ବଜାରକୁ ଆସିଲା ୮୯୯ ଟଙ୍କିଆ ମୋବାଇଲ । ଡୁଆଲ ଡିଜିଟାଲ କ୍ୟାମେରା ସହିତ ଫୋନରେ ରହିଛି ଅନେକ ଆକର୍ଷଣୀୟ ଫିଚର

52

ଦମଦାର ମୋବାଇଲ ଫୋନ ତିଆରି କରୁଥିବା କଂପାନୀ ତଥା ଏମ-ଟେକ ଶୁକ୍ରବାରକୁ ଏକ ନୂଆ ଫିଚର ଫୋନ ଲଂଚ କରିଛି । ଯାହାର ନାଁ ରହିଛି ଏମ-ଟେକ୍ ଜି ୨୪ ଆଉ ଏହି ଫୋନର ମୂଲ୍ୟ ରହିଛି ମାତ୍ର ୮୯୯ ଟଙ୍କା । ତେବେ ଏହି ଫୋନଟି ବ୍ୟାକ୍, ରେଡ, ବ୍ଲୁ, ଗ୍ରେ ଏବଂ ବ୍ରାଉନ କଲରରେ ବଜାରରେ ଉପଲବ୍ଧ ହେବ । ଖାଲି ସେତିକି ନୁହେଁ ଏମ-ଟେକ ଜି ୨୪ ଦେଶର ୨୦,୦୦୦ରୁ ଅଧିକ ରିଟେଲ ଷ୍ଟୋରମାନଙ୍କରେ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯିବ । ଏହାବ୍ୟତୀତ ଏହି ଫୋନକୁ ଆମାଜନ ଇଣ୍ଡିଆ, ସ୍ନାପଡିଲ, ସାପକ୍ଲୁଜ ଏବଂ ପେଟିଏମ ଭଳି ବଡ ବଡ ଇ-କମର୍ସ ୱେବସାଇଟଗୁଡିକରେ ମଧ୍ୟ ଉପଲବ୍ଧ କରାଯିବ ।

ଫୋନର ବୈଶିଷ୍ଟ୍ୟ

ଏମ-ଟେକ ଜି୨୪ ଡୁଆଲ ସିମ ସପୋର୍ଟ କରିଥାଏ । ଫୋନରେ ଗୋଟିଏ ୧.୮ ଇଂଚ କ୍ୟୁବିଜିଏ ଡିସପ୍ଲେ ରହିଛି । ଏହି ଫୋନକୁ ୧୬ ଜିବି ପର୍ଯ୍ୟନ୍ତ ମାଇକ୍ରୋଏସଡି କାର୍ଡ ଜରିଆରେ ଷ୍ଟୋରେଜକୁ ବଢାଯାଇପାରିବ । ଫୋନକୁ ପାୱାର ଯୋଗାଇ ଦେବା ପାଇଁ ଏଥିରେ ରହିଛି ୧୦୦୦ ଏମଏଏଚର ବ୍ୟାଚେରୀ । ଯେଉଁଥିରେ ୭ ଘଂଟା ପର୍ଯ୍ୟନ୍ତର ଟକଟାଇମ ଏବଂ ୩୦୦ ଘଂଟା ପର୍ଯ୍ୟନ୍ତର ଷ୍ଟାଣ୍ଡବାଏ ଟାଇମ ମିଳିବ । ଫୋନରେ ସେଲ୍ଫି ନେବା ପାଇଁ ଡୁଆଲ ଡିଜିଟାଲ କ୍ୟାମେରା ମଧ୍ୟ ଦିଆଯାଇଛି ।

ଖାଲି ସେତିକି ନୁହେଁ, ୟୁଜରଙ୍କ ସୁବିଧା ପାଇଁ ଇଂରାଜୀ, ହିନ୍ଦୀ, କନ୍ନଡ, ତେଲଗୁ ଏବଂ ବଙ୍ଗାଳି ଭାଷାର ସପୋର୍ଟ ସହିତ ଫୋନଟି ଲଂଚ ହୋଇଛି । ଏମ-ଟେକ ଜି୨୪ରେ ଏମପି୩/ ଏମପି୪/ ଡବ୍ଲୁଏବି ପ୍ଲେୟାର, ୱୟାରଲେସ ଏଫଏମ ରେଡିଓ, ବ୍ଲୁଟୁଥ, ଅଡିଓ/ ଭିଡିଓ ରେକଡିଂ, ଅଟୋ କଲ ରିକଡିଂ ଏବଂ ଟର୍ଚ୍ଚ ଭଳି ଫିଚର ମଧ୍ୟ ଦିଆଯାଇଛି । କଂପାନୀର କହିବା ଅନୁସାରେ, ଏମ-ଟେକ ଜି୨୪ର ଡିଜାଇନ କମ୍ପାକ୍ଟ ଅଟେ ।

ଏଠାରେ ଆମେ କହି ରଖୁଛୁ କି, ଗତ ଜୁଲାଇ ମାସରେ ରିଲାଏନ୍ସ ଜିଓ ନିଜର ଶସ୍ତା ଫୋନ ଲଂଚ କରିଥିଲା । ଯାହାକି ଗ୍ରାହକଙ୍କୁ ସୁହାଇଲା ଭଳି ଥିଲା ଏବଂ ପରେ ବିଏସଏନଏଲ ସହିତ ଭାଗୀଦାର ହୋଇ ମାଇକ୍ରୋମାକ୍ସ ଭାରତ-୧ ଲଂଚ କରିଥିଲା ଆଉ ଏବେ ୮୯୯ଟଙ୍କିଆ ଫୋନ ସହ ହାଜିର ହୋଇଛି ଏମ-ଟେକ ।