ମ୍ୟାଗି ପାଇଁ ଚାଲିଯାଇପାରେ ପିଲାଙ୍କ ଜୀବନ ! ଚଟାପଟ୍ ପ୍ରସ୍ତୁତ ହୋଇଯାଉଥିବା ଏହି ଖାଦ୍ୟ ଶରୀରରେ ପକାଇଥାଏ କେତେ ଭୟଙ୍କର ପ୍ରଭାବ, ଜାଣନ୍ତୁ

1,620

ଇଂଟରନ୍ୟାସନାଲ ମାର୍କେଟରେ ବିକ୍ରି ହେଉଥିବା ମ୍ୟାଗି ବର୍ତ୍ତମାନ ଏଭଳି ଏକ ଜିନିଷ ପାଲଟିଯାଇଛି , ଯାହାକୁ ପିଲାଠାରୁ ଆରମ୍ଭ କରି ବୃଢା ପର୍ଯ୍ୟନ୍ତ ଖାଇବାକୁ ବେଶ୍ ପସନ୍ଦ କରୁଛନ୍ତି । ପ୍ରଥମ କଥା ହେଲା ଏହାକୁ ପ୍ରସ୍ତୁତ କରିବା ଯେତିକି ସହଜ ସେତିକି ଏହାର ସ୍ୱାଦ ବି ଲୋକଙ୍କୁ ଖାଇବାକୁ ବାଧ୍ୟ କରିଦେଇଥାଏ । ମାତ୍ର ୨ମିନିଟରେ ବନି ଯାଉଥିବା ମ୍ୟାଗି ଅଧିକାଂଶ ୱିକେଣ୍ଡରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ଲୋକେ ବେଶି ପ୍ରାଥମିକତା ଦେଇଥାନ୍ତି । ଯଦିଓ ମ୍ୟାଗି ମଇଦାରେ ପ୍ରସ୍ତୁତ କିନ୍ତୁ ଏହା ସତ୍ୱେ ବି ଲୋକେ ମ୍ୟାଗି ଛାଡିବାକୁ ପୂରା ନାରାଜ ।

ମାତ୍ର ଆଶ୍ଚର୍ଯ୍ୟକର ବିଷୟ ହେଲା କି, ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି,ଯେଉଁଥିରେ କୁହାଯାଇଛି କି, ମ୍ୟାଗି ଖାଇବା ସ୍ୱାସ୍ଥ୍ୟପକ୍ଷେ ବେଶି ହାନିକାରକ । ଏଥିରେ ଉପଲବ୍ଧ ଥିବା ଲେଡ୍ ଏବଂ ଏମଏସଜରୁ ଶରୀର ବିଭିନ୍ନ ପ୍ରକାରର ଭୟଙ୍କର ରୋଗର ଶିକାର ହୋଇପାରେ । ଏଥି ସହିତ ହିଁ ମ୍ୟାଗି କଂପାନୀର ମାଲିକ ମଧ୍ୟ ସୁପ୍ରିମକୋର୍ଟରେ ଏହାକୁ ସ୍ୱୀକାର ମଧ୍ୟ କରିଛନ୍ତି ।

ଲେଡ ଏକ ଏଭଳି ତତ୍ୱ , ଯାହାର ମାତ୍ରା ଯଦି ଶରୀରରେ ବୃଦ୍ଧି ପାଇଯାଏ ତେବେ ଏହାଦ୍ୱାରା ଭୟଙ୍କର ପରିସ୍ଥିତି ଉପୁଜିପାରେ । ବାସ୍ତବରେ ଦେଖାଗଲେ ଆମ ଶରୀରକୁ ଲେଡର ଆବଶ୍ୟକତା ନଥାଏ । ନା ହିଁ ଆମ ଶରୀର ଲେଡ ବନାଇଥାଏ । ଏବଂ ନା ହିଁ ଏହାକୁ ଗ୍ରହଣ କରିବାର କ୍ଷମତା ଆମ ଶରୀରରେ ରହିଛି । ଏହା କେବଳ ମାତ୍ର ଅପମିଶ୍ରିତ ରୂପରେ ପ୍ରସ୍ତୁତ ଖାଦ୍ୟର ସେବନ କରିବା, ଦୂଷିତ ପାଣି, ଏବଂ ପ୍ରଦୂଷଣ ମାଧ୍ୟମରେ ଆମ ଶରୀରରେ ପ୍ରବେଶ କରିଥାଏ ଏବଂ ଯେତେବେଳେ ଏଗୁଡିକ ଏକାଠି ତଥା ଜମାଟ ବାନ୍ଧିନିଏ ସେତେବେଳେ ଅନେକ ଗମ୍ଭୀର ରୋଗ ବେମାରୀ ଆମ ଶରୀରରେ ବସା ବାନ୍ଧି ନିଅନ୍ତି ।

