ଆଧାର ଲିଙ୍କ୍ ନେଇ ମନେ ରଖନ୍ତୁ ୪ଟି ବିଶେଷ ତାରିଖ ! ଭୁଲି ଗଲେ ହୋଇପାରନ୍ତି ସାରା ଜୀବନ ହନ୍ତସନ୍ତ

58

କେନ୍ଦ୍ର ସରକାର ଆଧାର କାର୍ଡକୁ ଏଣିକି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଭାବେ ସମସ୍ତ କାର୍ଯ୍ୟ ପାଇଁ ବାଧ୍ୟତାମୂଳକ କରିଦେଇଛନ୍ତି । ଯେଉଁଥି ପାଇଁ କି ଲଗାତର ଭାବେ ସରକାର ଆଧାରକାର୍ଡକୁ ଜନ ମଙ୍ଗଳକାରୀ ଯୋଜନାଗୁଡିକ ସମେତ ଅନ୍ୟ ଯୋଜନା ସହିତ ଯୋଡିବାକୁ ପ୍ରୟାସ ଜାରି ରଖିଛନ୍ତି ।ସରକାର ମୋବାଇଲ୍ ନମ୍ବରକୁ ଆଧାର ସହ ଲିଙ୍କ କରିବାର ସମୟସୀମା ମଧ୍ୟ ଧାର୍ଯ୍ୟ କରିଛନ୍ତି ।

ଏଭଳି ଭାବେ ଆଧାର କାର୍ଡକୁ ବିଭିନ୍ନ ଯୋଜନା ତଥା କାର୍ଯ୍ୟ ପାଇଁ ସଂଯୋଗ କରିବା ଲାଗି ବି ଏକ ନିର୍ଦ୍ଦିଷ୍ଟ ସମୟ ସୀମା ସ୍ଥିର କରିଛନ୍ତି ସରକାର । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ତାରିଖ ପୂର୍ବରୁ ଯଦି ଆପଣ ନିଜର ଆଧାର କାର୍ଡକୁ ଲିଙ୍କ କରି ନାହାଁନ୍ତି ତେବେ ଏଥିପାଇଁ ନିଶ୍ଚିତ ରୂପେ ଆପଣ ଅସୁବିଧାରେ ପଡି ପାରନ୍ତି ।

ତେଣୁ ଯେତେ ଶୀଘ୍ର ପାରିବେ ଆପଣ ପାନ କାର୍ଡ ଏବଂ ମୋବାଇଲ ନମ୍ବର ସମେତ ଅନ୍ୟ ଯୋଜନାଗୁଡିକ ସହିତ ନିଜର ଆଧାର କାର୍ଡକୁ ଲିଙ୍କ କରି ଦିଅନ୍ତୁ । ଏହା ଆପଣଙ୍କ ପାଇଁ ନିହାତି ଜରୁରୀ ତଥା ଫଳପ୍ରଦ ରହିବ । ଏଥିସହିତ ଆପଣଙ୍କୁ ଆଉ ଲିଙ୍କ କରିବାର ଶେଷ ତାରିଖର ଚିନ୍ତା ମଧ୍ୟ ରହିବ ନାହିଁ ।

ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଏଭଳି ୪ଟି ବିଶେଷ ତାରିଖ ସଂପର୍କରେ ଯାହା ପୂର୍ବରୁ ଆପଣଙ୍କୁ ଆଧାର ଲିଙ୍କ କରିବା କାମ କରିନେବା ନିହାତି ଦରକାର । କାରଣ ଯଦି ଆପଣ ଏପରି ନ କରନ୍ତି ତେବେ ଆପଣଙ୍କୁ ମିଳିବାକୁ ଯାଉଥିବା ସମସ୍ତ ସେବା ବନ୍ଦ କରି ଦିଆଯାଇ ପାରେ ।

