍ୟ ପରିବର୍ତ୍ତନ କରିଦେଇଛନ୍ତି । ଯାହାର ପ୍ରଭାବ ଜାନୁଆରୀ ସହିତ ଫେବୃଆରୀ ମାସର କିଛି ଦିନ ପର୍ଯ୍ୟନ୍ତ ବି ରହିବ ।

• ସେହିପରି ଯଦି ଆପଣ ଟାଟା ମୋଟର୍ସ କାର କିଣିବାକୁ ମନ ବଳାଇଛନ୍ତି ତେବେ ଆଜିଠାରୁ ଆପଣଙ୍କୁ ଏହି କାର କିଣିବା ମହଙ୍ଗା ପଡିପାରେ । କାରଣ କଂପାନୀର କିଛି ମଡେଲ କିଣିବା ପାଇଁ ଆପଣଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ପରିଶୋଧ କରିବାକୁ ପଡିବ । ଟାଟା ମୋଟର୍ସ ଭଳି ମାରୁତି ଏବଂ ଅନ୍ୟ କଂପାନୀଗୁଡିକ ମଧ୍ୟ କାରଗୁଡିକର ଦାମ ବୃଦ୍ଧି କରିବାକୁ ଯୋଜନା ଚଳାଇଛନ୍ତି ।