ମୋଦିଙ୍କ ନୂଆ ଯୋଜନା: ଏଣିକି ୫ କେଜିଆ ଗ୍ୟାସ ସିଲିଣ୍ଡର ଉପରେ ବି ଦିଆଯିବ ସବସିଡି, ଜାଣନ୍ତୁ ପୂରା ପ୍ରକ୍ରିୟା

136

ମୋଦି ସରକାରଙ୍କ ଉଜ୍ଜ୍ୱଳା ଯୋଜନା ଆଧାରରେ ଗରିବ ଲୋକଙ୍କୁ ମାଗଣାରେ ଗ୍ୟାସ କନେକ୍ସନ ଏବଂ ଗ୍ୟାସ ଚୁଲା ବଂଟା ଯାଉଛି । ଏହି ଯୋଜନା ଅନୁସାରେ ସାରା ଦେଶରେ ପାଖାପାଖି ଅଢେଇ କୋଟିରୁ ଅଧିକ ଗ୍ୟାସ କନେକସନ ବିତରଣ ହୋଇସାରିଲାଣି । ହେଲେ ବର୍ତ୍ତମାନ ମୋଦିଙ୍କ ଏହି ଯୋଜନାକୁ ନେଇ ଏକ ନୂଆ ସମସ୍ୟା ମୁଣ୍ଡ ଟେକିଛି । ଆଉ ସମସ୍ୟାଟି ହେଲା ଲାଭାର୍ଥି ନିଜର ଏଲପିଜି ସିଲିଣ୍ଡରକୁ ରିଫିଲ କରିବାରେ ଅସମର୍ଥ । ତେଣୁ ଲୋକଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏକ ନୂଆ ବାଟ ବାହାର କରିଛନ୍ତି ।

ସୂଚନା ମୁତାବକ, ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ଏଣିକି ୧୪ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡରକୁ ଫେରାଇ, ଏହା ବଦଳରେ ଛୋଟିଆ ତଥା ୫ କିଲୋ ବାଲା ସିଲିଣ୍ଡର ନେଇପାରିବେ । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିପାଇଁ ଲାଭାର୍ଥିଙ୍କୁ କୌଣସି ବି ପ୍ରକାରର ଅତିରିକ୍ତ ଟଙ୍କା ପରିଶୋଧ ମଧ୍ୟ କରିବାକୁ ପଡିବ ନାହିଁ । ଏଥିସହିତ ହିଁ ଏହି ଯୋଜନା ଅନୁସାରେ ପାଂଚ କିଲୋ ବାଲା ସିଲିଣ୍ଡର ନେଉଥିବା ଲାଭାର୍ଥିଙ୍କୁ ବି ସବସିଡି ଦିଆଯିବ ।

ଛୋଟ ସିଲିଣ୍ଡର ଉପରେ ମିଳିବ ସବସିଡି

ପେଟ୍ରୋଲିୟମ ମନ୍ତ୍ରାଳୟ ଦ୍ୱାରା ବଡ ସିଲିଣ୍ଡର ଆଧରରେ ଏବେ ଘରୋଇ ଉପଭୋକ୍ତାଙ୍କ ପାଇଁ କମ ଦାମରେ ୫ କେଜିଆ ଗ୍ୟାସ ସିଲିଣ୍ଡର ସବସିଡି ସହ ସରକାରଙ୍କ ଦ୍ୱାରା ଉପଲବ୍ଧ କରାଯାଇଛି । ଯେଉଁ କାରଣରୁ ଉପଭୋକ୍ତା ଛୋଟ ସିଲିଣ୍ଡରକୁ ଅତି ସହଜରେ ଭରି ଉଜ୍ଜ୍ୱଳା ଯୋଜନା ଅନୁସାରେ ମିଳିଥିବା ସିଲିଣ୍ଡର ବ୍ୟବହାର କରିପାରିବେ ।

କେତେ ଦାମ

ଆଇଓସିର ଆଧିକାରୀକ େଓବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ଦିଲ୍ଲୀରେ ୫ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡରର ଦାମ ବିନା ସବସିଡିରେ ରହିଛି ୩୪୦ଟଙ୍କା ।

ଛୋଟ ସିଲିଣ୍ଡର ନେଇପାରିବେ ଉପଭୋକ୍ତା

ଉଜ୍ଜ୍ୱଳା ଯୋଜନା ପରିସରରେ ଗରିବଙ୍କୁ ବଂଟା ଯାଇଥିବା ଗ୍ୟାସ ସିଲିଣ୍ଡର ରିଫିଲ ପାଇଁ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁ କାରଣରୁ ସରକାର ଏହି ଯୋଜନାରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ତେବେ ନୂଆ ଯୋଜନା ଅନୁସାରେ, ବଡ ସିଲିଣ୍ଡର ସହିତ ଏଣିକି ଛୋଟ ତଥା ୫ କିଲୋ ବିଶିଷ୍ଟ ସିଲିଣ୍ଡର ମଧ୍ୟ ଜାରି କରାଯାଇଛି । ଯାହାଦ୍ୱାରା ଉପଭୋକ୍ତା ଯେଉଁମାନେ କି ବଡ ସିଲିଣ୍ଡର ଭରିବାର ଅସମର୍ଥ ହେଉଛନ୍ତି ସେମାନେ ବଡ ସିଲିଣ୍ଡରକୁ ବଦଳାଇ ଛୋଟ ସିଲିଣ୍ଡର ନେଇପାରିବେ ।