ତେବେ ଏହାର ପ୍ରଭାବ ଆମ ଶରୀର ଉପରେ ଧିରେ ଧିରେ ଦେଖାଦେଇଥାଏ । ଯଦି ଶରୀରରେ ଏହାର ମାତ୍ରା ଆବଶ୍ୟକତାଠାରୁ ଅଧିକ ବଢିଯାଏ ତେବେ ଏହା ଲିଭର, ମସ୍ତିସ୍କ, କିଡନୀ ଏବଂ ହାଡକୁ କ୍ଷତି ପହଂଚାଇବା ଆରମ୍ଭ କରିଦେଇଥାଏ । ଲିଭର ଖରାପ କରିବା ପରେ ଏହା ଡାଇଜେସନ ସିଷ୍ଟମକୁ ବି ନଷ୍ଟ କରିଦେଇଥାଏ । ଏପରିକି ଗର୍ଭବତୀ ମହିଳାଙ୍କଠାରେ ଗର୍ଭପାତ, ପ୍ରିମାଚ୍ୟୁୟର ଡେଲିଭରୀ, ପିଲାର ଓଜନ କମ ରହିବା ଇତ୍ୟାଦି ସମସ୍ୟା ଦେଖାଦେଇଥାଏ । ଏହା ବ୍ୟତୀତ ପିଲାଙ୍କଠାରେ ମାନସିକ ବିକଳାଙ୍ଗତା, ଆଇକ୍ୟୁ କମ ହେବା, ପାଠପଢାରେ ସମସ୍ୟା ସୃଷ୍ଟି ହେବା , ସ୍ମରଣଶକ୍ତି ହ୍ରାସ ପାଇବା ଏବଂ ରକ୍ତ ସଂଚାଳନରେ ସମସ୍ୟା ଆଦି ଦେଖାଦେଇଥାଏ ।

ମ୍ୟାଗି ଉପରେ ଅଧ୍ୟୟନ କରୁଥିବା ଗବେଷକଙ୍କ କହିବା ଅନୁସାରେ, ମ୍ୟାଗିରେ ଏଭଳି ଏକ ଘାତକ ପଦାର୍ଥ ମିଶାଯାଇଛି, ଯାହାକୁ ସେବନ କରିବା ଦ୍ୱାରା ପିଲାଙ୍କଠାରେ ନା କେବଳ ଶାରୀରିକ ବରଂ ମାନସିକ ବିକାଶ ବି ପ୍ରଭାବିତ ହେଉଛି । ମ୍ୟାଗିରେ ମିଳିଥିବା ମନୋସୋଡିୟମ ଗ୍ଲୁଟାମେଟ ତଥା ଏମଏସଜି କେମିକାଲଦ୍ୱାରା ପିଲା ଅନେକ ଭୟଙ୍କର ରୋଗର ଶିକାର ଆସିପାରନ୍ତି । ଯେଉଁଥିରେ ମୁହଁ, ଶରୀରରେ ଜଳାପୋଡା, ସ୍କିନ ଆଲର୍ଜି , ହାତ-ଗୋଡ ଘୋଳାବିନ୍ଧା, ମୁଣ୍ଡ ବିନ୍ଧା ଏବଂ ପେଟରେ ସମସ୍ୟା ଦେଖାଦେଇଥାଏ । କେବଳ ଏତିକି ନୁହେଁ ମ୍ୟାଗି ସ୍ୱାଦକୁ ଅନୁଭବ କରୁଥିବା ଗ୍ରନ୍ଥିଗୁଡିକର ଶକ୍ତିକୁ ଦୁର୍ବଳ କରିପକାଇଥାଏ ।