ଫିଟିଲା ଅମ୍ବାନୀ ସାମ୍ରାଜ୍ୟର ଗୁମର ! ଜାଣନ୍ତୁ କିଏ ଆଉ କେବେ ରଚିଥିଲା ରିଲାଏନ୍ସର ଜଗତ

25

ଭାରତର ସବୁଠାରୁ ଶକ୍ତିଶାଳୀ ବ୍ୟାପାର ସାମ୍ରାଜ୍ୟ ହେଉଛି ରିଲାଏନ୍ସ ଏବଂ ଏହାର ମାଲିକ ହେଉଛି ଅମ୍ବାନୀ ପରିବାର । ତେବେ ଦୀର୍ଘ ୫ ଦଶକରୁ ଅଧିକ ସମୟଧରି ଯେଉଁ କଂପାନୀଟିକୁ ଆମେ ଦେଖି ଆସିଛୁ ତାକୁ ଠିଆ କରିବାରେ ଅମ୍ବାନୀ ପରିବାରକୁ କରିବାକୁ ପଡିଥିଲା ଅକ୍ଳାନ୍ତ ପରିଶ୍ରମ । ଯାହାର କେତୋଟି ମହତ୍ୱପୂର୍ଣ୍ଣ ସମୟକୁ ଆମେ ଆଜି ଆପଣଙ୍କ ନିକଟରେ ଉପସ୍ଥାପନା କରିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

• ୧୯୫୭,କଂପାନୀ ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନୀ ଆଡେନର ଏକ ତୈଳ ବନ୍ଦରରେ କାମ କରି ଭାରତ ଫେରନ୍ତି ।

• ୧୯୬୫,୬୦ ଦଶକର ଆରମ୍ଭରେ ଧିରୁଭାଇ ଏବଂ ତାଙ୍କ ଭାଇ ଚମ୍ପକଲାଲ୍ ଦମନୀ ଆରମ୍ଭ କରନ୍ତି ରିଲାଏନ୍ସ ବାଣିଜ୍ୟ ନିଗମ । ସେଥିରେ ସେ ପଲିଷ୍ଟର ବେପାର କରନ୍ତି । ୧୯୬୬ରେ ଦୁହିଁଙ୍କ ମଧ୍ୟରେ ବୁଝାମଣା ଭାଙ୍ଗି ଯାଏ କିନ୍ତୁ ଧିରୁଭାଇ ବ୍ୟାପାର ଚାଲୁ ରଖନ୍ତି ।

• ୧୯୭୭ରେ, ଧିରୁଭାଇ ନିଜର ପ୍ରାଥମିକ ସାର୍ବଜନୀନ ପ୍ରସ୍ତାବ ତଥା ଆଇପିଓ ବା ଇନିସିଆଲ ପବ୍ଲିକ୍ ଅଫରିଂକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଦିଅନ୍ତି ।

• ୧୯୮୫ରେ, ରିଲାଏନ୍ସ ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କୁ ନୂତନ ନାମ ଦିଅନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।

• ୧୯୯୬ରେ, ଭାରତର ପ୍ରଥମ ଘରୋଇ କଂପାନୀ ଭାବେ ଅନ୍ତର୍ଜାତୀୟ ଜମାକାରୀ ସୁଚକାଙ୍କ ସଂସ୍ଥାମାନ ଆରଆଇଏଲକୁ ଲିଷ୍ଟ କରନ୍ତି ।

• ୧୯୯୫-୧୯୯୬ ମଧ୍ୟରେ ରିଲାଏନ୍ସ ଦୂରସଂଚାର ବ୍ୟାପାର ଆରମ୍ଭ କରେ । ଏନୱାଇଏନଇଏକ୍ସ ସହ ମିଶି ସହଭାଗିତାରେ ରିଲାଏନ୍ସ ଦୂରସଂଚାର କଂପାନୀର ମୂଳଦୁଆ ପଡେ ।

• ୧୯୯୮-୯୯ ମଧ୍ୟରେ ରିଲାଏନ୍ସ ଗ୍ୟାସ ନାଁରେ କଂପାନୀ ଏଲପିଜି ସିଲିଣ୍ଡର ବ୍ୟବସାୟର ଆରମ୍ଭ କରେ ।

• ୨୦୦୧ରେ, ରିଲାଏନ୍ସ ଇଣ୍ଡଷ୍ଟ୍ରି ଏବଂ ରିଲାଏନ୍ସ ଭାରତର ସବୁଠାରୁ ବୃହତ୍ କଂପାନୀମାନଙ୍କ ମଧ୍ୟରେ ସ୍ଥାନ ପାଆନ୍ତି ।

• ୨୦୦୨ରେ, ଭାରତର ପ୍ରଥମ ଘରୋଇ କଂପାନୀ ଭାବେ ରିଲାଏନ୍ସ ଗୋଦାବରୀ ନଦୀ ପଠାରେ ପ୍ରାକୃତିକ ଗ୍ୟାସ ଆବିଷ୍କାର କରେ ।

• ୨୦୦୫-୦୬ ମଧ୍ୟରେ ୪ଟି ପ୍ରମୁଖ କ୍ଷେତ୍ରରେ ଯଥା-ଶକ୍ତି ଉତ୍ପାଦନ, ଶକ୍ତି ସଂଚାରଣ ବା ବଂଟନ, ଆର୍ଥିକ ବ୍ୟାପାର ଓ ଦୈତସଂଚାରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରେ ।

• ୨୦୦୬ରେ, ରିଲାଏନ୍ସ ଖୁଚୁରା ବ୍ୟବସାୟ ମାର୍କେଟିଂ ତଥା ରିଲାଏନ୍ସ ଫ୍ରେସ୍ ନାଁରେ ବ୍ୟବସାୟ ଆରମ୍ଭ କରେ ।

• ୨୦୧୦ରେ, ବ୍ରୋଡବ୍ୟାଣ୍ଡ ଇଂଟରନେଟ୍ କ୍ଷେତ୍ରରେ ବ୍ୟବସାୟରେ ପଦାର୍ପଣ କରେ ରିଲାଏନ୍ସ । ତେବେ ଏହିବର୍ଷରେ ମଧ୍ୟ ଭାରତ ପେଟ୍ରୋଲିୟମ ସହିତ ଏହି କଂପାନୀ ସହଭାଗିତା କରେ ।

• ୨୦୧୬ରେ, ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଓ ଝିଅ ଇଶା ଅମ୍ବାନୀଙ୍କ ତତ୍ତ୍ୱାବଧାନରେ ରିଲାଏନ୍ସ ଜିଓ ବ୍ୟବସାୟ ଆରମ୍ଭ ହୁଏ ଯାହା ରାତାରାତି ବିଶ୍ୱରେ ଚହଳ ପକାଇ ଦିଏ । ଯାହା ଭାରତରେ ଅତ୍ୟାଧୂନିକ ଡିଜିଟାଲ୍ ଯୁଗର ଆରମ୍ଭ କରେ ।