ମାତ୍ର ୫ଦିନ ଭିତରେ ମିଳିବ ପିଏଫ ଟଙ୍କା । ହେଲେ ଗୋଟିଏ ସର୍ତ୍ତରେ

76

ଆପଣ ଯଦି ଆପଣଙ୍କର ପ୍ରୋଭିଡେଂଟ ଫଣ୍ଡ ତଥା ପିଏଫ ଉଠାଇବାକୁ ଚାହୁଁଛନ୍ତି ତେବେ ମାତ୍ର ୫ ଦିନ ଭିତରେ ଆପଣଙ୍କର ଖାତାରେ ପିଏଫର ଟଙ୍କା ଚାଲି ଆସିବ । ହେଲେ ଏଥିପାଇଁ ଆପଣଙ୍କୁ ଗୋଟିଏ ଜିନିଷ ଉପରେ ଧ୍ୟାନ ରଖିବାକୁ ପଡିବ ।

ସୂଚନା ମୁତାବକ, ଇପିଏଫଓ ତରଫରୁ ଅଣାଯାଇଥିବା ଏହି ନୂଆ ବ୍ୟବସ୍ଥା ଆଧାରରେ ଆପଣଙ୍କୁ କେବଳ ଘରେ ବସି ପିଏଫ ଉଠାଣ ପାଇଁ ଆବେଦନ କରିବାର ସୁଯୋଗ ମିଳିବ । ତାହା ନୁହେଁ ବରଂ ମାତ୍ର ୫ଦିନ ମଧ୍ୟରେ ଆପଣଙ୍କ ଖାତାରେ ପିଏଫ ମଧ୍ୟ ପହଂଚିଯିବ । ଯଦି ଆପମ ମଧ୍ୟ ପିଏଫ ଉଠାଇବାରୁ ଚିନ୍ତା କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ କଂପୋଜିଟ କ୍ଲେମ ଫର୍ମ ଭରିବାକୁ ପଡିବ । ଏହି ଫଣ୍ଡ ଉଠାଇବା ପାଇଁ କଂପାନୀର ସମୟ ସୀମାକୁ ଶେଷ କରିବାକୁ ପଡିବ ।

କିନ୍ତୁ ଯଦି ଆପଣ ୫ଦିନ ମଧ୍ୟରେ ଆପଣଙ୍କର ପିଏଫ ଆକାଉଂଟ ଦେଖିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ ଖାତାକୁ ପିଓଏଫ ଖାତାରେ ଯୋଡିବା ବାଧ୍ୟତାମୂଳକ ଅଟେ । ଅର୍ଥାତ୍ ଆପଣଙ୍କର ଖାତାକୁ ଆଧାର ସହିତ ଲିଙ୍କ କରିବାକୁ ହେବ । ଆଧାର ସହିତ ଲିଙ୍କ ହେବା ପରେ ହିଁ ଆପଣଙ୍କର ଆବେଦନ ପତ୍ରକୁ ପ୍ରାଥମିକତା ଦିଆଯିବ ଏବଂ ମାତ୍ର ୫ ଦିନ ଭିତରେ ଆପଣଙ୍କର ବ୍ୟାଙ୍କ ଖାତାକୁ ଟଙ୍କା ଚାଲି ଆସିବ । ଏହି ସୁବିଧାର ଲାଭ ଉଠାଇବା ପାଇଁ ଇପିଏଫଓକୁ ପୋର୍ଟାଲରେ ଏକ ନୂଆ ଫିଚର ଅଣାଯାଇଛି । ଯେଉଁଥିରେ ଯାଇ ଆପଣ ପିଏଫ ଉଠାଇବା ନେଇ ଆବେଦନ କରିପାରିବେ । ତେବେ ଏହି ଫିଚର ଆପଣଙ୍କୁ ଏପ୍ଲୋୟର୍ସ ସେକସନରେ ମିଳିବ ।

ଅନଲାଇନ ପିଏଫ କ୍ଲେମ କରିବା ପାଇଁ ଆପଣଙ୍କର ଇ-କେୱାଇସି ପୋର୍ଟାଲ ସହିତ ସଂପୂର୍ଣ୍ଣ ହେବା ଦରକାର । ଏହି କ୍ଲେମ ସିଧାସଳଖ ଫିଲ୍ଡ ଅଫିସ ଆପ୍ଲିକେସନ ସଫ୍ଟସୟାରକୁ ଯାଇଥାଏ ମାତ୍ର ଏହାକୁ କଂପାନୀ ଜରିଆରେ ପଠାଯାଇ ନଥାଏ । କିନ୍ତୁ ଏହି ସୁବିଧା କେବଳ ସେହି ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ କି ନିଜର ପିଏଫ ଖାତାକୁ ଆଧାର ସହ ଲିଙ୍କ କରିଛନ୍ତି । ତେବେ ଏହି ସୁବିଧାର ଲାଭ ଉଠାଇବା ପାଇଁ ଏହାବି ଜରୁରୀ ଅଟେ କି ଆପଣଙ୍କର ଆଧାର କାର୍ଡ ୟୁଏଏନ ନମ୍ବର ସହ ଲିଙ୍କ ହେବା ସହିତ ଭେରିଫାଏ ହୋଇଥିବା ଆବଶ୍ୟକ ।

ଖାଲି ସେତିକି ନୁହେଁ ଆପଣଙ୍କର ବ୍ୟାଙ୍କ ଖାତାର ସମସ୍ତ ଡିଟେଲ ମଧ୍ୟ ପୋର୍ଟାଲରେ ଉପଲବ୍ଧ ଥିବା ଦରକାର । ଏହାବ୍ୟତୀତ ଆପଣଙ୍କୁ ଆଧାର ଅର୍ଥରିଟିଙ୍କଠାରୁ ଓଟିପି ଆଧାରରେ ଇ-କେୱାଇସି ମଧ୍ୟ କରିବାକୁ ହେବ । ତାପରେ ଯାଇ ଆପଣ ପିଏଫ କ୍ଲେମ ପାଇଁ ଆବେଦନ କରିପାରିବେ ।

ସୌଜନ୍ୟ: ଆଜକତ୍