ଶସ୍ତା ହୋଇଗଲା ଦାମୀ ସ୍ମାର୍ଟଫୋନ ! ଜାଣନ୍ତୁ କେତେ ଦରରେ ମିଳୁଛି କେଉଁ ଫୋନ

59

ସ୍ମାର୍ଟଫୋନ ବଜାରରେ ଆରମ୍ଭ ହୋଇଛି ଶସ୍ତା ସ୍ମାର୍ଟଫୋନର ଯୁଗ । ସେଥିପାଇଁ ତ କିଛି କଂପାନୀ ଜିଓକୁ ଟକ୍କର ଦେବା ପାଇଁ କେତେବେଳେ ଶସ୍ତା ସ୍ମାର୍ଟଫୋନ ଲଂଚ କରିବାରେ ଲାଗି ପଡିଛନ୍ତି ତ ପୁଣି କିଛି କଂପାନୀ ଶସ୍ତା ଅଫର ଭେଟି ଦେବାରେ ଲାଗିଛନ୍ତି ଆଉ ଏସବୁ ମଧ୍ୟରେ ଏବେ ଦେଶର ନାମୀଦାମୀ ସ୍ମାର୍ଟଫୋନ କଂପାନୀ ତଥା ସାମସଙ୍ଗ, ଏଲଜି ଏବଂ ଭିଭୋ ଭଳି କଂପାନୀ ନିଜ ମୋବାଇଲ ଦାମରେ ଏକ ବଡ ଧରଣର ହ୍ରାସତା ଆଣିଛନ୍ତି । ଖାଲି ଏମାନେ ନୁହଁନ୍ତି ମୋବାଇଲ ନିର୍ମାଣ କଂପାନୀ ଇନଫୋକସ ମଧ୍ୟ ନିଜର ଦୁଇଟି ସ୍ମାର୍ଟଫୋନର ଦାମରେ ମଧ୍ୟ ପରିବତ୍ତନ ଆଣିଛି । ଏହା ପୂର୍ବରୁ ବି କିଛି ପ୍ରମୁଖ ସ୍ମାର୍ଟଫୋନ ତିଆରି କମଧ୍ୟ ନିଜର ଫ୍ଲାଗସିପ ହ୍ୟାଣ୍ଡସେଟରେ ହ୍ରାସତା ଅଣିଛନ୍ତି । ତେବେ ଆସନ୍ତୁ ସେଗୁଡିକ ଉପରେ ନଜର ପକାଇବା ।

ଇନଫୋକସ ସ୍ନାପ ୪ ଏବଂ ଟର୍ବୋ ୫ ପ୍ଲସ ହେଲା ଶସ୍ତା

ନିକଟରେ ଇନଫୋକସ ସ୍ନାପ ୪କୁ ୧୧,୯୯୯ ଟଙ୍କା ଏବଂ ଟର୍ବୋ ୫ ପ୍ଲସକୁ ୮,୯୯୯ଟଙ୍କାରେ ଲଂଚ କରାଯାଇଥିଲା । ଯାହାର ଦାମକୁ କଂପାନୀ ଏବେ ୨,୦୦୦ ଟଙ୍କା କମାଇ ଦେଇଛି । ତେବେ ଏହି ହ୍ରାସତା ସୀମିତ ସମୟ ପାଇଁ ହିଁ ରହିଛି । ରିହାତି ପରେ ଇନଫୋକସ ସ୍ନାପ ୪ କୁ ଆପଣ ମାତ୍ର ୯,୯୯୯ଟଙ୍କାରେ ଏବଂ ଟର୍ବୋ ୫ ପ୍ଲସକୁ ମାତ୍ର ୭,୯୯୯ଟଙ୍କାରେ କିଣି ପାରିବେ । ଏହାକୁ ଏକ୍ସ୍ସକ୍ୟୁସିଭ ଇ-କମର୍ସ ୱେବସାଇଟ ଆମାଜନ ଇଣ୍ଡିଆରୁ କିଣିପାରିବେ । ଏଠାରେ ଆମେ କହି ରଖୁଛୁ କି, ଏହି ଦୁଇ ସ୍ମାର୍ଟଫୋନ କମ ଦାମରେ ୧ରୁ ୪ ନଭେମ୍ବର ପର୍ଯ୍ୟନ୍ତ କେବଳ ଆମାଜନରେ ହିଁ ଉପଲବ୍ଧ ।

