୧୦ଟା ରାତିରେ ଦିଅନ୍ତୁ ୧୦ଟି ପ୍ରଶ୍ନର ଉତ୍ତର ! ଆପଣଙ୍କ ଖାତାକୁ ଚାଲି ଆସିବ ୫ ଶହ ଟଙ୍କା
ସାଧାରଣତଃ ଅନଲାଇନ ଏବଂ ସ୍ମାର୍ଟଫୋନ ଜରିଆରେ ଆପଣ ଘରେ ବସି ବି ଟଙ୍କା ରୋଜଗାର କରିପାରିବେ । ଅଧିକାଂଶ ଲୋକେ ତ ଆଫ୍ଲିଏଟ୍ ମାର୍କେଟିଂ ଭଳି ରାସ୍ତାକୁ ମଧ୍ୟ ଆପଣେଇବାକୁ ପଛେଇ ନଥାନ୍ତି । ହେଲେ ଅନଲାଇନ ଟଙ୍କା ରୋଜଗାର କରିବାର ଅନ୍ୟ ଏକ ଫଣ୍ଡା ମଧ୍ୟ ରହିଛି । ଯାହା ହେଉଛି ମୋବାଇଲ ଗେମ୍ । ସେ ପୁଣି ଦିନକୁ କେବଳ ଦୁଇ ଥର । ଏହି ଗେମରେ କିଛି ସହଜିଆ ପ୍ରଶ୍ନ ପଚରାଯାଇଥାଏ ଆଉ ଏହାର ଉତ୍ତର ଦେଇ ଆପଣ ପେଟିଏମ କ୍ୟାସ ଜିତି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଗେମ ସଂପର୍କରେ ଅଧିକ ସୂଚନା ।
Kanak News is now on WhatsApp
Join and get latest news updates delivered to you via WhatsApp
• ସର୍ବ ପ୍ରଥମେ ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଏହି ଗେମ ଆପଟିର ନାଁ ହେଉଛି Loco Live Trivia & Quiz Game Show । ଯାହାକୁ ଆପଣ ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ କରିପରିବେ ।
• ଏହି ଗେମଟିକୁ ଆପଣ ରାତି ୧୦ଟା ଏବଂ ଅପରାହ୍ନ ସାଢେ ଗୋଟାଏ ବେଳେ ଖେଳି ପାରିବେ ।
• ଖେଳିବା ସମୟରେ ଆପଣଙ୍କୁ ଏଥିରେ ୧୦ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।
• ଏହା ବଦଳରେ ଆପଣଙ୍କୁ ପେଟିଏମ କ୍ୟାସ ମିଳିବ ।
• ଏହାଛଡା ଏହି ଆପଟିକୁ ଯଦି ଆପଣ ଆପଣଙ୍କର ବନ୍ଧୁପରିଜନଙ୍କ ନିକଟକୁ ସେୟାର କରନ୍ତି ତେବେ ଏଥିପାଇଁ ଆପଣଙ୍କୁ ଅତିରିକ୍ତ ଟଙ୍କା ମଧ୍ୟ ମିଳିବ ।
• ଏହି ଆପଟି ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ । ଏହି ଆପ ଜରିଆରେ ଆପଣଙ୍କୁ ସାଧାରଣ ଜ୍ଞାନ, ଟେକ୍ନୋଲୋଜି, କ୍ରିକେଟ, ଖେଳ, ଧର୍ମ, ରାଜନୀତି ଏବଂ ବଲିଉଡ ଭଳି ବିଷୟ ବସ୍ତୁ ଉପରେ କିଛି ପ୍ରଶ୍ନ ପଚରା ଯିବ ଏବଂ ସଠିକ୍ ଉତ୍ତର ଦେବା ଦ୍ୱାରା ଆପଣଙ୍କୁ ପେଟିଏମ କ୍ୟାସ ପ୍ରାଇଜ୍ ମିଳିବ । ତେବେ ଏହି ପୁରଷ୍କାର ରାଶି ୫୦୦ ଟଙ୍କାରୁ ଆରମ୍ଭ ।