ଚର୍ଚ୍ଚାରେ ୫ ବର୍ଷର ଶିଶୁ ସୂର୍ଯ୍ୟ ପ୍ରକାଶ ! ପୂର୍ବଜନ୍ମରେ ରହୁଥିଲେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ

83

ସାଧାରଣତଃ ଆପଣ ପୁର୍ନଜନ୍ମ ଓ ପରଜନ୍ମ ବିଷୟରେ ବିଭିନ୍ନ ପୁରାଣ ଶାସ୍ତ୍ରରେ ପଢିଥିବେ । ଏହା ଏଭଳି ଏକ ପ୍ରସଂଗ ଯାହାକୁ କେହି ବିଶ୍ୱାସ କରନ୍ତୁ ବା ନ କରନ୍ତୁ ମାତ୍ର ଏଥିସହ ଜଡିତ ବିଭିନ୍ନ କାହାଣୀ ସମସ୍ତଙ୍କୁ କରିଥାଏ ଆକର୍ଷିତ । ଯଦିଓ ଆଜିର ବିଜ୍ଞାନ ଯୁଗରେ ଏହାକୁ ବିଶ୍ୱାସ କରା ନଗଲେ ମଧ୍ୟ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୈାର ଶ୍ରାବସ୍ତି ଅଂଚଳରେ ।

ଶ୍ରାବସ୍ତି ଅଂଚଳରେ ବାସ କରୁଥିବା ୫ ବର୍ଷର ଶିଶୁ ସୂର୍ଯ୍ୟ ପ୍ରକାଶଙ୍କ ପୂର୍ବଜନ୍ମର କାହାଣୀକୁ ନେଇ ଏବେ ଚର୍ଚ୍ଚା । ପ୍ରକୃତ ଘଟଣାଟି ହେଲା, ସୂର୍ଯ୍ୟ ପ୍ରକାଶ ହଠାତ୍ ଦିନେ ଏଭଳି ନାଁ ଓ କାହାଣୀସବୁ କହିବାକୁ ଲାଗିଥିଲା ଯାହାକୁ ଶୁଣି ସମସ୍ତଙ୍କ ହୋସ୍ ଉଡିଯାଇଥିଲା । ସୂର୍ଯ୍ୟ ପ୍ରକାଶଙ୍କ ବାପା ଜଣେ ଆଇନଜୀବୀ । ତେବେ ଶିଶୁଟିର ମା’ଙ୍କ କହିବା କଥା ହେଲା, ୧୫ ଦିନ ତଳେ ସୂର୍ଯ୍ୟ ପ୍ରକାଶ ଖାଇବା ପାଇଁ କ୍ଷୀର ମାଗିଥିଲା । ମାତ୍ର କାମ ବ୍ୟସ୍ତରେ ଶିଶୁଟିକୁ କ୍ଷୀର ଦେବାକୁ ସେ ଭୁଲି ଯାଇଥିଲେ । ଯେଉଁଥିପାଇଁ ସେ ରାଗିଯାଇଥିଲା । ଆଉ ରାଗରେ ସେ ତା ମା’ଙ୍କୁ ମା ନିଜ ମା’ ବୋଲି ସ୍ୱୀକାର କରି ନଥିଲା । ଖାଲି ସେତିକି ନୁହେଁ ସେ ଆଉ ମଧ୍ୟ କହିଥିଲା,ଏ ଘର ମଧ୍ୟ ତାର ନୁହେଁ ଶିଶୁଟିର ଏଭଳି ବ୍ୟବହାର ପ୍ରଥମେ ସମସ୍ତଙ୍କୁ ଲାଗିଥିଲା ସେ ଅତ୍ୟନ୍ତ କ୍ରୋଧ ବଶବର୍ତ୍ତୀ ହୋଇ ଏପରି କରୁ ଥାଇପାରେ । ମାତ୍ର ବାରମ୍ବାର ସେ ଏହିି କଥାକୁ ଦୋହରାଇବାରୁ ଶିଶୁଟିର କଥାକୁ ଗଭୀରତାର ସହ ନେଇଥିଲେ ପରିବାର ଲୋକେ ।

ଆଉ ଏହାପରେ ଶିଶୁଟି କହିବାକୁ ଆରମ୍ଭ କରିଥିଲା ଗୋଟେ ପରେ ଗୋଟେ ରହସ୍ୟଜନକ କଥା । କହିଥିଲା.ସେ ହରିୟାଣାର ଗୁଣଗାଁ ନିକଟରେ ଥିବା ମନବାଲା ଗାଁରେ ବାସ କରୁଥିଲା । ଆଉ ବୃତ୍ତିରେ ସେ ଜଣେ କୃଷକ ମଧ୍ୟ ଥିଲା । ଆଉ ଏଥି ସହ ତା ପାଖରେ ପାଖାପାଖି ୧୦ ଏକର ଜମି ମଧ୍ୟ ଥିଲା । ତା ନାଁ ଶିବଶଙ୍କର ଓ ପତ୍ନୀ ଅମଲି । ତା’ର ୨ ପୁତ୍ର ଓ ୧ କନ୍ୟା ଥିଲା । ପୁତ୍ରଙ୍କ ନାଁ ଶିବନାଥ ଓ ଭୋଳା ଏବଂ କନ୍ୟାଟିର ନାଁ ଥିଲା ସୂର୍ଯ୍ୟମୁଖୀ ଥିଲା । ତେବେ ତା’ର ମୃତ୍ୟୁ ୯୦ ବର୍ଷ ବୟସରେ ହୋଇଥିଲା । ଖାଲି ସେତିକି ନୁହେଁ ସେ ଆଉ ମଧ୍ୟ କହିଥିଲା ଯେ, ସେ ପାଖାପାଖି ୧୦ ବର୍ଷ ଭଗବାନଙ୍କ ଶରଣରେ ଥିଲା ଆଉ ସେଠାରେ ସେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଦେଖିବାକୁ ମିଳିଥିଲା ଏବଂ ସେ ପରେ ଏଠାକୁ ଆସିଥିଲା ।

ତେବେ ଶିଶୁଟିର କଥାରେ କେତେ ଦୂର ସତ୍ୟତା ରହିଛି ଏହା ଜାଣିବାପାଇଁ ଶିଶୁଟିର ବାପା ଇଂଟରନେଟରେ ଖୋଜିଥିଲେ । ଯାହାଦ୍ୱାରା ଗାଁଟିର ନାଁ ତ ମିଳିଯାଇଥିଲା ମାତ୍ର ଭୋଟର କାର୍ଡ ତାଲିକାରେ ଶିଶୁଟି କହିଥିବା ଲୋକଙ୍କ ନାଁ ସଂପର୍କରେ କୌଣସି ବି ତଥ୍ୟ ମିଳିପାରି ନଥିଲା । ମାତ୍ର ଗାଁ ଲୋକ ଶିଶୁଟିର ଏପରି କାହାଣୀକୁ ତାର ପୂର୍ବଜନ୍ମର କାହାଣୀ ବୋଲି ବିଶ୍ୱାସ କରୁଛନ୍ତି ।