ପ୍ୟାନକୁ ଆଧାର ସହ ଲିଙ୍କ କରିବା ଜରୁରୀ, ନଚେତ୍ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ୍ ଭରିବା ହୋଇଯିବ ମୁସ୍କିଲ୍

49

ପ୍ୟାନ୍ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିବା ଏଣିକି ଜରୁରୀ ଅଟେ । ଏହା ବିନା ଆପଣ ନିଜର ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ୍ ଭରି ପାରିବେନାହିଁ । ଯଦି ଆପଣଙ୍କ ନିକଟରେ ଆଧାର ଏବଂ ପ୍ୟାନ୍ କାର୍ଡ ଦୁଇଟି ଯାକ କାର୍ଡ ରହିଛି ତେବେ ଏହାକୁ କରିବା ବାଧ୍ୟତାମୂଳକ ଅଟେ । ଆଉ ଯାହାର କେବଳ ପ୍ୟାନ୍ କାର୍ଡ ରହିଛି କିନ୍ତୁ ଆଧାର କାର୍ଡ ନାହିଁ ତେବେ ଏପରି କରିବା ଜରୁରୀ ନୁହେଁ ।

ଇନକମ୍ ଟ୍ୟାକ୍ସ ୱେବସାଇଟ୍ କରନ୍ତୁ ଲଗଇନ୍

ଆଧାର କାର୍ଡକୁ ନିଜ ପ୍ୟାନ୍ କାର୍ଡ ସହିତ ଲିଙ୍କ କରିବା ପାଇଁ ଆପଣଙ୍କୁ ଇନକମ୍ ଟ୍ୟାକ୍ସ ଡିପାର୍ଟମେଂଟର ୱେବସାଇଟକୁ ସର୍ବପ୍ରଥମେ ‘ଲଗଇନ୍’ କରିବାକୁ ପଡିବ । ସେଠାରେ ଯାଇ ଆପଣଙ୍କୁ ଆପଣଙ୍କ ପ୍ୟାନ କାର୍ଡ କରେକ୍ସନ କରିବା ପାଇଁ ‘ଆପ୍ଲାଏ’ କରିବାକୁ ପଡିବ ।

କରେକ୍ସନ ପାଇଁ ଭରନ୍ତୁ ନିଜର ସମସ୍ତ ତଥ୍ୟ

ଆପଣଙ୍କୁ ସେଠାରେ ଦର୍ଶାଯାଇଥିବା ଏକ ଫର୍ମରେ ନିଜର ସମସ୍ତ ଡିଟେଲ୍ସ ପୁରଣ କରିବାକୁ ପଡିବ । ନିଜ ଆଧାର ନମ୍ବରକୁ ପ୍ୟାନ କାର୍ଡ ସହ ସଂଯୋଗ କରିବା ପାଇଁ ଆପଣଙ୍କୁ ଫର୍ମର ପଏଂଟ୍ ନମ୍ବର ୧୦ ଉପରେ ନିଜର ଆଧାର ନମ୍ବରକୁ ଲେଖିବାକୁ ପଡିବ । ଏଥିସହିତ ଏହି ନମ୍ବର ଲେଖାଯାଇଥିବା ଠିକ୍ ବାମ ପାଶ୍ୱରେ ଥିବା ବକ୍ସ ମଧ୍ୟରେ ବି ଟିକ୍ କରିବାକୁ ପଡିବ ।

ଫଟୋ ଏବଂ ଆଧାର କାର୍ଡର ସ୍କାନ କପିକୁ କରନ୍ତୁ ଅପଲୋଡ୍

ଏହାପରେ ଆପଣଙ୍କୁ ଆପଣଙ୍କ ପାସପୋର୍ଟ ସାଇଜ୍ କଲର ଫଟୋ ଯାହା ହ୍ୱାଇଟ୍ ବ୍ୟାକଗ୍ରାଉଣ୍ଡରେ ଥିବ ତାକୁ ଅପଲୋଡ କରିବାକୁ ପଡିବ । ଏଥିସହିତ ଆଧାର କାର୍ଡର ସ୍କାନ କପିକୁ ମଧ୍ୟ ଅପଲୋଡ କରିବାକୁ ପଡିବ । ଯଦି ଆପଣଙ୍କ ନିକଟରେ ଆଧାର କାର୍ଡର ସ୍କାନ କପି ନାହିଁ ତେବେ ଆପଣ ଆପଣଙ୍କ ଇ-ଆଧାର କାର୍ଡକୁ ଡାଉନଲୋଡ୍ କରନ୍ତୁ ଏବଂ ତାକୁ ସେଠାରେ ଅପଲୋଡ କରାନ୍ତୁ ।

ଅନଲାଇନରେ କରିବାକୁ ପଡିବ ପେମେଂଟ

ଏହାପରେ ଆପଣଙ୍କୁ କରେକ୍ସନ କରିବା ପାଇଁ ମାତ୍ର ୧୦୭ ଟଙ୍କା ଫିସ୍ ଆକାରରେ ଦେବାକୁ ପଡିବ । ଯାହାକୁ ଅନଲାଇନରେ ଜମା କରିବାକୁ ପଡିବ । ଫିସ୍ ପେମେଂଟ ପରେ ଏହାର ଆକ୍ନୋଲେଜମେଂଟ୍ ଫର୍ମର ଏକ ପ୍ରିଂଟଆଉଟ୍ ବାହାର କରିବେ ଏବଂ ଏହାପରେ ପୁନେ ସ୍ଥିତ ପ୍ୟାନ୍ କାର୍ଡ ଅଫିସ ଠିକଣାରେ ପଠାଇବାକୁ ପଡିବ । ଫର୍ମ ସହିତ ଆପଣଙ୍କର ଦୁଇଟି ଫଟୋ ଓ ଆଧାର କାର୍ଡର ଫଟୋକପି ମଧ୍ୟ ପଠାଇବାକୁ ପଡିବ ।

ପ୍ୟାନ କାର୍ଡ ଏବଂ ଆଧାର କାର୍ଡରେ ଥିବା ତଥ୍ୟରେ ସମାନତା ଥିବା ଆବଶ୍ୟକ

ଆପଣଙ୍କ ଆଧାର କାର୍ଡ ନମ୍ବର ସେତେବେଳେ ଆପଣଙ୍କ ପ୍ୟାନ୍ କାର୍ଡ ସହ ଲିଙ୍କ ହୋଇପାରିବ ଯେତେବେଳେ ଆପଣଙ୍କର ଦୁଇଟି ଯାକ କାର୍ଡରେ ଦିଆଯାଇଥିବା ସମସ୍ତ ସୂଚନା ବା ତଥ୍ୟ ପରସ୍ପର ସହ ସମାନ ଥିବ । ଯଦି ଦୁଇଟି ଯାକ କାର୍ଡର ତଥ୍ୟରେ ସାମାନ୍ୟତମ ସମାନତା ନଥିବ ତେବେ ଆପଣଙ୍କ ପ୍ୟାନ୍ କାର୍ଡ ସହ ଆଧାର ଲିଙ୍କ ହୋଇ ପାରିବ ନାହିଁ ।

ସୌଜନ୍ୟ: ଅମର ଉଜାଲା