ଆଉ ଜଳିବନି ମୋବାଇଲ୍ ! ଆସିଲା କେବେ ବିସ୍ଫୋରଣ ନହେବା ବିଶିଷ୍ଟ ବ୍ୟାଟେରୀ, ଜାଣନ୍ତୁ କଣ ରହିଛି ବୈଶିଷ୍ଟ୍ୟ

37

ମୋବାଇଲ ବ୍ୟାଟେରୀରେ ବିସ୍ଫୋରଣ ଘଟି ଧନଜୀବନ ନଷ୍ଟ ହେବା ଖବର ଆପଣ ପ୍ରତିଦିନ କେଉଁଠି ନା କେଉଁଠି ଦେଖୁଥିବ ତଥା ପଢୁଥିବେ ନିଶ୍ଚୟ । ଏପରିକି ବ୍ୟାଟେରୀ ଫାଟିବା କାରଣରୁ ସାମସଙ୍ଗ କଂପାନୀକୁ ବାଧ୍ୟ ହୋଇ ନିଜର ପ୍ରଡକ୍ଟ ତଥା ଗାଲାକ୍ସି ନୋଟକୁ ବଜାରରୁ ଫେରାଇ ନେବାକୁ ପଡିଛି, ହେଲେ ଏବେ ଆଉ ଏଭଳି ଦୁର୍ଘଟଣା ଘଟିନପାରେ । କାରଣ ଏବେ ବଜାରକୁ ଏଭଳି ଏକ ମୋବାଇଲ ବ୍ୟାଟେରୀ ଆସିବାକୁ ଯାଉଛି, ଯାହା କି କେବେ ଫାଟିବ ନାହିଁ କି, ବିସ୍ଫୋରଣ ହେବ ନାହିଁ ।

ଆମେରିକାର ଓକ ରିଜ ନ୍ୟାସନାଲ ଲ୍ୟାବ୍ରୋଟୋରର ଶକ୍ତି ବିଭାଗର ବିଶେଷଜ୍ଞମାନେ ଏଭଳି ଏକ ବ୍ୟାଟେରୀ ପ୍ରସ୍ତୁତ କରିଛନ୍ତି । ଖାଲି ଏତିକି ନୁହେଁ ବିଶେଷଜ୍ଞର ଦାବି ରହିଛି କି, ସେମାନେ ଏଭଳି ଏକ ବ୍ୟାଟେରୀ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ବିସ୍ଫୋରଣ ହେବା ସଂପୂର୍ଣ୍ଣ ରୂପେ ଅସମ୍ଭବ । କାରଣ ଏହି ବ୍ୟାଟେରୀ ପ୍ରସ୍ତୁତ ହୋଇଛି ଲିଥିୟମ ଆୟନରୁ । ଆଉ ଏହି ବ୍ୟାଟେରୀ ବାକି ଇଲେକ୍ଟ୍ରୋଟିକ କଂପାନୀମାନଙ୍କ ପାଇଁ କ୍ରାନ୍ତିକାରୀ ପ୍ରମାଣିତ ହେବ, କାରଣ ଏହି ବ୍ୟାଟେରୀରେ କେବେବି ନିଆଁ ଲାଗିବ ନାହିଁ ।

ଏହି ପ୍ରୋଜେକ୍ଟକୁ ଲିଡ କରୁଥିବା ମୁଖ୍ୟ ତଥା ଯାଂଚକର୍ତ୍ତା କହିଛନ୍ତି କି, ଉପଲବ୍ଧ ଲିଥିୟମ ଆୟନ ବ୍ୟାଟେରୀରେ ଦୁଇଟି ବିଦ୍ୟୁତ୍ ଦ୍ୱାର (ଇଲେକ୍ଟ୍ରୋଡ୍ସ)ମଧ୍ୟରେ ଗୋଟିଏ ପ୍ଲାଷ୍ଟିକ ରହିଥାଏ । ଯଦି କୌଣସି କାରଣରୁ ଏହି ପ୍ଲାଷ୍ଟିକ ଖରାପ ହୋଇଯାଏ ତେବେ ଦୁଇଟି ଯାକ ବିଦ୍ୟୁତ୍ ଦ୍ୱାର (ଇଲେକ୍ଟ୍ରୋଡ୍ସ) ପରସ୍ପର ସଂପର୍କରେ ଆସିଯିବେ, ଯେଉଁ କାରଣରୁ ବ୍ୟାଟେରୀରେ ନିଆଁ ଲାଗିଥାଏ ।

ଏଭଳି ବ୍ୟାଟେରୀକୁ ସୁରକ୍ଷିତ ବନାଇବା ପାଇଁ ଏଥିରେ ଉଜ୍ଜ୍ୱଳଶୀଳ ବିଦ୍ୟୁତ୍ ଦ୍ୱାର (ଇଲେକ୍ଟ୍ରୋଡ୍ସ) ବ୍ୟବହାର କରାଯିବ, ଯଦିଓ ଏହି ଏତେ ସହଜ ନୁହେଁ । ତେବେ ଏଥିପାଇଁ ନୂଆ ତରିକାର ବିଦ୍ୟୁତ୍ ଦ୍ୱାର (ଇଲେକ୍ଟ୍ରୋଡ୍ସ) ପ୍ରସ୍ତୁତ କରାଯିବ, କାହିଁକି ନା ଯେପର୍ଯ୍ୟନ୍ତ ଦୁଇଟି ଯାକ ବିଦ୍ୟୁତଦ୍ୱାର ପରସ୍ପର ସସ୍ପର୍ଶରେ ନଆସିବେ, ସେ ପର୍ଯ୍ୟନ୍ତ ବ୍ୟାଟେରୀରେ ନିଆଁ ଲାଗିବ ନାହିଁ ।