ମିଛ ନୁହେଁ ସତ ! ମାତ୍ର ୧ ଟଙ୍କାରେ କିଣନ୍ତୁ ନିଜ ମନପସନ୍ଦର ମୋବାଇଲ ଓ ଲାପଟପ, ଜାଣନ୍ତୁ କେଉଁଠି

44

ଆଜ୍ଞା ହଁ ! ମାତ୍ର ୧ ଟଙ୍କା ଦେଇ ଆପଣ କିଣିପାରିବେ ନିଜ ମନପସନ୍ଦର ସ୍ମାର୍ଟଫୋନ ଏବଂ ଲାପଟପ । ଭାରତର ଲୋକପ୍ରିୟ ଇ-କମର୍ସ କଂପାନୀ ତଥା ଫ୍ଲିପକାର୍ଟରେ ୧୩ ମଇରୁ ଆରମ୍ଭ ହେବାକୁ ଯାଉଛି ମେଗା ସେଲ୍ । ଯେଉଁଥିରେ ଆପଣ ଲାଟେଷ୍ଟ ଗ୍ୟାଜେଟ କମ୍ବା ଘରର କୌଣସି ବି ବୈଦ୍ୟୁତିକ ଉପକରଣ ବହୁ ଶସ୍ତାରେ ତଥା ଖୁବ୍ କମ ଦାମରେ କିଣିପାରିବେ ।

ସୂଚନା ମୁତାବକ, ଫ୍ଲିପକାର୍ଟ ପୁଣି ଥରେ ନିଜର ଗ୍ରାହକମାନଙ୍କୁ   “ବିଗ ସପିଂ ଡେଜ”ସେଲର ଉପହାର ଭେଟି ଦେବାକୁ ଯାଉଛି । ଯାହା ୧୩ ମଇରୁ ୧୬ ମଇ ପର୍ଯ୍ୟନ୍ତ ତଥା ଦୀର୍ଘ ଚାରିଦିନ ଧରି ଚାଲିବ । କଂପାନୀ ସୂଚନା ମୁତାବକ, ଏହି ସେଲରେ ମୋବାଇଲ, ବିଭିନ୍ନ ବୈଦ୍ୟୁତିକ ଉପକରଣ, ଫ୍ୟାସନ ଏବଂ ଅନ୍ୟାନ୍ୟ ପ୍ରଡକ୍ଟ ଉପରେ ଭାରି ଡିସକାଉଂଟ ସହ ଅନେକ ଆକର୍ଷଣୀୟ ଅଫର୍ସ ମଧ୍ୟ ମିଳିବ ।

ତେବେ ଫ୍ଲିପକାର୍ଟର ଏହି ବିଗ ସପିଂ ଡେଜ ସେଲର ସବୁଠାରୁ ଖାସ୍ କଥା ହେଲା କଂପାନୀର ଗେମସ କର୍ଣ୍ଣର । କଂପାନୀ ନିଜ ସାଇଟରେ ଗେମ କର୍ଣ୍ଣରର ଆୟୋଜନ କରିବ, ଯାହା ଜରିଆରେ ଗେମ ଖେଳିବା ଉପରେ ଗ୍ରାହକଙ୍କୁ ମାତ୍ର ୧ ଟଙ୍କାରେ ଲାପଟପ ଏବଂ ମୋବାଇଲ କିଣିବାର ସୁଯୋଗ ମିଳିବ । ଏଥିସହିତ ହିଁ ବିଗ ସପିଂ ଡେଜ ସେଲରୁ କିଣିବା ସମୟରେ ଗ୍ରାହକଙ୍କୁ ୧୦୦ ପ୍ରତିଶତ କ୍ୟସବ୍ୟାକ୍ ମଧ୍ୟ ମିଳିପାରେ ।ଏହି ସେଲରେ ଲାପଟପ, କ୍ୟାମେରା, ପାୱାର ବ୍ୟାଙ୍କ, ଟ୍ୟାବଲେଟ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ସେହିପରି ଟିଭି ଏବଂ ଅନ୍ୟାନ୍ୟ ଆସୋସୋରିଜ ଉପରେ ବି ୭୦ ପ୍ରତିଶତ ରିହାତି ସହ ଉପଲବ୍ଧ କରାଯିବ ।

ଫ୍ଲପକାର୍ଟର ଏହି ସେଲରେ କଂପାନୀ Bajaj Finjhrw Ltd. ଏବଂ କ୍ରେଡିଟ୍ କାର୍ଡ ଟ୍ରାଂଜାକସନ ଉପରେ ନୋ କଷ୍ଟ ଇଏମଆଇ ଅଫର ଦେଇରଖୁଛି । ଖାଲି ଏତିକି ନୁହେଁ ଗ୍ରାହକମାନେ ଯଦି ଡେବିଟ୍ କାର୍ଡରୁ ଟ୍ରାନଜାକସନ କରୁଛନ୍ତି ତେବେ ଇଏମଆଇ ଏବଂ Buy now & Pay later ଭଳି ବିକଳ୍ପର ଲାଭ ଉଠାଇପାରିବେ । ଏହାବ୍ୟତୀତ ଏଚଡିଏଫସି ବ୍ୟାଙ୍କ ସହ ପାର୍ଟନରସିପ ମଧ୍ୟ କରିଛି । ଯାହାଦ୍ୱାରା ଉଭୟ କ୍ରେଡିଟ ଏବଂ ଡେବିଟ କାର୍ଡରୁ ପେମେଂଟ କରିବା ଉପରେ ୧୦ ପ୍ରତିଶତର ଇନଷ୍ଟାଂଟ ଡିସକାଉଂଟ ମଧ୍ୟ ଗ୍ରାହକଙ୍କୁ ମିଳିବ । ଏହି ଡିସକାଉଂଟ ଇଏମକେ ଟ୍ରାଂଜାକସନ ଉପରେ ବି ଗ୍ରାହକଙ୍କୁ ମିଳିବ ।