ସାବଧାନ୍ ! ମାଛ ଖାଇବା ପରେ ପଚିଗଲା ଚର୍ମ, ଶେଷରେ ଡାକ୍ତରଙ୍କୁ କାଟିବାକୁ ପଡିଲା ଯୁବକଙ୍କ ହାତ

153

ମାଛ ପାଇଁ ହାତ ହରାଇଲେ ଯୁବକ । ମାଛ ଖାଇବା କାରଣରୁ ପଚିଗଲା ଯୁବକଙ୍କ ହାତ । ଶେଷରେ ବାଧ୍ୟ ହୋଇ ଡାକ୍ତରଙ୍କୁ ତାଙ୍କ ହାତକୁ କାଟିବାକୁ ପଡିଛି । ଏଭଳି ସାଂଘାତିକ ଘଟଣା ଘଟିଛି ଦକ୍ଷିଣ କୋରିଆରେ । ଯେଉଁଠି ଜଣେ ଯୁବକଙ୍କ ହାତ ମାଛ ଖାଇବା ଯୋଗୁଁ ମାତ୍ର ୧୨ ଘଂଟା ଭିତରେ ନଷ୍ଟ ହୋଇଯାଇଥିଲା ଆଉ ଶେଷରେ ତାଙ୍କ ଜୀବନ ବଂଚାଇବାକୁ ଡାକ୍ତରଙ୍କୁ ତାଙ୍କ ହାତ କାଟିବାକୁ ପଡିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ମାଛ ଖାଇବା ଜଣେ ଯୁବକଙ୍କୁ ଏଭଳି ମହଙ୍ଗା ପଡିଛି କି, ଶେଷରେ ଯୁବକଙ୍କ ନିଜ ହାତ ହରାଇବାକୁ ପଡିଛି । ଦକ୍ଷିଣ କୋରିଆର ଦୀପକ ନାମକ ଜଣେ ୨୫ ବର୍ଷୀୟ ଯୁବକ ନିଜ ବନ୍ଧୁମାନଙ୍କ ସହ ମିଶି ଏକ ରେଣ୍ଟୁରାଂଟକୁ ଯାଇଥିଲେ । ସେଠାରେ ସେମାନେ ମାଛରେ ପ୍ରସ୍ତୁତ ଏକ ଡିସ୍  ଏବଂ ଭାତ ଅର୍ଡର କରି ଖାଇଥିଲେ । ଦୀପକ ଏବଂ ତାଙ୍କ ବନ୍ଧୁମାନେ ସେଠାରୁ ଖାଇ ସିଧା ନିଜ ନିଜ ଘରକୁ ଫେରିଥିଲେ । ତେବେ ଘରକୁ ଫେରିବାର ମାତ୍ର ୧୨ ଘଂଟା ଭିତରେ ଦୀପକ ହାତରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ଧିରେ ଧିରେ ତାଙ୍କ ହାତର ଉପର ଚମଡା ସବୁ ପାଚିବାକୁ ଲାଗିଥିଲା । ଆଉ ଚାହୁଁ ଚାହୁଁ ଦୀପକଙ୍କ ପୂରା ହାତରେ ଏକ ବହୁତ ବଡ ଫୋଟକା ହୋଇଯାଇଥିଲା । ଏହାପରେ ଧିରେ ଧିରେ ଦୀପକଙ୍କ ହାତରୁ ଚର୍ମ ସବୁ ଛା କୁ ଛା ଉଚ୍ଛୁରିବାକୁ ଲାଗିଥିଲା । ଏଭଳି ଦୁଇ ଦିନ କାଳ ଦୀପକ ଏହି ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଏହାପରେ ସେ ଯେତେବେଳେ ଡାକ୍ତରଙ୍କ ପାଖରେ ଯାଇ ପହଂଚିଥିଲେ, ସେତେବେଳେ ଡାକ୍ତରଙ୍କ କଥା ଶୁଣି ଦୀପକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।

ଡାକ୍ତରଙ୍କ କହିବା କଥା ହେଲା କି, ଉକ୍ତ ଯୁବକ ଜଣକ ମଧୂମେହ ରୋଗରେ ପୀଡିତ ଥିଲେ । ଖାଲି ଏତିକି ନୁହେଁ ତାଙ୍କ କିଡନୀରେ ମଧ୍ୟ ସମସ୍ୟା ରହିଥିଲା । ଯେଉଁ କାରଣରୁ ସେ ଡାୟଲିସସରେ ଥିଲେ । ଡାକ୍ତରଙ୍କ ତାଙ୍କୁ ଇନଟ୍ରାଭେନସ ଆଂଟିବାୟୋଟିକ୍ସ ଦେଇଥିଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା । ତେବେ ଯେଉଁ ଲୋକଙ୍କରୁ ମଧୂମେହ ହୋଇଥାଏ ତାଙ୍କଠାରେ ଚର୍ମ ସଂକ୍ରମିତ ଜନିତ ରୋଗ ଭଲ ହେବାକୁ ଅନେକ ସମୟ ଲାଗିଥାଏ । ଏପରିକି ସେ କେବେ ଠିକ୍ ବି ହୋଇନପାରନ୍ତି ।

ଡାକ୍ତର କହିଥିଲେ କି, ଦୀପକଙ୍କ ଏଭଳି ଦଶା ମାଛ ଖାଇବା କାରଣରୁ ହୋଇ ହୋଇଛି । ମାଛ ଖାଇବା କାରଣରୁ ତାଙ୍କ ସ୍କିନ୍ ଇନଫେକ୍ସନ ହୋଇଛି । ଅର୍ଥାତ ଦୀପକ ଖାଇଥିବା ମାଛରେ ମାଂସ ଖାଉଥିବା ବ୍ୟାକ୍ଟେରିଆ ଥିଲା । ଯେଉଁ କାରଣରୁ ତାଙ୍କ ଚର୍ମ ସଂକ୍ରମିତ ହୋଇଯାଇଥିଲା ଆଉ ଏହି କାରଣରୁ ହିଁ ତାଙ୍କ ଏଭଳି ଦଶା ହୋଇଛି । ଡାକ୍ତର ତୁରନ୍ତ ଦୀପକଙ୍କୁ ଚିକିତ୍ସା କରିଥିଲେ । ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ଯାହାଦ୍ୱାରା ଡାକ୍ତରଙ୍କୁ ବାଧ୍ୟ ହୋଇ ଦୀପକଙ୍କ ହାତ କାଟିବାକୁ ପଡିଥିଲା । ତେବେ ହାତ କଟାଯିବା ପରେ ଦୀପକ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଚିକିତ୍ସିତ କରୁଥିବା ଡାକ୍ତର କହିଛନ୍ତି ।