ବଜାରକୁ ଆସିଲା ‘ଏମ-ଆଧାର’ ଆପ । କିପରି କରିବେ ବ୍ୟବହାର ଜାଣନ୍ତୁ ।

52

ବଜାରକୁ ଆସିଲା ଆଧାର ଆପ୍ । ୟୁନିକ୍ ଆଇଡେଂଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ପାଇଁ ଜାରି ହୋଇଛି ‘ଏମ-ଆଧାର’ ଆପ୍ । ଯାହାକୁ ଆପଣ ମାଗଣାରେ ବି ଡାଉନଲୋଡ୍ କରିପାରିବେ । ଯାହାଦ୍ୱାରାକି ଆପଣ ସ୍ମାର୍ଟଫୋନରେ ହିଁ ନିଜର ଆଧାର କାର୍ଡ ସହ ଜଡିତ ସମସ୍ତ ତଥ୍ୟ ପାଇପାରିବେ ।

ସୂଚନା ମୁତାବକ, ବ୍ୟବହାରକାରୀମାନେ ଏଣିକି ନିଜର ଆଧାର ସଂପର୍କିତ ଖବର କେଉଁଠାକୁ ବି ମୋବାଇଲରେ ନେଇପାରିବେ । ଏହିଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଆପଣଙ୍କର ଆଧାର ଅଥେନ୍ଟିକେଟ୍ କରିବାକୁ ପଡିବ । ଯାହାଦ୍ୱାରା ଆପଣଙ୍କର ନାମ, ଜନ୍ମ ତାରିଖ, ଲିଙ୍ଗ, ଫଟୋ ଏବଂ ଠିକଣା ଆଦି ସୂଚନା ଏଠାରେ କେବଳ କ୍ଲିକରେ ହିଁ ମିଳିବ । ତେବେ ଏଥିପାଇଁ ଗୁଗଲ୍ ପ୍ଲେ ଷ୍ଟୋରକୁ ଯାଇ ଏହି ଆପଟିକୁ ଡାଉନଲୋଡ୍ କରିବାକୁ ପଡିବ । ଡାଉନଲୋଡ୍ କରିବା ପରେ ପ୍ରଥମେ ଏକ ପାସୱାର୍ଡ ତିଆରି କାରବାକୁ ପଡିବ । ଏହାପରେ ଆପଣଙ୍କ ଆଧାର କାର୍ଡ ନମ୍ବର ଦାଖଲ କରିବାକୁ ପଡିବ । ପରେ ଆପଣଙ୍କ ରେଜିଷ୍ଟର ମୋବାଇଲ୍ ନମ୍ବରରେ ଓଟିପି ମିଳିବ ଯାହାକୁ ଆପଣଙ୍କୁ ଏଠାରେ ଏଂଟର କରିବାକୁ ପଡିବ । ଓଟିପି ଅଥେନ୍ଟିକେସନ୍ ପରେ ଆପଣଙ୍କ ଆଧାରର ସମସ୍ତ ତଥ୍ୟ ଏଠାରେ ମିଳିଯିବ ।

ଯଦିଓ ଏହି ଆପଟି ଏବେ ବିଟା ଭର୍ସନରେ ରହିଛି ଏବଂ ବର୍ତ୍ତମାନ ବୋଧେ ଆପଣ ଏହାର ସମସ୍ତ ଫିଚର ବ୍ୟବହାର କରିନପାରିନ୍ତି । ଆଇଓଏସରେ ଏହି ଆପ୍ କେବେ ଆସିବ ସେ ସଂପର୍କରେ ତଥ୍ୟ ମିଳିପାରିନାହିଁ । କିନ୍ତୁ ଖୁବ୍ ଶୀଘ୍ର ହିଁ ଏହାକୁ ଆଇଫୋନ୍ ପାଇଁ ମଧ୍ୟ ଲଂଚ କରାଯାଇପାରେ । ଏହା କେବଳ ସେହି ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନଙ୍କର ମୋବାଇଲ୍ ନମ୍ବର ଆଧାର ସହିତ ରେଜିଷ୍ଟର କରାଯାଇଥିବ ।

ଏହି ଆପ ଜରିଆରେ ୟୁଜର୍ସ ଯଦି ଚାହିଁବେ ତେବେ ନିଜର ବାୟୋମିଟ୍ରିକ୍ସ ଡାଟାକୁ ଲକ୍ କିମ୍ବା ଅନଲକ୍ କରି ପାରିବେ । ରିପୋର୍ଟ ଅନୁସାରେ, ଏହି ଆପରେ ଯଦି ନିଜର ଆଧାର ପ୍ରୋଫାଇଲ୍ ତିଆରି କରିଦେଇଛନ୍ତି ଏବଂ ତାକୁ ରେଜିଷ୍ଟର କରିଦେଇଛନ୍ତି, ତେବେ ଆପଣଙ୍କୁ ଆଉ ଆଧାରର ହାର୍ଡ କପି ଧରି ବୁଲିବାକୁ ପଡିବ ନାହିଁ । ୟୁଜର୍ସ ଏହି ଆପରେ ଦିଆଯାଇଥିବା କ୍ୟୁଆର୍ କୋଡ୍ ଏବଂ ପାସୱାର୍ଡଠାରୁ ସୁରକ୍ଷିତ ଇକେୱାଇସି ଡାଟା ସେୟାର କରିପାରିବେ । ଏହି ଆପ୍ ଜରିଆରେ ୟୁଜର୍ସ ନିଜର ପ୍ରୋଫାଇଲକୁ ମଧ୍ୟ ଅପଡେଟ୍ କରିପାରିବେ ।

ସୌଜନ୍ୟ: ଆଜତକ୍