ଗ୍ରାହକଙ୍କୁ ଝଟକା ! ବନ୍ଦ ହେବ ଏସବିଆଇର ଆକାଉଂଟ୍, ବ୍ୟାଙ୍କ ଦେଲା ନିର୍ଦ୍ଦେଶ

52

ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ନିଜର ଖାତାକୁ ଆଧାର ନମ୍ବର ସହ ସଂଯୋଗ କରିବାକୁ ବାଧ୍ୟତାମୂଳକ ବୋଲି ଘୋଷଣା କରିଛି । ଏହାଦ୍ୱାରା ଆପଣଙ୍କୁ ଆଉ ନୂଆ ବର୍ଷଠାରୁ ନିଜର ଆକାଉଂଟକୁ ଅପରେଟ କରିବାରେ କୌଣସି ବି ସମସ୍ୟାର ସାମ୍ନା କରିବାକୁ ପଡି ନପାରେ । ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ରିଲିଜରେ ଏକଥା ସ୍ପଷ୍ଟ କରାଯାଇଛି । ବ୍ୟାଙ୍କ ସ୍ପଷ୍ଟ କରି କହିଛି କି, ନିର୍ଦ୍ଧାରିତ ତାରିଖ ମଧ୍ୟରେ ଖାତାକୁ ଆଧାର ସହ ଲିଙ୍କ ନକଲେ ଗ୍ରାହକଙ୍କ ଖାତାକୁ ଅବୈଧ ଘୋଷିତ କରିଦିଆଯିବ । ଖାଲି ସେତିକି ନୁହେଁ ବ୍ୟାଙ୍କ ଆହୁରି ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାରି କରିଛି ଯାହା ନିମ୍ନରେ ଆମେ ଆଲୋଚନା କରିଛୁ ।

ଜାଣନ୍ତୁ କଣ କହିଛି ଏସବିଆଇ

ପ୍ରିଭେନ୍ସନ ଅଫ ମନି ଲାଣ୍ଡ୍ରିଂ ନିୟମ ଆଧାରରେ ୧ ଜୁନ, ୨୦୧୭ରେ ସଂଶୋଧନ କରିବାକୁ ଯାଇ ସମସ୍ତ ଏସବିଆଇ ଖାତାଧାରୀଙ୍କ ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ନିଜର ଖାତାକୁ ଆଧାର ସହିତ ଯୋଡିବାକୁ ବାଧ୍ୟତାମୂଳକ । ଯଦି କୌଣସି ବ୍ୟକ୍ତି ଏହି ନିୟମକୁ ପାଳନ ନକରେ ତେବେ ତାଙ୍କର ଖାତାକୁ ରଦ୍ଦ କରିଦିଆଯିବ ।
କିପରି କରିବେ ନିଜ ବ୍ୟାଙ୍କ ଖାତାକୁ ଆଧାର ସହ ଲିଙ୍କ

ଅନଲାଇନ୍ ଜରିଆରେ

• ବ୍ୟାଙ୍କର ଇଂଟରନେଟ୍ ବ୍ୟାଙ୍କିଂ ସର୍ଭିସରେ ଲଗଇନ୍ କରି ଅପଡେଟ୍ ଆଧାର କାର୍ଡ ଡିଟେଲ୍ସ ବିକଳ୍ପ ସର୍ଚ୍ଚ କରନ୍ତୁ ଏବଂ ସେଥିରେ କ୍ଲିକ୍ କରନ୍ତୁ

• ଏହାକୁ କ୍ଲିକ୍ କରିବା କ୍ଷଣି ସେଠାରେ ଅନ୍ୟ ଏକ ପେଜ ଖୋଲି ଥାଏ

• ସେଠାରେ ନିଜର ଆଧାର କାର୍ଡ ନମ୍ବର ଲେଖନ୍ତୁ ଏବଂ ତାକୁ ସବମିଟ୍ କରନ୍ତୁ

• ଏହାପରେ ଆପଣଙ୍କ ମୋବାଇଲ୍ ନମ୍ବରର ଶେଷ ଦୁଇଟି ନମ୍ବର ଏଠାରେ ଡିସପ୍ଲେ ହେବ ଆଧାର ନମ୍ବର ଅପଡେଟ୍ କରାଯାଇଛି, ଏହି ବାବଦରେ ଆପଣଙ୍କ ରେଜିଷ୍ଟର୍ସ ମୋବାଇଲ ନମ୍ବରରେ ମେସେଜ୍ ଆସିଯବ ।

