ମାତ୍ର ୫୦ ହଜାର ଟଙ୍କାରେ କିଣନ୍ତୁ ତିନୋଟି ଦାମୀ କଂପାନୀର କାର ! ଜାଣନ୍ତୁ ପୂରା ଅଫର

100

ସାଧାରଣତଃ ବର୍ଷା ଦିନରେ ଦୁଇ ଚକିଆ ଗାଡିରେ ବାହାରକୁ ବାହାରିବା ବହୁତ ମୁସ୍କିଲ । ଅନେକ ଅସୁବିଧା ଭୋଗିଲେ ସତ୍ୱେ ଜଣେ ମଧ୍ୟବିତ ପରିବାରର ଲୋକ ପାଇଁ ଗାଡି କିଣିବା କୌଣସି ସ୍ୱପ୍ନଠାରୁ କମ ନୁହେଁ । କିନ୍ତୁ ଥରେ ଭାବନ୍ତୁ ତ ଯଦି ଆପଣଙ୍କୁ ମାତ୍ର ୫୦ ହଜାର ଟଙ୍କା ପେମେଂଟରେ ଗୋଟିଏ ଭଲ କଂପାନୀର କାର ମିଳିଯାଏ । ତେବେ କେତେ ଭଲ ହୁଅନ୍ତା ନା । ଆଜ୍ଞା ହଁ ! ଅନେକ କଂପାନୀଗୁଡିକର କାରକୁ ମାତ୍ର ୨୦ ପ୍ରତିଶତର ଡାଉନପେମେଂଟ ସହିତ କିଣିପାରିବାର ବଡ ସୁଯୋଗ ଦେଇ ରଖୁଛନ୍ତି ଏବଂ ବାକି ୮୦ ପ୍ରତିଶତ ରାଶି ଇଏମଆଇରେ ଦେଇପାରିବେ, ଖାଲି ଏତିକି ନୁହେଁ କିଛି ମଡେଲ ଏଭଳି ବି ରହିଛି ଯେଉଁଥି ପାଇଁ ମାତ୍ର ୫୦ ହଜାର ଟଙ୍କା ଦେବାକୁ ପଡିବ ।

ମାରୁତି ସୁଜୁକୀ ଅଲ୍ଟୋ ୮୦୦

ମାରୁତି ସୁଜୁକୀର ଅଲ୍ଟୋ ୮୦୦ ଦେଶର ସବୁଠାରୁ ଅଧିକ ବିକ୍ରି ହେଉଥିବା କାରମାନଙ୍କ ମଧ୍ୟରେ ଗୋଟିଏ । କିନ୍ତୁ ଏହି କାରକୁ କିଣିବା ପାଇଁ ଆପଣଙ୍କୁ ମାତ୍ର ୫୦ ହଜାର ଟଙ୍କା ଡାଉନପେମେଂଟ କରିବାକୁ ପଡିବ । ଏବଂ ବାକି ପେମେଂଟ ଆପଣ ଇଏମଆଇରେ ଦେଇପାରିବେ । ଏହି କାରରେ ୮୦୦ସିସିର ଇଂଜିନ ଲଗାଯାଇଛି ।

Datsun Ready-Go 800

ଆଂଟି ଲେବୁଲ ସେଗମେଂଟରେ ଊବଗ୍ଧଗ୍ଦଙ୍କଦ୍ଭ ର ରେଡ୍ଡି-ଗୋ କାର ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି କାରର ଦାମ ୨.୪୯ ଲକ୍ଷରୁ ଆରମ୍ଭ । ଏଥିରେ ମିଳିବ ୮୦୦ସିସିର ଇଂଜିନ, ଯାହାକି ଭଲ ପରଫର୍ମାନ୍ସ ସହିତ ବଢିଆ ମାଇଲେଜ ଦେଇଥାଏ । ଏହି କାରକୁ ବି ଆପଣ ମାତ୍ର ୫୦ ହଜାର ଟଙ୍କା ଡାଉନପେମେଂଟ ଦେଇ କିଣିପାରିବେ ଏବଂ ବାକି ପେମେଂଟକୁ ଆପଣ ଇଏମଆଇ ଆଧାରରେ ଦେଇପାରିବେ ।

Renault KWID 800

ଆଂଟି ଲେବଲ ସେଗମେଂଟର ତୃତୀୟ କାର ହେଉଛି ରେନାଲ୍ଟ କ୍ୱିଡ । ଏଥିରେ ୮୦୦ସସିସି ଇଂଜନ ବାଲା ମଡେଲକୁ ୫୦ ହଜାର ଟଙ୍କାର ଡାଉନପେମେଂଟ ଦେଇ କିଣିପାରିବେ ଏବଂ ବାକି ପେମେଂଟକୁ ।ପଣ ଇଏମଆଇ ରୂପରେ ଦେଇପାରିବେ । କ୍ୱିଡରେ ୮୦୦ସିସିର ଇଂଜିନ ବ୍ୟବହୃତ , ଯାହାକି ବହୁତ ଭଲ ମାଇଲେଜ ଦେଇଥାଏ, ଏହି କାର ନିଜର ସେଗମେଂଟର ସବୁଠାରୁ ଅଧିକ ସ୍ପେସ ବିଶିଷ୍ଟ କାର, ଏହି କାରର ଦାମ ୨.୬୬ ଲକ୍ଷ ଟଙ୍କାରୁ ଆରମ୍ଭ ।

ଏଥିସହିତ ହିଁ ଇଏଇଆଇ ଆପଣ ୩, ୪ ଏବଂ ୫ ବର୍ଷ ପାଇଁ କରିପାରିବେ । ୫୦ ହଜାର ଟଙ୍କାର ଡାଉନପେମେଂଟ ମଡେଲର ୱାରିଆଂଟ ହିସାବରେ ଆସିପାରେ । ତେବେ ଅଧିକ ସୂଚନା ପାଇଁ ନିକଟସ୍ଥ ଡିଲର୍ସିପ ସହ ଯୋଗାଯୋଗ କରିପାରିବେ ।