ଗ୍ୟାସ ଉପଭୋକ୍ତାଙ୍କୁ ମିଳିବ ସ୍ମାର୍ଟକାର୍ଡ ! ସହଜ ହେବ ପେମେଂଟ୍ ପ୍ରକ୍ରିୟା, ମିଳିବ ଅନେକ ଫାଇଦା

30

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଡେଟ (ଏଚପିସିଏଲ) ଆରମ୍ଭ କରିଛି ଇନ୍ଧନ ଗ୍ୟାସ କାର୍ଡର ଏକ ନୂଆ ଫର୍ମାଟ । ଯେଉଁଥିରେ ଉପଭୋକ୍ତା ପୁରୁଣା ଗ୍ୟାସ କାର୍ଡ ତ ବ୍ୟବହାର କରିବେ ଏଥିସହିତ ସେମାନଙ୍କୁ ପୁଣି ଏକ ନୂଆ ସ୍ମାର୍ଟକାର୍ଡ ମଧ୍ୟ ଦିଆଯିବ । ଯାହା ବର୍ତ୍ତମାନ କାର୍ଯ୍ୟକାରୀ ହୋଇ ସାରିଛି ।

ଏଚପିସିଏଲର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲାକି, ଏହା ଏକ ସ୍ମାର୍ଟକାର୍ଡ ଏବଂ ଆମେ ପୁରୁଣା ଗ୍ୟାସ୍ କାର୍ଡର ପ୍ରଚଳନକୁ ଏ ଯାବତ ବନ୍ଦ କରିନାହୁଁ , ମାତ୍ର ପୁରୁଣା କାର୍ଡକୁ ଧିରେ ଧିରେ ବନ୍ଦ କରାଯିବ । ଯାହାର ଏକମାତ୍ର ଉଦ୍ଦେଶ୍ୟ ରହିଛି କି, ଡିଜିଟାଲ କାରବାରକୁ ଅଧିକ ପ୍ରାଥମିକତା ଦେବା ସହ ଗ୍ୟାସର ଡେଲିଭରୀ ପ୍ରକ୍ରିୟା ସଠିକ୍ ଢଙ୍ଗରେ କରିଯିବା ତଥା ସଠିକ୍ ବ୍ୟକ୍ତିଙ୍କ ନିକଟରେ ପହଂଚାଇବାରେ ବି ସୁନିଶ୍ଚିତ କରାଇବା ।

କିପରି ବ୍ୟବହାର କରିବେ ସ୍ମାର୍ଟକାର୍ଡ

ଆପଣ ଯେତେବେଳେ ଅନଲାଇନ ମାଧ୍ୟମରେ କିମ୍ବା (ଆଇବିଆରଏସ) ଏମଏସ ନିଜର ଗ୍ୟାସ ସିଲିଣ୍ଡରର ବୁକିଂ କରିବେ ଠିକ୍ ସେହି ସମୟରେ ଆପଣଙ୍କର ରେଜିଷ୍ଟର ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ଆଉ ଏହି ଓଟିପିକୁ ଆପଣଙ୍କୁ ଆପାଣଙ୍କ ଘରକୁ ଆସିଥିବା ଡେଲିଭରୀ ବୟ ଜଣାଇବାକୁ ପଡିବ । ଏହାପରେ ଡେଲିଭରୀ ବୟ ଏହି କୋଡକୁ ସାଥିରେ ଆଣିଥିବା ମେସିନରେ ଏଂଟର କରିବେ । ଏହି କୋଡ ଏଂଟର କରିବା କ୍ଷଣି ହିଁ ଆପଣଙ୍କ ଡେଲିଭରୀର ପୃଷ୍ଟି ହୋଇଯିବ । ତେବେ ଏହି ସୁବିଧା ଠିକ୍ ଆପଣ ଯେମିତି ଓଲାରେ କୌଣସି କ୍ୟାବ୍ ବୁକ୍ କରୁଛନ୍ତି ଏବଂ ଏହାର ପେମେଂଟ ଆପଣ ଅନଲାଇନ ଜରିଆରେ କିମ୍ବା କ୍ୟାସ ପେମେଂଟ କରି ଡ୍ରାଫ କରିବା କ୍ଷଣି ହିଁ ପେମେଂଟ କନଫର୍ମମେସନର ଏକ ମେସେଜ ଆସିବା ଭଳି ହୋଇଥାଏ ।

ମିଳିବ ଅନଲାଇନ ପେମେଂଟର ସୁବିଧା

ଖାଲି ଏତିକି ନୁହେଁ ଯଦି ଆପଣ ଚାହିଁବେ ତେବେ ଆପଣ ଆପାଣଙ୍କର ସିଲିଣ୍ଡର ପାଇଁ କ୍ୟାସ୍ ପରିବର୍ତ୍ତେ କାର୍ଡ ସ୍ୱାଇପିଂ ଜରିଆରେ ମଧ୍ୟ ପେମେଂଟ କରିପାରିବେ । କାରଣ ଆପଣଙ୍କ ଘରକୁ ଆସିଥିବା ଡେଲିଭରୀ ବୟଙ୍କ ନିକଟରେ ଏକ ମେସିନ ଥିବ । ଯେଉଁଥିରେ ଆପଣ ଆପଣଙ୍କର ଡେଭିଟ୍ କିମ୍ବା କ୍ରେଡିଟ୍ କାର୍ଡ ସ୍ୱାଇପ କରି ପେମେଂଟ କରିପାରିବେ ।