ଏଣିକି ସମସ୍ତ ମେଲ-ଏକ୍ସପ୍ରେସ୍ ଟ୍ରେନମାନଙ୍କରେ ଦିବ୍ୟାଙ୍ଗଙ୍କ ପାଇଁ ରିଜର୍ଭ ହେବ ୩ଏସି ନିମ୍ନତମ ଶୟନସ୍ଥାନ

1

ଭାରତୀୟ ରେଳ ମନ୍ତ୍ରଣାଳୟ ଦିବ୍ୟାଙ୍ଗମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଏକ ବଡ ପଦକ୍ଷେପ ନେଇଛନ୍ତି । ରେଳ ମନ୍ତ୍ରଣାଳୟର ଏହି ନିଷ୍ପତି ପରେ ଏବେ ଦିବ୍ୟାଙ୍ଗମାନଙ୍କୁ ୩ଏସିରେ ନିମ୍ନତମ ଶୟନସ୍ଥାନ ମିଳିବାରେ କୌଣସି ପ୍ରକାରର ସମସ୍ୟା ହେବନାହିଁ । ଭାରତୀୟ ରେଳବାଇ ଉଭୟ ଏକ୍ସପ୍ରେସ୍ ଏବଂ ମେଲ୍ ଟ୍ରେନମାନଙ୍କରେ ୩ଏସିରେ ନିମ୍ନତମ ଶୟନସ୍ଥାନ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପାଇଁ ରିଜର୍ଭ କରିଦେଇଛନ୍ତି ।

ତେବେ ଏଯାବତ୍ ଦିବ୍ୟାଙ୍ଗମାନଙ୍କ ପାଇଁ ଏଭଳି ସୁବିଧା କେବଳ ସ୍ଲିପର କ୍ଲାସ୍ ପର୍ଯ୍ୟନ୍ତ ସୀମିତ ଥିଲା । ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ୩ଏସି କ୍ଲାସରେ ନିମ୍ନତମ ଶୟନସ୍ଥାନ ଦିବ୍ୟାଙ୍ଗମାନଙ୍କ ପାଇଁ ସଂରକ୍ଷଣ ରହିବ ଏବଂ ଏଥିପାଇଁ ଆବଶ୍ୟକ ସଫ୍ଟୱେର ପ୍ରସ୍ତୁତି କରାଯାଇଛି ।

ରେଳ ମନ୍ତ୍ରଣାଳୟର ଏହି ନିଷ୍ପତି ଏକ ଏଭଳି ମୁହୂର୍ତ୍ତରେ କରିଛି ଯେବେକି କିଛି ଦିନ ତଳେ ହ୍ୱୁଲ୍ ଚେୟାରରେ ବସିଥିବା ଜଣେ ଆନଥଲେଟଙ୍କୁ ଯାତ୍ରା ସମୟରେ ନିମ୍ନତମ ଶୟନସ୍ଥାନ ମିଳି ନଥିଲା । ଉଚ୍ଚତମ ଶୟନସ୍ଥାନ ମିଳିବା କାରଣରୁ ପଦକ ବିଜେତା ତଥା ପାରା ଆନଥଲେଟ୍ ସୁବ୍ରନା ରାଜଙ୍କୁ ତଳେ ଶୋଇବାକୁ ପଡିଥିଲା । ତେବେ ଏହି ଘଟଣା ନାଗପୁର-ନିଜାମୁଦ୍ଦିନ ଗରିବ ରଥ ଏକ୍ସପ୍ରେସ୍ ଘଟିଥିଲା । ଏହି ମାମଲାରେ ସେତେବେଳେ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଟୁଇଟ୍ କରି ନିଜର କ୍ଷୋଭ୍ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ସୌଜନ୍ୟ- ଏବିପି ନ୍ୟୁଜ୍

Comments are closed.