ଜୁଲାଇ ୩୧ ଆୟକର ପଇଠର ଶେଷ ତାରିଖ । ଆଧାର ସହ ପ୍ୟାନ୍ ସଂଯୋଗ ବାଧ୍ୟତାମୂଳକ

118

୨୦୧୬-୧୭ ବର୍ଷ ପାଇଁ ଆୟକର ପଇଠ କରିବାର ଶେଷ ତାରିଖ ହେଉଛି ଜୁଲାଇ ୩୧ । ଆୟକର ଅଧିନିୟମର ଧାରା ୧୩୯-ଏଏ ଅନୁସାରେ, ଜୁଲାଇ ୧ ପରଠାରୁ ଆୟକର ପଇଠ ପାଇଁ ଆଧାର ବାଧ୍ୟତାମୂଳକ ଅଟେ । ତେଣୁ ପ୍ୟାନ ଓ ଆଧାରର ସଂଯୋଜନା ଏକାନ୍ତ ଆବଶ୍ୟକ ।

ସୂଚନ ମୁତାବକ, ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଦର୍ଶାଉଛି ଯେ, ୩୨.୪୦ କୋଟି ପ୍ୟାନ ମଧ୍ୟରୁ କେବଳ ୮.୧୯ କୋଟି ପ୍ୟାନ ଅଧାର ସହ ସଂଯୋଜିତ । ଯାହାକି ମୋଟ୍ ଆଧାରର ୨୫ ପ୍ରତିଶତ । ଏଥିସହିତ ୧୧.୪୬ ଲକ୍ଷ ପ୍ୟାନକୁ ସରକାର ନାନା କାରଣରୁ ରଦ୍ଦ କରିଛନ୍ତି ଓ ୧୫୪୪ଟି କାର୍ଡକୁ ମୃତ ବ୍ୟକ୍ତିଙ୍କ ନାମରେ ଥିବାରୁ ସେଗୁଡିକୁ ମଧ୍ୟ ନଷ୍ଟ କରି ଦିଆଯାଇଛି ।

ଆଧାର ଓ ପ୍ୟାନକୁ ସଂଯୋଜନା କରିବା ପାଇଁ ସରକାର ସମସ୍ତ ବଳ ଖଟାଇ ନାନା ସ୍ତରରେ ପ୍ରୟାସ ଜାରି ରଖିଛନ୍ତି । ବିଶେଷ କରି ବିମୁଦ୍ରାକରଣ ପରେ ଡିଜିଟାଲ କାରବାର ମାଧ୍ୟମରେ କଳାଧନକୁ ରୋକିବା ପାଇଁ ଏହା ଏକ ଭଲ ପଦକ୍ଷେପ । କିନ୍ତୁ ଏହି ପ୍ରକ୍ରିୟାରୁ ଖସିବାର ବାଟ ବି ବାହାରି ସାରିଛି । ଏନେଇ ଜାତୀୟ ଗଚ୍ଚମାଧ୍ୟମରେ ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇଛି । ଦେଶର ଅଧିକାଂଶ ଆୟକର ପଇଠକାରୀ ଜୁନ୍ ୩୦ ପୂର୍ବରୁ ହିଁ ନିଜର ଆୟକର ପଇଠ କରି ସାରିଛନ୍ତି । ଯେତେବେଳେ, ପ୍ୟାନ ଓ ଆଧାର ସଂଯୋଜନା ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇନଥିଲା ।

ଏହା କେବଳ ଆଧାରରୁ ବଂଚିବା ପାଇଁ । ତେବେ କାହିଁକି? ସାଧାରଣ ଜନତାଙ୍କ ବିଶ୍ୱାସ ରହିଛି ଯେ, ଆଧାର ଓ ପ୍ୟାନ ଯୋଡିଲେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟକୁ କେହି ଦୁରୁପଯୋଗ କରିପାରନ୍ତି । ଏହାଉପରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ମଧ୍ୟ ହୋଇଛି ।

ତେଣୁ ବର୍ତ୍ତମାନ ଯେ କେହିବି ନିଜ ଆୟକର ପଇଠ କରିନାହାଁନ୍ତି ତାଙ୍କ ପାଇଁ ଆଧାର ଅନିର୍ବାର୍ଯ୍ୟ ଅଟେ । କାରଣ ଆୟକର ଅନଲାଇନ୍ ପୋଟାଲରେ ପଇଠ କରିବା ପାଇଁ ଆଧାର ନିତ୍ୟାନ୍ତ ଆବଶ୍ୟକ । ୨୦୧୭ ବଜେଟ୍ ଅନୁସାରେ, ବିଳମ୍ବରେ ଆୟକର ପଇଠ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ । ତେବେ ଜୁଲାଇ ୩୧ ପୂର୍ବରୁ ୨୦୧୬-୧୭ ବର୍ଷ ପାଇଁ ଆୟକର ପଇଠକଲେ କୈାଣସି ଅସୁବିଧା ନାହିଁ ।