ବେସରକାରୀ ସଂସ୍ଥାରେ ଚାକିରୀ କରିଛନ୍ତି କି? ତେବେ ଆପଣଙ୍କୁ ବି ମିଳିବ ପେନସନ, ହେଲେ ପ୍ରତିମାସ ଖର୍ଚ୍ଚ କରିବାକୁ ହେବ ମାତ୍ର ୪୨ ଟଙ୍କା

129

ଭବିଷ୍ୟତ ପାଇଁ ଟଙ୍କା ସଂଚିବା ଏକ ଭଲ କାମ, ହେଲେ ଏହି ସଂଚିତ ଟଙ୍କାକୁ କୌଣସି ବିକଳ୍ପରେ ନିବେଶ କରିବା ତାଠାରୁ ବି ଭଲ କାମ  । ଯାହା କି କୌଣସି ଆପତକାଳୀନ ପରିସ୍ଥିତିକୁ ସାମ୍ନା କରିବାରେ ଆପଣଙ୍କୁ ସହାୟତା କରିପାରେ । ତେଣୁ ଏଥିପାଇଁ ଆପଣଙ୍କୁ ବହୁ ପରିମାଣରେ ଅର୍ଥ ନିବେଶ କରିବାକୁ ମଧ୍ୟ ଦରକାର ପଡିବନି । କାରଣ ଏଭଳି ଅନେକ ଯୋଜନା ରହିଛି, ଯେଉଁଠି ଆପଣଙ୍କୁ ପ୍ରତିମାସ କିମ୍ବା ପ୍ରତି ବର୍ଷ ୫୦୦ଟଙ୍କା ବା ଏହାଠୁ ଅଧିକ ଟଙ୍କା ନିବେଶ କରିବା ଦ୍ୱାରା ଏକ ଆଶ୍ୱସ୍ତିକର ରିଟର୍ଣ୍ଣ ନିଶ୍ଚୟ ରୂପେ ମିଳିବ । ତେବେ ଆସନ୍ତୁ କିଛି ଏଭଳି ଯୋଜନା ସଂପର୍କରେ ଜାଣିବା ।

ବର୍ଷକୁ ମାତ୍ର ୧୨ ଟଙ୍କା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ)

ବିଶ୍ୱାସ ନହେଲେ ସତ । ଏହି ଯୋଜନାର ବାର୍ଷିକ ପ୍ରମିୟମ, ଟାକ୍ସକୁ ଛାଡି ଦେଲା ପରେ ଏହାର ନିବେଶ ଅର୍ଥରାଶି ରହିଛି ମାତ୍ର ୧୨ ଟଙ୍କା । ଏହା ଏକ ସରକାର-ସମର୍ଥିତ ଦୁର୍ଘଟଣା ବୀମା ଯୋଜନା । ଯାହାକି ୧୮ରୁ ୭୦ ବର୍ଷର ସମସ୍ତ ଭାରତୀୟ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ । ପଲିସିଧାରକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ଦ୍ୱାରା କିମ୍ବା ସଂପୂର୍ଣ୍ଣ ଭାବେ ବିକଳାଙ୍ଗ ହେବାଦ୍ୱାରା ନୋମିନଙ୍କୁ ୨ ଲକ୍ଷ ଟଙ୍କା କିମ୍ବା ଆଂଶିକ ସ୍ଥାୟୀ ବିକଳାଙ୍ଗ ମାମଲାରେ ୧ ଲକ୍ଷ ଟଙ୍କା ମିଳିବ । ସମସ୍ତ ବ୍ୟାଙ୍କ ଆକାଉଂଟ ଧାରକ ନିଜର ନେଟବ୍ୟାଙ୍କିଂ ସେବାଗୁଡିକ ମାଧ୍ୟମରେ ଏହି ଯୋଜନାର ଲାଭ ଉଠାଇପାରିବେ । ଏହି ଯୋଜନା ପ୍ରତି ବର୍ଷ ୧ଜୁନରୁ ୩୧ ମଇ ପର୍ଯ୍ୟନ୍ତ ତଥା ବର୍ଷକ ଯାଏଁ ସୁରକ୍ଷା ପ୍ରଦାନ କରିଥାଏ ।

