ଗୋଟିଏ ପ୍ରଶ୍ନ, ଦୁଇଟି ଉତ୍ତର । ପ୍ରତି ହଜାରରେ ଜଣେ ବ୍ୟକ୍ତି ଦୁଇଟି ଉତ୍ତର ଜାଣିଛନ୍ତି । ଆଉ ଆପଣ?

119

ଗତ କିଛି ଦିନ ଧରି ଦ୍ୱନ୍ଦ୍ୱରେ ରହିଛି ଇଂଟରେନେଟ । କାରଣ ଗୋଟିଏ ପ୍ରଶ୍ନ ଅର୍ଥାତ୍ ଲଜିକ୍ ପଜଲ୍ର ରହିଛି ଦୁଇଟି ଉତ୍ତର । ଯାହାକୁ ନେଇ ଚାଲିଛି ଅନଲାଇନ ବିତର୍କ । ବିଶେଷଜ୍ଞଙ୍କ ଅନୁସାରେ, ପ୍ରଶ୍ନଟି ସଠିକ୍ ଅଟେ ଏବଂ ତାର ଦୁଇଟି ଉତ୍ତର ରହିବା ମଧ୍ୟ ଠିକ୍ । ଡେଲି ମେଲ୍ ଅନୁସାରେ, ପ୍ରତି ୧ ହଜାରରେ ମାତ୍ର ଜଣେ ବ୍ୟକ୍ତି ଏମିତି ବାହାରିବେ, ଯିଏ ଏହାର ଦ୍ୱିତୀୟ ଉତ୍ତରଟିକୁ ଖୋଜି ବାହାର କରିପାରିବେ ।

ପ୍ରଶ୍ନଟି ହେଉଛି

୧ + ୪ = ୫

୨ + ୫ = ୧୨

୩ + ୬ = ୨୧

୮ + ୧୧= ???

ପ୍ରଶ୍ନର ଦୁଇଟି ଉତ୍ତର ଯାହାକୁ ନେଇ ଇଂଟରେନେଟରେ ବିତର୍କ ଚାଲିଛି

ଏହି ଲଜିକ୍ ପଜଲ୍ର ଉତ୍ତର ଦୁଇଟି ହେଲା ୪୦ ଓ ୯୬

ଆପଣ ପଚାରିବେ, କେମିତି ହେଲା? ନଜର ପକାନ୍ତୁ

ପ୍ରଥମ ଉତ୍ତର

ପ୍ରଥମ ଉତ୍ତର ପାଇଁ ୧ ରେ ୪ ମିଶିଲେ ୫

ଏହାପରେ ପ୍ରଥମ ଉତ୍ତର ସହ ୨ ଓ ୫ ମିଶାଇଲେ ଆପଣ ପହଂଚିବେ ୧୨ରେ

ସେହିଭଳି ୩ ଓ ୬, ୧୨ରେ ମିଶାଇଲେ ହେବ ୨୧

ଶେଷରେ ୮ + ୧୧ + ୨୧ ହେବ ୪୦

ତେଣୁ ସରଳତାର ସହ ହିସାବ କରିଗଲେ ଏହାର ପ୍ରଥମ ଉତ୍ତର ହେବ ୪୦

ତେବେ ଦ୍ୱିତୀୟ ଉତ୍ତର ଟିକିଏ ଜଟିଳ

ଦ୍ୱିତୀୟ ଉତ୍ତର

ପ୍ରଥମ ସମୀକରଣ ଅନୁସାରେ କିଛି ଏଭଳି ଫର୍ମୁଲା ପକାଇଲେ ଉତ୍ତର ହେବ ୫

୧ + (୧ ଗୁଣନ ୪) = ୫

ଏହି ଫର୍ମୁଲାକୁ ଧରି ଆଗକୁ ବଢିଲେ କିଛି ଏଭଳି ଢଙ୍ଗରେ ସମାଧାନ ହେବ ଏହି ଲଜିକ୍ ପଜଲ୍ ।

୨ + (୨ ଗୁଣନ ୫) = ୧୨

୩ + (୩ ଗୁଣନ ୬) = ୨୧

୮ + (୮ ଗୁଣନ ୧୧) = ୯୬

ଅର୍ଥାତ୍ ଦ୍ୱିତୀୟ ଉତ୍ତରଟି ହେବ ୯୬

ଏହି ପଜଲ୍କୁ ନେଇ ଏବେ ଇଂଟରନେଟ ଉଠୁଛି ପଡୁଛି । ତେବେ ବିଶେଷଜ୍ଞଙ୍କ ଅନୁସାରେ, ଏହା ଏକ ମ୍ୟାଥ୍ ପଜଲ୍ ନୁହେଁ ବରଂ ଲଜିକ୍ ପଜଲ୍ ତେଣୁ ଉଭୟ ଉତ୍ତରକୁ ଠିକ୍ ଧରିବାରେ କିଛି ଅସୁବିଧା ନାହିଁ ।