ଏସଏମଏସ ଜରିଆରେ

• ଯଦି ଆପଣଙ୍କ ମୋବାଇଲ ନମ୍ବର ଏସବିଆଇରେ ରେଜିଷ୍ଟର ହୋଇଛି, ତେବେ ଏସଏମଏସ୍ ଜରିଆରେ ମଧ୍ୟ ଆପଣ ଆପଣଙ୍କ ଆଧାର ନମ୍ବରକୁ ଅପଡେଟ୍ କରିପାରିବେ ।

• ଏଥିପାଇଁ ଆପଣ ୫୬୭୬୭୬ରେ ଏସଏମଏସ୍ ପଠାଇବାକୁ ପଡିବ

• ଏସଏମଏସ ପଠାଇବାର ଶୈଳୀ କିଛି ଏଭଳି ରହିବା ଅତ୍ୟନ୍ତ ଆବଶ୍ୟକ- ୟୁଆଇଡି ସ୍ପେସ୍ ଆଧାର ନମ୍ବର ସ୍ପେସ୍ ଖାତା ନମ୍ବର

• ଯଦି ଆପଣଙ୍କ ଆଧାର ପୂର୍ବରୁ ହିଁ ଲିଙ୍କ ହୋଇଥାଏ ତେବେ ଆପଣଙ୍କୁ ଏହି ସୂଚନା ବ୍ୟାଙ୍କ ଏସଏମଏସ ମାଧ୍ୟମରେ ସୂଚିତ କରିଦେବ
ସେହିପରି ଯଦି କୌଣସି ସମସ୍ୟା ଥାଏ ତେବେ ଆପଣ ବ୍ୟାଙ୍କର କଷ୍ଟମର କେୟାର ହେଲ୍ପନାଇଲ୍ ସହ କଥା ହୋଇପାଇବେ ।

ଏଟିଏମ୍

• ଏହି ସୁବିଧା ଆପଣଙ୍କୁ ଏସବିଆଇ ବ୍ୟାଙ୍କର ଏଟିଏମରୁ ମିଳିବ

• ନିଜ ଏଟିଏମ କାର୍ଡ ସ୍ୱିପ୍ କରନ୍ତୁ ଏବଂ ପିନ୍ ନମ୍ବର ଦେବା ସହ ସେଠାରେ ଦର୍ଶାଯାଇଥିବା ‘ସର୍ଭିସ-ରେଜିଷ୍ଟେସନ’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ

• ଏହାପରେ ଆଧାର ରେଜିଷ୍ଟେସନ ଚୟନ କରନ୍ତୁ

• ଆପଣଙ୍କ ଆକାଉଂଟଟି କେଉଁ ବର୍ଗର ଅଟେ, ସେଠାରେ ଦର୍ଶାଯାଇଥିବା କୋଠରୀକୁ ଚୟନ କରନ୍ତୁ

• ଏହାପରେ ଆପଣଙ୍କୁ ଆଧାର ନମ୍ବର ଦେବାକୁ କୁହାଯିବ ଏବଂ ଆପଣ ସେଠାରେ ନିଜ ଆଧାର ନମ୍ବରକୁ ଅପଡେଟ୍ କରିପାରିବେ

ବ୍ୟାଙ୍କ ଶାଖା ଜରିଆରେ

• ବ୍ୟାଙ୍କର କୌଣସି ବି ବ୍ରାଂଚକୁ ଯାଆନ୍ତୁ ଏବଂ ସାଥୀରେ ନିଜର ଆଧାର କାର୍ଡର ଫଟୋ କପି ମଧ୍ୟ ନିଅନ୍ତୁ

• ଏକ ଆପ୍ଲିକେସନ ଲେଖି ବ୍ୟାଙ୍କରେ ଦିଅନ୍ତୁ । ଏଥିସହିତ ଆଧାରର ଏକ କପି ମଧ୍ୟ ସେଥିରେ ସଂଯୋଗ କରି ଦିଅନ୍ତୁ

• ଏହାପରେ ବ୍ୟାଙ୍କ ଅଧିକାରୀ କିଛି ଜରୁରୀ ଯାଂଚ କରିବା ପରେ ଏହାକୁ ଆପଣଙ୍କ ଖାତା ସହ ଲିଙ୍କ୍ କରିଦେବେ

• ଏବଂ ନମ୍ବର ଅପଡେଟ୍ ହୋଇଯିବା ପରେ ଆପଣଙ୍କୁ ବ୍ୟାଙ୍କ୍ ଏସଏମଏସ୍ ମାଧ୍ୟମରେ ସୂଚିତ କରିଦେବ