ବାପାମାଆଙ୍କ ସେବା କରିବାକୁ ପୁଅ ବୋହୂ ବାଧ୍ୟ । ନଚେତ୍ ଦେବାକୁ ପଡିବ ଟଙ୍କା

75

ବୃଦ୍ଧା ବାପା-ମାଆଙ୍କ ସେବାକୁ ସରକାର ବର୍ତ୍ତମାନ ଆଇନ ପରିସରର୍ଭୁକ୍ତ କରିଛନ୍ତି । ଯାହାଦ୍ୱାରା କୌଣସି ବି ବ୍ୟକ୍ତି ସରକାରଙ୍କ ଏହିଆଇନ ଆଖିରେ ଧୂଳି ଦେଇପାରିବେ ନାହିଁ । କାରଣ ଖୁବ ଶୀଘ୍ର ସରକାର ଏହାକୁ ନେଇ ଏକ କଠୋର ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି । ଯେଉଁଥିରେ ବୃଦ୍ଧା ବାପାମାଆଙ୍କୁ ହଇରାଣ କରୁଥିବା ପୁଅ ବୋହୂଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏଭଳି ନିୟମ ତ ପୂର୍ବରୁ ପ୍ରଚଳିତ ହୋଇସାରିଛି ମାତ୍ର ନୂଆ କଥା ହେଲା କି, ଏଣିକି ଯଦି କୌଣସି ପୁଅ ବୋହୂ ତାଙ୍କର ବୃଦ୍ଧା ବାପାମାଆଙ୍କୁ ହଇରାଣ କରନ୍ତି ତେବେ ଏମାନଙ୍କୁ ସିଧାସଳଖ ଭାବେ ସରକାର ସହଯୋଗ କରିବେ । ଏବଂ ତରନ୍ତ ତାଙ୍କୁ ନ୍ୟାୟ ପ୍ରଦାନ କରିବେ । ଖାଲି ଏତିକି ନୁହେଁ ବରଂ ବୃଦ୍ଧା ବାପାମାଆଙ୍କୁ ଭରଣ ପୋଷଣ ପାଇଁ ଯାହା ସବୁ ଖର୍ଚ୍ଚ ହେବ ସେସବୁ ଟଙ୍କା ସରକାର ତାଙ୍କର ପୁଅ ବୋହୂଙ୍କ ନିକଟରୁ ହିଁ ଆଦାୟ କରିବେ ଆଉ ଏହି ଟଙ୍କାକୁ ସେମାନେ ଦେବାପାଇଁ ସଂପୂର୍ଣ୍ଣ ରୂପେ ବାଧ୍ୟ ହେବେ ।

ସୂଚନା ମୁତାବକ, ପୂର୍ବ ପ୍ରଚଳିତ ନିୟମ ଯଦିଓ ବର୍ତ୍ତମାନ ସମୟରେ ଜାରି ରହିଛି ତେବେ ଏଥିପାଇଁ ପୀଡିତାଙ୍କୁ ଉଭୟ ପୁଲିସ ଏବଂ କୋର୍ଟର ଚକ୍କର କାଟିବାକୁ ପଡିଥାଏ । ହେଲେ ସରକାରଙ୍କ ଏହି ନୂତନ ନିୟମରେ କିନ୍ତୁ ଆଉ ଏଭଳି ରହିବ ନାହିଁ । ଅଭିଯୋଗକାରୀମାନେ ଏଥିପାଇଁ କୌଣସି ଥାନା କିମ୍ବା କୋର୍ଟକୁ ନ ଯାଇ ଖାଲି ନୋଡାଲ ଅଫିସରଙ୍କ ନିକଟରେ ନିଜର ଅଭିଯୋଗ କରିପାରିବେ ଏବଂ ଯାହାଦ୍ୱାରା ସେମାନଙ୍କ ଭରଣ ପୋଷଣ ପାଇଁ ମିଳିବାକୁ ଯାଉଥିବା ଭତ୍ତା ପାଇଁ ହକଦାର ହୋଇପାରିବେ । ତେବେ ଏହି ଆଇନ ଆସିବା ଦ୍ୱାରା ଆଶା କରାଯାଉଛି କି, ଏହାଦ୍ୱାରା ଆଉ ବୃଦ୍ଧା ବାପାମାଆଙ୍କୁ କୌଣସି ଥାନା କିମ୍ବା କୋର୍ଟର ଚକ୍କର କାଟିବାକୁ ପଡିନପାରେ । ବଡ କଥା ହେଲା କି, ଏହାର ପୂରା ଗ୍ୟାରେଂଟି ନେଉଛନ୍ତି ଖୋଦ୍ ସରକାର । ଯେଉଁଥି ପାଇଁ ସରକାର ଅଧିକରୁ ଅଧିକ ବୃଦ୍ଧାଶ୍ରମ ଖୋଲାଯିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି । ଏଠାରେ ଏହି ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ସୁବିଧା ସହିତ ଖାଦ୍ୟପେୟ ଏବଂ ରହିବାର ଉତ୍ତମ ବ୍ୟବସ୍ଥା ମଧ୍ୟ କରାଯିବ । ହେଲେ ଏହାପୂର୍ବରୁ ସରକାର ବୃ୍ଦ୍ଧା ବାପାମାଆଙ୍କ ସେବା କରୁନଥିବା ସନ୍ତାନଙ୍କଠାରୁ ସେମାନଙ୍କ ଭରଣ ପୋଷଣ ପାଇଁ ଅର୍ଥ ଆଦାୟ କରିବେ । ଯାହାକୁ କି ସେମାନେ ଦେବାପାଇଁ ବାଧ୍ୟ ଅଟନ୍ତି ।

ଏଠାରେ ଆମେ କହି ରଖୁଛୁ କି, ବର୍ତ୍ତମାନ ସମୟରେ ସାମାଜିକ ନ୍ୟାୟ ଓ ସଶସ୍ତ୍ରୀକରଣ ମନ୍ତ୍ରାଳୟ ନିକଟରେ ଏଭଳି ଅନେକ ମାମଲା ରହିଛି । ଯେଉଁଥିରେ ପିଲାମାନେ ନିଜର ବୃଦ୍ଧା ବାପାମାଆଙ୍କ ନାମରେ ଥିବା ସଂପତିକୁ ବିକି ସେମାନଙ୍କୁ ନିଜ ଘରୁ ତଡି ଦେଇଥିବା ଅଭିଯୋଗ ରହିଛି ।