ଏଲଜି ଭି୨୦

ଏଲଜିର ଏହି ଫ୍ଲାଗସିପ ସ୍ମାର୍ଟଫୋନକୁ ଗତ ବର୍ଷ ଡିସେମ୍ବର ମାସରେ ହିଁ ଲଂଚ କରାଯାଇଥିଲା । କଂପାନୀ ଏହି ସ୍ମାର୍ଟଫୋନକୁ ୫୪,୯୯୯ ଟଙ୍କାରେ ଲଂଚ କରିଥିଲା । ଲଂଚ ହେବାଠାରୁ ଏଯାବତ ଏହି ଫୋନର ଦାମରେ ପାଖାପାଖି ୨୫,୨୩୦ଟଙ୍କାର ରିହାତି ହୋଇସାରିଛି ଏବଂ ବର୍ତ୍ତମାନ ଏହି ଫୋନଟି ପାଖାପାଖି ୩୦,୦୦୦ଟଙ୍କାରେ ବଜାରରେ ଉପଲବ୍ଧ ।

ସାମସଙ୍ଗ ଗାଲାକ୍ସି ଏସ-୮ ପ୍ଲସ

ସାମସଙ୍ଗ ଗାଲାକ୍ସିର ଲାଟେଷ୍ଟ ଫ୍ଲାଗସିପ ସ୍ମାର୍ଟଫୋନ ଗାଲାକ୍ସି ଏସ-୮ପ୍ଲସକୁ କଂପାନୀ ନିକଟରେ ୭୪ ,୯୦୦ଟଙ୍କାରେ ଲଂଚ କରିଥିଲା । କଂପାନୀ ଏହାକୁ ୬ଜିବି ଏବଂ ୧୨୮ ଜିବି ଷ୍ଟୋରେଜ ଆଧାରରେ ୯,୦୯୦ ଟଙ୍କାକୁ କମାଇ ଦେଇଛି । ଯାହାଦ୍ୱାରା ଏହି ସ୍ମାର୍ଟଫୋନଟିକୁ ଆପଣ ମାତ୍ର ୬୫,୮୧୦ଟଙ୍କା ଦେଇ କିଣିପରିବେ ।

ସାମସଙ୍ଗ ଗାଲାକ୍ସି ଏ୭

ସାମସଙ୍ଗର ଏହି ସ୍ମାର୍ଟଫୋନର ମୂଲ୍ୟକୁ ୭,୫୯୦ଟଙ୍କା କମାଇ ଦେଇଛି । ତେବେ ଲଂଚ କରିବା ସମୟରେ ଏହି ଫୋନର ଦାମ ୩୪,୪୯୦ ଟଙ୍କା ରହିଥିଲା । ଆଉ ଏହି ରିହାତି ପରେ ଆପଣ ମାତ୍ର ୨୫,୯୦୦ ଟଙ୍କା ଦାମରେ କିଣିପାରିବେ ।

ଭିଭୋ ଭି ୫ ପ୍ଲସ

ଭିଭୋ ବର୍ଷର ଆରମ୍ଭରେ ଭି-୫ ପ୍ଲସ ସ୍ମାର୍ଟଫୋନ ଲଂଚ କରିଥିଲା । ଯାହାକୁ କଂପାନୀ ବର୍ତ୍ତମାନ ୪,୯୯୦ ଟଙ୍କା କମାଇ ସେଲ କରୁଛି । ଏହାଦ୍ୱାରା ଆପଣ ମାତ୍ର ୨୨,୯୯୦ଟଙ୍କାରେ ସ୍ମାର୍ଟଫୋନଟିକୁ କିଣିପାରିବେ ।

ସୌଜନ୍ୟ: ଦୈନିକ ଜାଗରଣ