ଅବହେଳା ପଡିଲା ମହଙ୍ଗା ! ଛୋଟ ଘା’ ବିଗାଡି ଦେଲା ବ୍ୟକ୍ତିଙ୍କର ସଂପୂର୍ଣ୍ଣ ଚେହେରା

23

କାହାଣୀଟି ହେଉଛି ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କର ଯିଏ କି ନିଜ ନାକ ବଂଚାଇବା ଚକ୍କରରେ ସଂପୂର୍ଣ୍ଣ ଚେହେରାର ହାଲ୍ ପୁରା ବେହାଲ କରିଦେଇଛନ୍ତି । ଖାଲି ସେତିକି ନୁହେଁ ବ୍ୟକ୍ତିଙ୍କ ଚେହେରା ବିକଟାଳ ଦେଖାଯିବା ସହ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା । ତେବେ କଥାଟା ହେଲା ବ୍ୟକ୍ତି ଜଣଙ୍କ ନାକରେ ଏକ ଛୋଟ ଟ୍ୟୁମର ହୋଇଥିଲା । ମାତ୍ର ତାହା ଏତେ ମାତ୍ରାରେ ଭୟଙ୍କର ରୂପ ଧାରଣା କରିଥିଲା କି ଡାକ୍ତରଙ୍କୁ ତାଙ୍କ ଚେହେରାର ଅଧା ଅଂଶ କାଟିବାକୁ ପଡିଥିଲା ।

କ୍ୟାନସର ଏକ ଭୟାନକ ରୋଗ ବୋଲି ପ୍ରାୟ ସମସ୍ତଙ୍କୁ ଜଣାଥିବ ନିଶ୍ଚୟ । ତେବେ ଏହି କ୍ୟାନସର ଏକ ସୁନାରସଂସାରକୁ ଉଜାଡି ଦେଇପାରେ ତାହା ଏହି ଘଟଣାଟିକୁ ଜାଣିଲେ ଆପଣ ବୁଝିପାରିବେ । ତେବେ, ଗୋଟେ ଛୋଟ ଟ୍ୟୁମର ଖାଲିଯେ ଉକ୍ତ ବ୍ୟକ୍ତିଙ୍କ ଚେହେରାକୁ ବିଗାଡି ଦେଇଥିଲା ତାହା ନୁହେଁ ଏଥିସହ ତାଙ୍କ ଜୀବନକୁ ମଧ୍ୟ ବଦଳାଇ ଦେଇଥିଲା । ତେବେ ଉକ୍ତ ବ୍ୟକ୍ତିଙ୍କ ନାଁ ହେଲା ଏରିକ୍ । ଯେତେବେଳେ ଏରିକ୍ ଏହାର ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ ସେତେବେଳେ ଡାକ୍ତର ତାଙ୍କୁ କହିଥିଲେ କି ଟ୍ୟୁମର ହେବା କାରଣରୁ ତାଙ୍କ ନାକ ନଷ୍ଟ ହୋଇଯିବା ସହ ଏହାର ପ୍ରଭାବ ତାଙ୍କ ଚେହେରା ଉପରେ ମଧ୍ୟ ପଡିଛି ଯାହା କାରଣରୁ ଚେହେରାର କିଛି ଅଂଶ କାଟି ବାହାର କରିବାକୁ ପଡିବ ।

ତେବେ ଏହାକୁ ଭଲକରିବା ପାଇଁ ଡାକ୍ତରଙ୍କୁ ପାଖାପାଖି ୮ଟି ସର୍ଜରୀ କରିବାକୁ ପଡିଥିଲା ମାତ୍ର ଏହାଦ୍ୱାରା ଏରିକଙ୍କ ଚେହେରା ନଷ୍ଟ ହୋଇଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଏହାପରେ ଏରିକ୍ ଏକ ରିୟାଲିଟି ଶୋ’ରେ ସାମିଲ ହେବାପାଇଁ ସୁଯୋଗ ମିଳିଥିଲା । ଯେଉଁଠାରେ ଏରିକଙ୍କ ସାକ୍ଷାତ୍ ଜଣେ ଡାକ୍ତରଙ୍କ ସହ ହୋଇଥିଲା । ଆଉ ଏରିକଙ୍କ ପାଇଁ ସେହି ଡାକ୍ତର ଜଣଙ୍କ ଥିଲେ ଭଗବାନ ସଦୃଶ୍ୟ । ଅର୍ଥାତ୍ ଡାକ୍ତର ଜଣଙ୍କ ଏରିକଙ୍କ ଚେହେରାକୁ ‘ଡିଜିଟାଲ ସ୍କାନିଙ୍ଗ୍ ଟେକ୍ନୋଲଜି’ ମାଧ୍ୟମରେ ଚିକିତ୍ସା କରିଥିଲେ । ଆଉ ଏରିକଙ୍କ ବିଗିଡି ଯାଇଥିବା ଚେହେରାକୁ ସଂପୂର୍ଣ୍ଣ ରୂପେ ଠିକ୍ କରି ଦେଇଥିଲେ ।