୩୩୦ ଟଙ୍କା ବର୍ଷକୁ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା

ଏହା ମଧ୍ୟ ଏକ ସରକାରୀ-ସମର୍ଥିତ ଯୋଜନା । ଯାହା ୨ ଲକ୍ଷ ଟଙ୍କାର ଜୀବନ ସୁରକ୍ଷା ପ୍ରଦାନ କରିଥାଏ । ପ୍ରତିବର୍ଷ ମାତ୍ର ୩୩୦ ଟଙ୍କା କିମ୍ବା ପ୍ରତିମାସ ମାତ୍ର ୨୭,୫୦ ଟଙ୍କା ପ୍ରିମିୟମ ବିଶିଷ୍ଟ ଏହି ଯୋଜନା । ୧୮ରୁ ୫୦ ବର୍ଷର ଲୋକମାନଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ପିଏମଏସବିୱାଇ ଆଧାରରେ ଏହି ସୁବିଧାର ଲାଭ ମଧ୍ୟ ନେଟବ୍ୟାଙ୍କିଂ ମାଧ୍ୟମରେ ଉଠା ଯାଇପାରିବ ଏବଂ ପ୍ରମିୟମର ରକମ ଆପଣଙ୍କ ଆକାଉଂଟରୁ ଆପଣା ଛାଏଁ କଟି ଯିବ । ଏବଂ ଯେତେବେଳେ ଉକ୍ତ ବ୍ୟକ୍ତିବିଶେଷଙ୍କ ବୟସ ୫୫ ବର୍ଷ ହୋଇଯିବ ସେତେବେଳେ ଏହି ପଲିସି ଶେଷ ହୋଇଯିବ ।

୫୦୦ଟଙ୍କା ବର୍ଷକୁ, ପବ୍ଲିକ ପ୍ରୋଭିଡେଂଟ ଫଣ୍ଡ

ଏହି ସଂଚୟ ଫଣ୍ଡ ତିଆରି କରିବା ପାଇଁ ଗୋଟିଏ ନିବେଶ ଏବଂ ଟାକ୍ସ ସେଭିଂଟ ଅପସନ ଅଟେ । ଆପଣ କମ ଟଙ୍କାରେ ତଥା ୧୯୯ ଟଙ୍କା ନିବେଶ କରି ନିଜର ପିପିଏଫ ଆକାଉଂଟ ଖୋଲି ପାରିବେ ଏବଂ ପ୍ରତିବର୍ଷ ୫୦୦ ଟଙ୍କାରୁ ଆରମ୍ଭ କରି ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରି ଏହି ଆକାଉଂଟକୁ ସକ୍ରିୟ କରିପାରିବେ ।

୪୨ ଟଙ୍କା ମାସିକ ଉପରେ ଅଟଳ ପେନସନ ଯୋଜନା 

ଏହି ଯୋଜନାର ଲକ୍ଷ୍ୟ ରହିଛି ସମାଜକୁ ଆର୍ଥିକ ଦୃଷ୍ଟି କୋଣରୁ ସୁଦୃଢ କରିବା । ଏହି ଯୋଜନା ଆଧାରରେ ନିବେଶ କରିବା ଉପରେ ୬୦ ବର୍ଷ ପରଠାରୁ ଆପଣଙ୍କ ଯୋଗଦାନ ଏବଂ ଅବଧି ଆଧାରରେ ନିଶ୍ଚିତ ପେନସନ ମିଳିବ । ଏହି ଯୋଜନାରେ ୧୮ ବର୍ଷ ବୟସରୁ ନିବେଶ କରିପାରିବେ ଏବଂ ୬୦ ବର୍ଷ ହେବା ପର୍ଯ୍ୟନ୍ତ ନିବେଶ କରିପାରିବେ । ଏହି ଯୋଜନା ରେ ଆପଣଙ୍କୁ ପ୍ରତିମାସ ମାତ୍ର ୪୨ ଟଙ୍କା ନିବେଶ କରିବା ଦ୍ୱାରା ଆପଣଙ୍କୁ ଅବଧି ସମାପ୍ତ ହେବା ପରେ ୧୦୦୦ଟଙ୍କାରୁ ୫ ହଜାର ଟଙ୍କା ପେନସନ ମିଳିବ । ଏହି ଯୋଜନା ଆଧାରରେ ପ୍ରିମିୟମ ଧିରେ-ଧିରେ ବୃଦ୍ଧି ପାଇବାରେ ଲାଗିବ ।