ହୁସିଆର୍ ! ଅଧା ବାଟରୁ ଗାଏବ ହୋଇଯାଉଛି ସିଲିଣ୍ଡରରେ ଭର୍ତ୍ତି ହୋଇଥିବା ଗ୍ୟାସ, ଜାଣନ୍ତୁ କିଭଳି ଭରା ଟାଙ୍କିରୁ ଗ୍ୟାସ ଚୋରିକରୁଛନ୍ତି ଡେଲିଭରୀ ବୟ

38

ଘରେ ଘରେ ଏବେ ଇନ୍ଧନ ଗ୍ୟାସର ବ୍ୟବହାର ହୋଇଗଲାଣି । ସହରଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ବସବାସ କରୁଥିବା ପ୍ରତ୍ୟେକଙ୍କ ରୋଷେଇ ଘରେ ନିହାତି ରୂପେ ଗୋଟିଏ କିମ୍ବା ଦୁଇଟି ଲେଖାଏଁ ଗ୍ୟାସ ସିଲଣ୍ଡର ଥିବ । ଇତି ମଧ୍ୟରେ ରୋଷେଇ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଏକ ଜରୁରୀ ଖବର ସାମ୍ନାକୁ ଆସିଛି । ଯାହାକି ଆପଣ ନିଶ୍ଚୟ ରୂପେ ଜାଣି ରଖିବା ଉଚିତ । ତେବେ ଏହି ଖବରଟି କଣ ଆସନ୍ତୁ ଜାଣିବା ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଆପଣ ଯାହାଙ୍କୁ ବିଶ୍ୱାସର ସହ ନିଜର ଗ୍ୟାସ ସିଲିଣ୍ଡର ଭର୍ତି କରିବାକୁ ଦେଉଛନ୍ତି ବାସ୍ତବରେ ସେମାନେ ଆପଣଙ୍କୁ ଲୁଟିବାରେ ଲାଗିଛନ୍ତି । ଇନ୍ଧନ ଗ୍ୟାସ ସିଲିଣ୍ଡରରେ ହୋଲୋଗ୍ରାମରେ ଲଗାଯାଇଥିବା ଟେମ୍ପର ଏଭିଡେଂଟ ସିଲ ମଧ୍ୟ କଳାବଜାରୀ କରୁଥିବା ଲୋକମାନଙ୍କୁ ରୋକିବାର ଅସମର୍ଥ ହୋଇପଡିଛି । କିଛିଦିନ ତଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା ଯାହା ଆପଣଙ୍କର ହୋସ୍ ଉଡାଇଦେବ ।

ମିଳିଥିବା ସୂଚନା ଅନୁସାରେ, ଗ୍ୟାସ ଏଜେନ୍ସି ଗାଡିରେ ଭର୍ତି କରାଯାଇଥିବା ସିଲିଣ୍ଡରରେ ଟେମ୍ପର ଏଭିଡେଂଟ ସିଲ ଲଗାଯିବା ସତ୍ୱେ ବି ସିଲିଣ୍ଡରରେ ଦୁଇ ଦୁଇ କିଲୋ ଗ୍ୟାସ କମ ଥିବା ଖବର ସାମ୍ନାକୁ ଆସିଛି । ତେବେ ଏହି କଳାବଜାରୀରେ ସାମିଲ ଅଛନ୍ତି ଇଣ୍ଡିଆନ ଅଏଲ, ହିନ୍ଦୁସ୍ଥାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ଭଳି ବହୁ ଖ୍ୟାତନାମା କଂପାନୀ । ଯାହା ଉପରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ଏଠାରେ ଆମେ କହି ରଖୁଛୁ କି, ଗ୍ୟାସ ଏଜେନ୍ସି ଏବଂ ଡେଲିଭରୀ ମ୍ୟାନଙ୍କ ମଧୁଚନ୍ଦ୍ରିକା କାରଣରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଯାହା ଫଳରେ ଗ୍ୟାସ ସିଲିଣ୍ଡରରୁ ପାଖାପାଖି ଦେଢରୁ ଦୁଇ ଦୁଇ କିଲୋ ଗ୍ୟାସ ବାହାର କରାଯାଇ ଉପଭୋକ୍ତାଙ୍କୁ ଦିଆଯାଉଛି । ଏସଂପର୍କରେ ବି ଉପଭୋକ୍ତାଙ୍କ ତରଫରୁ ଅନେକ ଅଭିଯୋଗ ଆସିବାରେ ଲାଗିଛି । ମାତ୍ର ତୈଳ କଂପାନୀମାନେ ଗ୍ରାହକଙ୍କ ଏଭଳି ସମସ୍ୟା ପ୍ରତି ସେତେଟା ଗଭୀରତା ଦେଖାଉନଥିବା ଖବର ଆସିଛି ।

ଜାଣନ୍ତୁ କିପରି ହୋଇଥାଏ ଚୋରି

ଏଭଳି ଧନ୍ଦା କରୁଥିବା ବ୍ୟକ୍ତିମାନେ ସିଲିଣ୍ଡରରେ ଲଗାଯାଇଥିବା ଟେମ୍ପର ଏଭିଡେଂଟ ସିଲରେ ପ୍ରଥମେ ପେଚଳସ ସାହାର୍ଯ୍ୟରେ ଏକ ଛୋଟିଆ ଗଣା କରିଥାନ୍ତି । ଏହାପରେ ଉକ୍ତ ପେଚଳସ ମାଧ୍ୟମରେ ସିଲିଣ୍ଡରର ଢାଙ୍କୁଣୀରେ ଲଗାଯାଇଥିବା ଗ୍ୟାପଟିରେ ଏକ ଲୁହାର ତାରକୁ ସାମାନ୍ୟ ପୁରାଇ ଦିଅନ୍ତି । ଯାହାଦ୍ୱାରା ସିଲଟି ଅତି ସହଜରେ ଉପରକୁ ଉଠିଯାଇଥାଏ । ଏବଂ ଚୋର ଅତି ସହଜରେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଚୋରିକରିବାରେ ସଫଳ ହୋଇଯାଇଥାଏ ।