ଏଲଆଇସିରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି ! ମାସିକ ଦରମା ୬୦ ହଜାରରୁ ବି ଅଧିକ, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

39

ଭାରତୀୟ ଜୀବନ ବୀମା ନିଗମରେ ଆସୋସିଏଟ, ଆସିଷ୍ଟାଂଟ ଏବଂ ଆସିଷ୍ଟାଂଟ ମ୍ୟାନେଜର ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ୩୦୦ ପଦବୀ ପାଇଁ ହେଉଥିବା ଏହି ନିଯୁକ୍ତି ପ୍ରକ୍ରିୟାରେ ଗ୍ରାଜୁଏଟରୁ ଆରମ୍ଭ କରି ଏମବିଏ ପାସ୍ ଆଶାୟୀପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ । ତେବେ ଇଚ୍ଛୁକ ଆଶାୟୀପ୍ରାର୍ଥୀ ଆଜି ହିଁ ଆବେଦନ କରିପାରିବେ । କାରଣ ଆବେଦନ କରିବାର ଶେଷ ତାରିଖ ରହିଛି ୬ ସେପ୍ଟେମ୍ବ, ୨୦୧୮ । ଏସଂପର୍କରେ ଅଧିକ ଜାଣିବା ପାଇଁ ପଢନ୍ତୁ ପୂରା ଖବର ।

କିଭଳି କରିବେ ଆବେଦନ

ଷ୍ଟେପ-୧:ସର୍ବପ୍ରଥମେ ଏଲଆଇସିର ଅଫିସିଆଲ ୱେବସାଇଟ lichousing.com ଉପରେ କ୍ଲିକ୍ କରନ୍ତୁ ।

ଷ୍ଟେପ-୨: ଏହାପରେ ଦିଆଯାଇଥିବା କାରିୟର ଅପସନରେ କ୍ଲିକ୍ କରନ୍ତୁ ।

ଷ୍ଟେପ-୩: ଏହାପରେ ଏଠାରେ ଏକ ପେଜ ଓପନ ହୋଇଯିବ, ଯେଉଁଥିରେ ଆପଣଙ୍କୁ RECRUITMENT OF ASSISTANTS, ASSOCIATES and ASSISTANT MANAGERS ଉପରେ କ୍ଲିକ୍ କରିବାକୁ ହେବ ।

ଷ୍ଟେପ-୪: ଏହାପରେ To Apply Online Click Here ଉପରେ କ୍ଲିକ କରନ୍ତୁ ।

ଷ୍ଟେପ-୫:ନିଜର ସମସ୍ତ ଡିଟେଲ୍ସ ଭରି, ତାକୁ ସବମିଟ କରିଦିଅନ୍ତୁ ।

ଯୋଗ୍ୟତା

ପ୍ରତି ପଦବୀ ପାଇଁ ପୃଥକ ପୃଥକ ଯୋଗ୍ୟତା ସ୍ଥିର କରାଯାଇଛି । ଆସିଷ୍ଟାଂଟ ମ୍ୟାନେଜର ପାଇଁ ଆଶାୟୀପ୍ରାର୍ଥୀଙ୍କ ୬୦ ପ୍ରତିଶତ ମାର୍କ ସହିତ ଗ୍ରାଜୁଏଟ ଏବଂ ଏମବିଏ ହେବା ନିହାତି ଆବଶ୍ୟକ । ଆସିଷ୍ଟାଂଟ ପଦବୀ ପାଇଁ ଆଶାୟୀପ୍ରାର୍ଥୀଙ୍କର ୫୫ ପ୍ରତିଶତ ମାର୍କ ଥିବା ଆବଶ୍ୟକ । ଆସୋସିଏଟ ପାଇଁ ଆଶାୟୀପ୍ରାର୍ଥୀଙ୍କର ୬୦ ପ୍ରତିଶତ ମାର୍କ ସହିତ ଗ୍ରାଜୁଏଟ ଏବଂ ସିଏ ଇଂଟର ହେବା ଜରୁରୀ ।

ମୁଖ୍ୟ ସୂଚନା

ସମସ୍ତ ପଦବୀ ପାଇଁ ଆଶାୟୀପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ୨୮ ବର୍ଷ ବୟସ ହେବା ଜରୁରୀ ।

ଆସିଷ୍ଟାଂଟ ପାଇଁ ୧୫୦ ପଦବ ଆସୋସିଏଟ ପାଇଁ ୫୦ ଏବଂ ଆସିଷ୍ଟାଂଟ ମ୍ୟାନେଜର ପାଇଁ ୧୦୦ ପଦବୀ ନିର୍ଧାରଣ କରିଯାଇଛି ।

ଚୟନ ପ୍ରକ୍ରିୟା ଲିଖିତ ପରୀକ୍ଷା ଏବଂ ଇଂଟରଭିୟୁ ଜରିଆରେ କରାଯିବ ।