ଫ୍ୟାଶନ ପାଇଁ ଓଡିଆ ଅକ୍ଷର । ଓଡିଶା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଲଣ୍ଡନରେ ପ୍ରୟାସ । ଡିଜାଇନର ପଟ୍ଟନାୟକ ଓମପ୍ରିୟ ମହାନ୍ତିଙ୍କ ଉଦ୍ୟମ ।

178

କ୍ଲାସିକ ସମ୍ବଲପୁରୀ ଶାଢି ପରେ ଓଡିଆ ଅକ୍ଷରମାଳାର ଡିଜାଇନର ଶାଢି, ଯାହାର ନାଁ ରହିଛି ‘ଭାରି’ ଏବେ ଲଣ୍ଡନ ସ୍ଥିତ ଏକ ଫ୍ୟାସନ ସୋ’ରେ ବ୍ୟବହାର କରାଯାଇଛି ।

ସୂଚନା ମୁତାବକ, ବିଦେଶରେ ରହୁଥିବା ଜଣେ ଓଡିଆ ଆର୍କିଟେକ୍ଟ ତଥା ଫ୍ୟାଶନ ଡିଡାଇନର ପଟ୍ଟନାୟକ ଓମପ୍ରିୟ ମହାନ୍ତି ଏହି ‘ଭାରି’ ନାମକ ପ୍ରଡକ୍ଟର ନିର୍ମାଣ କରିଛନ୍ତି । ଯେଉଁଥିରେ ଇକ୍କା ରେଶମ ଏବଂ ଇକାଟ ଜାତୀୟ କପାର କପଡା ବ୍ୟବହାର କରାଯାଇ ଓଡିଆ ଅକ୍ଷର ଚିତ୍ରଣ କରାଯାଇଛି । ଯାହାର ଏକମାତ୍ର ଉଦ୍ଦେଶ୍ୟ ରହିଛି ଓଡିଆ ଭାଷା ଓ ସଂସ୍କୃତିକୁ ପ୍ରାଥମିକତା ଦେବା । ଖାଲି ଶାଢି କାହିଁକି ବରଂ ମହାନ୍ତି ତାଙ୍କର ପ୍ରତିଭା ବଳରେ ବିଭିନ୍ନ ଡିଜାଇନର ହ୍ୟାଣ୍ଡ ବ୍ୟାଗ ଏବଂ ସ୍କାର୍ଫ ମଧ୍ୟ ତିଆରି କରିଛନ୍ତି । ଯାହାକି ଖୁବ୍ ଆକର୍ଷଣୀୟ ରହିଛି । ସବୁଠାରୁ ବଡ କଥା ହେଲା ଏହି ସମସ୍ତ ଜିନିଷ ଉପରେ ଚିତ୍ରଣ ହୋଇଛି ଓଡିଆ ଅକ୍ଷର । ଅ’ଠାରୁ ଆରମ୍ଭ କରି ଯୁକ୍ତାକ୍ଷର ପର୍ଯ୍ୟନ୍ତ ସବୁ ଅକ୍ଷର ତାଙ୍କର ଏହି ପ୍ରଡକ୍ଟରେ ଚିତ୍ରଣ କରାଯାଇଛି । ଏଥିରେ ଗୋଟିଏ ଲାଇନରେ ପ୍ଲେନ ରେଶମ କପଡା ରହିଥିବାବେଳେ ଆଉ ଏକ ଲାଇନରେ ରହିଛି ଏହିସବୁ ଓଡିଆ ଅକ୍ଷର ।

ଓମପ୍ରିୟ କୁହନ୍ତି କି ,’ମୁଁ ସବୁବେଳେ ଆମ ଓଡିଶାର ସଂସ୍କୃତି ଏବଂ ପରମ୍ପରାର ପ୍ରଚାର ଓ ପ୍ରସାରରେ ନିଜକୁ ସାମିଲ କରିବାକୁ ଚାହେଁ । ଏବଂ ଏହାକୁ ବିଶ୍ୱର ପ୍ରଥମ ପ୍ରୋଜେକ୍ଟ କରିବାକୁ ଚାହେଁ । ଓଡିଶାର ଏଭଳି ପାରମ୍ପାରିକ ତଥା ଜାତୀୟ ଡିଜାଇନର ଚାହିଦା ଖୁବ୍ ବୃଦ୍ଧି ପାଇବାରେ ଲାଗିଛି । ଆମେ ଲଣ୍ଡନରେ ବିଭିନ୍ନ ପପ-ଅପ ଷ୍ଟୋରମାନଙ୍କରେ ଆମର ଏହି ପ୍ରଡକ୍ଟର ପ୍ରଦର୍ଶନ କରୁ ଏବଂ ତାକୁ ନ୍ୟୁୟର୍କରେ ବି ନିର୍ମାଣ କିରବାକୁ ଚାହୁଁଛୁ’ ।

ଏଠାରେ ଆମେ କହି ରଖୁଛୁ କି, ଓଡିଶା ସରକାର ୨୫ ଜଣ ମାଷ୍ଟର ବୁଣାକର ଏବଂ ୧୦ ଜଣ କୁଶଳି କାରଗରଙ୍କୁ ସହାୟତା ପ୍ରଦାନ କରିଛନ୍ତି ଯେଉଁମାନେ ଏପ୍ରକାରର ଜିନିଷ ତିଆରି କରୁଛନ୍ତି । ଆଉ ଏମାନଙ୍କୁ ମେକ୍ ଇନ ଓଡିଶାର ପ୍ରାଥମିକ ସ୍ତରରେ ସାମିଲ କରାଯାଇଛି । ଯାହାକୁ ପୁରଣ କରିବା ପାଇଁ ସେମାନଙ୍କୁ ନୂଆଦିଲ୍ଲୀ ପଠାଯାଇଥାଏ । ଓଡିଶାର ପରମ୍ପରା ତଥା ଝୋଟି ଚିତା କଳା ଦ୍ୱାରା ଅନୁପ୍ରାଣିତ ‘ଭାରି’ ଏକ ଫୁଟଓୟାର ଲାଇନ ଏବଂ ଜ୍ୟୁଏଲାରୀ ଆଦିର ସୋରୁମ ଲଣ୍ଡନ, ସିଙ୍ଗାପୁର, ଦୁବାଇ ଏବଂ ହଙ୍ଗକଙ୍ଗରେ ସ୍ଥାପନା କରିବାକୁ ଯୋଜନା ଚଳାଇଛନ୍ତି ।