ମୃତ୍ୟୁର ଚିତ୍ର ! ୨୦ ହଜାର ଫୁଟ୍ ଉଚ୍ଚରୁ ପଡି ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ

43

ମହାରାଷ୍ଟ୍ର ସିନ୍ଧୁଦୁର୍ଗା ଜିଲ୍ଲାର ଅମ୍ବୋଲୀ ଘାଟରେ ପାଖାପାଖି ୨ ହଜାର ଫୁଟ୍ ଗହୀର ବିଶିଷ୍ଠ ଏକ ଘାଇରେ ପଡି ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି । ଆଉ ଉଭୟଙ୍କ ଏଭଳି ଲୋମହର୍ଷଣକାରୀ ମୃତ୍ୟୁର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

୧ ଅଗଷ୍ଟରେ ଏହି ଘଟଣା ମହାରାଷ୍ଟ୍ରର ପ୍ରସିଦ୍ଧ ପର୍ଯ୍ୟଟନୀସ୍ଥଳ ଅମ୍ବୋଲୀ ନାମକ ଘାଟୀର ‘କାୱଲେ ସାଦ’ଠାରେ ଘଟିଛି । ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ଇମରାନ(୨୬) ଏବଂ ପ୍ରତାପ ରାଠୋରଙ୍କ ସମେତ ଅନ୍ୟ ୭ ଜଣ ଯୁବକ ସେଠାକୁ ବୁଲିବାକୁୁ ଯାଇଥିଲେ ଏବଂ ସେମାନେ ସେହି ଘାଟିରେ ପଡି ଯାଇଥିଲେ । ବର୍ତ୍ତମାନ ସେମାନଙ୍କର ଶବକୁ ଉଦ୍ଧାର କରାଯାଇ ପାରିନି ।

ତେବେ ସେଠାରେ କିଛି ସମୟ ବିତାଇବା ପରେ ଅନ୍ୟ ଯୁବକମାନେ ‘କାୱଲେ ସାଦ’ ଛାଡି ଦେଇଥିଲେ । କିନ୍ତୁ ଇମରାନ ଏବଂ ପ୍ରତାପ ସେଠାରେ ଏକା ଛିଡା ହୋଇଥିଲେ । ପୁଲିସ୍ ଏହି ଦୁର୍ଘଟଣା ବିଷୟରେ ସ୍ଥାନୀୟ ଲୋକଙ୍କଠାରୁ ପଚାରି ବୁଝିଥିଲେ । ଉଭୟଙ୍କୁ ଖୋଜିବା ପାଇଁ ହିଲ୍ ରାଇଡର୍ସ ଗ୍ରୁପ ଏବଂ ଟ୍ରାକର୍ସଙ୍କୁ ଲଗାଯାଇଛି । ପୁଲିସ୍ କହିବା କଥା ହେଲା, ଘାଟିରେ ଉଭୟଙ୍କ ମୃତଦେହକୁ ଠାବ କରାଯାଇଛି ମାତ୍ର ବର୍ଷା କାରଣରୁ ଉଭୟଙ୍କ ମୃତଦେହକୁ ଏଯାବତ୍ ଉଦ୍ଧାର କରାଯାଇ ପାରିନି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ସ୍ପଷ୍ଟ ହୋଇ ଯାଉଛି କି, ଦୁଇ ଜଣ ଯୁବକ ହାତରେ ପାଣି ବୋଲତ ଧରି ଘାଟିର ପାଚେରୀ ଉପରେ ଠିଆ ହୋଇଛନ୍ତି । ଏବଂ ବନ୍ଧୁମାନେ ତମେ କେବେ ଆମକୁ ଷ୍ଟଂଟ୍ କରିବାର ଦେଖିଛ କି କହି ଚିୟର ଅଫ୍ ମଧ୍ୟ ବଡ ପାଟିରେ ଚିକ୍ରାର କରି କହୁଥାନ୍ତି ।

ଖାଲି ସେତିକି ନୁହେଁ କିଛି ଲୋକ ସେମାନଙ୍କୁ ଅଟକାଇବାର ଚେଷ୍ଟା ମଧ୍ୟ କରୁଥିବାର ଦେଖିବାକୁ ମିଳିଛି । ମାତ୍ର ଉଭୟେ ସେମାନଙ୍କ କଥାକୁ ବେଖାତିର କରି ପରସ୍ପର ସହ କିଛି କଥା ହୁଅନ୍ତି ଆଉ ସେମାନଙ୍କ ମଧ୍ୟରୁ ଜଣେ ହାତ ଉପରକୁ ଉଠାଇ ଆକାଶ ଆଡକୁ କିଛି ଇସାରା କରେ ଏବଂ କିଛି ସମୟ ପରେ ଉଭୟେ ତଳକୁ ଡେଇଁ ପଡନ୍ତି ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