ଆଧାରକୁ ବ୍ୟାଙ୍କ ଖାତା ସହ ଲିଙ୍କ

ଯଦି ଆପଣଙ୍କର ଦେଶର କୌଣସି ବି ବ୍ୟାଙ୍କରେ ଖାତା ରହିଛି ତେବେ ଆପଣଙ୍କୁ ଏହାକୁ ଆଧାର ନମ୍ବର ସହ ଲିଙ୍କ କରିବା ଅନିବାର୍ଯ୍ୟ ଅଟେ । ଯଦି ଆପଣ ଏଭଳି ନ କରନ୍ତି ତେବେ ଆପଣଙ୍କ ବ୍ୟାଙ୍କ ଖାତାକୁ ଅବୈଧ ଘୋଷଣା କରିଦିଆଯିବ । ଏହି କାର୍ଯ୍ୟ ପାଇଁ ସରକାର ୩୧ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏଥିପାଇଁ ପ୍ରଥମେ ଆଧାରକୁ ବ୍ୟାଙ୍କ ଖାତା ସହ ଲିଙ୍କ ନିଶ୍ଚୟ କରାନ୍ତୁ ।

ପାନ-ଆଧାର ଲିଙ୍କ

ଯଦି ଆପଣ ଆପଣଙ୍କର ଆୟକର ରିଟର୍ନ ଭରୁଛନ୍ତି ତେବେ ନିଜ ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବା ଏକ ପ୍ରକାର ଜରୁରୀ ଅଟେ । ଏନେଇ ଆୟକର ବିଭାଗ ସ୍ପଷ୍ଟ କରିଦେଇଛି କି, ଯେଉଁମାନଙ୍କର ପାନ କାର୍ଡ ଆଧାର ସହ ସଂଯୋଗ ହୋଇ ନଥିବ ସେମାନଙ୍କର ରିଟର୍ନ ପ୍ରୋସେସ୍ କରାଯାଇ ପାରିବ ନାହିଁ । ପାନକୁ ଆଧାର ସହ ଲିଙ୍କ କରିବା ପାଇଁ ମଧ୍ୟ ସରକାର ୩୧ ଡିସେମ୍ବରକୁ ଶେଷ ତାରିଖ ସ୍ଥିର କରିଛନ୍ତି ।

ଜନ କଲ୍ୟାଣ ଯୋଜନା ପାଇଁ ଆଧାର ଲିଙ୍କ

ସବସିଡି ଥିବା ରାସନ, ମନରେଗା, ପେନସନ ଏବଂ ମାନବ ସମ୍ଭବ ମନ୍ତ୍ରାଳୟ ତରଫରୁ ଯଦି ଆପଣ କୌଣସି ସ୍କୋଲାରସିପ ନେଉଛନ୍ତି କିମ୍ବା ନେବାକୁ ଯାଉଛନ୍ତି ତେବେ ଏଥିପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ଅଟେ । ଯାହାଦ୍ୱାରା କି ଆପଣ ସରକାରଙ୍କର ସମସ୍ତ ଜନ କଲ୍ୟାଣ ମୂଳକ ଯୋଜନାର ଭାଗୀଦାର ହୋଇପାରିବେ । ତେବେ ସରକାର ଏହାର ଶେଷ ତାରିଖ ୩୧ ଡିସେମ୍ବରକୁ ଧାର୍ଯ୍ୟ କରିଛନ୍ତି ।

ମୋବାଇଲ-ଆଧାର ଲିଙ୍କ

ମୋବାଇଲ ନମ୍ବରକୁ ଆଧାର ନମ୍ବର ସହିତ ଲିଙ୍କ କରିବାର ଶେଷ ତାରିଖ ୬ ଫେବୃୟାରୀ,୨୦୧୮କୁ ଧାର୍ଯ୍ୟ କରାଯାଇଛି । ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବାକୁ ସରକାର ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି । ଯଦି ଆପଣ ଏଭଳି ନ କରନ୍ତି ତେବେ ଆପଣଙ୍କ ମୋବାଇଲ ନମ୍ବରକୁ ବନ୍ଦ କରିଦିଆଯିବ ।

ସୌଜନ୍ୟ : ଆଜତକ୍