ବଜାରକୁ ଆସିଲା ବାଇକ୍ ଦାମର କାର୍ ! ମୂଲ୍ୟ ଜାଣିଲେ ଆପଣଙ୍କର ଉଡିଯିବ ହୋସ୍, ଜାଣନ୍ତୁ କେଉଁଠି ଓ କିପରି କିଣିବେ ଏହି ଗାଡି

65

ଶସ୍ତା ବାଇକ୍ ପରେ ଏବେ ଖୁବ୍ ଶୀଘ୍ର ଭାରତୀୟ ବଜାରକୁ ଆସୁଛି ସବୁଠାରୁ ଶସ୍ତା ତଥା ବାଇକ୍ ଦାମର କାର୍ । ଯାହାକୁ ଲଂଚ କରିବାକୁ ଯାଉଛି “ବଜାଜ୍” ଭଳି ନାମୀ କଂପାନୀ । ମିଳିଥିବା ସୂଚନା ମୁତାବକ, ଖୁବ ଶୀଘ୍ର ହିଁ ବଜାଜ୍ କଂପାନୀ ନିଜ ନୂଆ କାର ତଥା “ଅଟୋ କ୍ୟୁଟ୍” ଲଂଚ କରିପାରେ । ଯାହାର ଦାମ୍ ରହିଛି ମାତ୍ର ୧ ଲକ୍ଷ ୩୦ ହଜାର ଟଙ୍କା ।

ତେବେ ବଜାଜର ଏହି କାର ୧ ଲିଟର ପେଟ୍ରୋଲରେ ୩୬ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଯାତ୍ରା ଅତିକ୍ରମ କରିପାରିବ । ସରକାରଙ୍କ ତରଫରୁ ବି ବଜାରର ଏହି ନୂଆ କାର୍ ପାଇଁ ସବୁଜ ସଂକେତ ମିଳିସାରିଛି । ତେବେ ବଜାଜ୍ ଏହି କାର ଏବେ ଖୁବ୍ ଶୀଘ୍ର ହିଁ ଭାରତୀୟ ବଜାରରେ ଉପଲବ୍ଧ ହେବାର ଆଶା ରହିଛି ।

ବୈଶିଷ୍ଟ୍ୟ

• ଏହି କାରରେ ୨୧୬.୬ ସିସି ର ଶକ୍ତିଶାଳୀ ଇଂଜିନ ଲଗାଯାଇଛି ।

• ଏହି କାର୍ ପେଟ୍ରୋଲ ସହିତ ହିଁ ଉଭୟ ସିଏନଜି ଏବଂ ଏଲପିଜି ଇନ୍ଧନରେ ଚାଲିପାରିବ ।

• ଏଥିରେ ୧୩.୨ ବିଏଚପିର ପାଓାରଫୁଲ ଇଂଜନ ମଧ୍ୟ ରହିଛି ।

• ବଜାଜର ଏହି ନୂଆ କାରଟି ପାଖାପାଖି ୭୦ କିଲୋମିଟର ପ୍ରତି ଘଂଟା ବେଗରେ ଚାଲିପାରିବ ।