ଏଣିକି ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଆଉ ଆସିବନି ଟଙ୍କା ! ଗ୍ୟାସ୍ ସବସିଡିକୁ ନେଇ ନିୟମ ବଦଳାଇଲେ ମୋଦି ସରକାର

9,724

ସାଧାରଣ ଜନତାଙ୍କର ସୁଖ ସୁବିଧା ପାଇଁ ନରେନ୍ଦ୍ର ମୋଦି ସବୁବେଳେ କୌଣସି ନା କୌଣସି ଜନହୀତକର ଯୋଜନାମାନ କାର୍ଯ୍ୟକାରୀ କରିଥାନ୍ତି । ତେବେ ସେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହେଉ ଅବା ଗ୍ୟାସ ସିଲିଣ୍ଡର ଉପରେ ଆସୁଥିବା ସବସିଡି ହେଉ । ଗରିବ ସୀମାରେଖା ତଳେ ବାସକରୁଥିବା ପ୍ରତିଟି ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଗ୍ୟାସ ସିଲିଣ୍ଡର ଉପରେ ସବସିଡି ଲାଗୁ କରିଥିଲେ, ହେଲେ ଏବେ କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡର ଉପରେ ମିଳୁଥିବା ସବସିଡିରେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଯାହାଦ୍ୱାରା ଏଣିକି ଗ୍ୟାସ୍ ସିଲିଣ୍ଡର ଉପରେ ମିଳୁଥିବା ସବସିଡି ଆପଣଙ୍କର ବ୍ୟାଙ୍କ ଖାତାରେ ଆସିବ ନାହିଁ, କିନ୍ତୁ ଏହାର ଫାଇଦା ଆପଣଙ୍କୁ ନୂଆ ତରିକାରେ ମିଳିବ ।

କେନ୍ଦ୍ର ସରକାର ଏଣିକି ଗ୍ୟାସ ସବସିଡି ବାବଦକୁ ଆସିଥିବା ଟଙ୍କାକୁ ସିଧାସଳଖ ବ୍ୟାଙ୍କ ଖାତାକୁ ନପଠାଇ ଉକ୍ତ ଟଙ୍କାକୁ ସିଧା ପେଟ୍ରୋଲିୟମ କଂପାନୀମାନଙ୍କୁ ହିଁ ଦେବେ , ଯାହାଦ୍ୱାରା ସାଧାରଣ ଜନତାଙ୍କୁ ଏହାର ଫାଇଦା ମିଳିବ ।

ପେଟ୍ରୋଲିୟମ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଡିଭିଟିର ନୂଆ ତରିଆରେ ଗ୍ୟାସ ବୁକ୍ ହେବା ପରେ ଉପଭୋକ୍ତାଙ୍କର ମୋବାଇଲକୁ ଏସଏମଏସ ଜରିଆରେ ଏକ କୋଡ ପଠାଯିବ, ଆଉ ଯେତେବେଳେ ଗ୍ୟାସ ସିଲିଣ୍ଡ ଉପଭୋକ୍ତାଙ୍କ ଘରେ ପହଂଚିବ ସେତେବେଳେ ଉପଭୋକ୍ତାଙ୍କୁ ଉକ୍ତ କୋଡ ଦେଖାଇବାକୁ ହେବ । ଏବଂ ସିଲିଣ୍ଡର ଦେବାକୁ ଆସିଥିବା ବ୍ୟକ୍ତି ଜଣକ ଏହି କୋଡକୁ ନୋଟ୍ କରି ସଫ୍ଟଓୟାରରେ ଅପଡେଟ୍ କରିଦେବେ । ଏହାପରେ ସରକାର ଉପଭୋକ୍ତାଙ୍କ ତରଫରୁ ସବସିଡି ବାବଦକୁ ଆସୁଥିବା ଟଙ୍କାକୁ ସିଧା କଂପାନୀ ନିକଟକୁ ପଠାଇଦେବେ । ତେବେ ଏଭଳି ପରିସ୍ଥିତିରେ ଉପଭୋକ୍ତାଙ୍କୁ କେବଳ ଗ୍ୟାସ ସିଲିଣ୍ଡରର ସବସିଡି ଦାମ ହିଁ ପରିଶୋଧ କରିବାକୁ ପଡିବ ।