କିପରି କରିବେ ନିଜ ଏଲଆଇସି ପଲିସିକୁ ଆଧାର ସହ ଲିଙ୍କ ! ଜାଣନ୍ତୁ ପୂରା ପ୍ରକ୍ରିୟା

74

ସରକାରୀ ନିର୍ଦ୍ଦେଶାନୁସାରେ ଭାରତର ସର୍ବ ବୃହତ ଜୀବନ ବୀମାକୁ ଆଧାର ଏବଂ ପ୍ୟାନରେ ସଂଯୋଗ କରିବା ପାଇଁ ୱେବସାଇଟ ପ୍ରସ୍ତୁତ କରାଯାଇଛି ବୋଲି ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ କୁହାଯାଇଛି । ଏଲଆଇସି ନୀତିଧାରକଙ୍କ ଆଧାରକୁ ଅନଲାଇନ ଜରିଆରେ ସଂଯୋଗ କରିବା ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଯାଇଛି । ଯାହାକୁ ଅତି ସହଜରେ ଜନତାମାନେ ଲାଭ ଉଠାଇପାରିବେ । ଏଠାରେ କହି ରଖୁଛୁ କି, କିଛି ଦିନ ପୂର୍ବେ ଆଇଆରଡିଏଆଇ ବୀମା ନିର୍ମାତା ଜୀବନ ବୀମା ସହ ଆଧାର ସଂଖ୍ୟାର ସଂଯୋଗକୁ ଅନିବାର୍ଯ୍ୟ ବୋଲି ଘୋଷଣା କରିଥିଲେ । ତେବେ କିଭଳି ଘରେ ବସି ଆପଣ ଅନଲାଇନ୍ ଜରିଆରେ ଆପଣଙ୍କର ବୀମାକୁ ଆଧାର ସହ ଲିଙ୍କ କରିପାରିବେ ସେ ସଂପର୍କରେ ନିମ୍ନରେ ଦର୍ଶାଯାଇଛି ।

• ଏଲଆଇସି ଏନେଇ ନିଜର ଏକ ସ୍ୱତନ୍ତ୍ର ୱେବସାଇଟ ପ୍ରସ୍ତୁତ କରିଛି-licindia.in, ଯେଉଁଥିରେ ଦର୍ଶାଯାଇଛି ଆଧାର ଏବଂ ପ୍ୟାନକୁ ଅନଲାଇନ ଜରିଆରେ ସଂଯୋଗ କରିବା ନେଇ ନିୟମାବଳୀ:

• ଏଥିପାଇଁ ଆପଣଙ୍କୁ ପ୍ରଥମେ ଜୀବନ ବୀମା ୱେବସାଇଟକୁ ଯାଇ ତାକୁ ଲଗ୍ ଇନ୍ କରିବାକୁ ପଡିବ । ଯେଉଁଥିରେ ଆଧାର ଏବଂ ପ୍ୟାନକୁ ଆଧାର ସହ ଲିଙ୍କ ନେଇ ନିୟମାବଳୀମାନ ଦର୍ଶାଯାଇଛି ।

• ଯେଉଁଥିରେ ଆପଣଙ୍କୁ କ୍ଲିକ କରିବାକୁ ପଡିବ ଏବଂ ଏହାପରେ ଆପଣଙ୍କୁ ସେଠାରେ ଟୁ-ଡୁ ଚେକ୍ ନାମକ ଅପସନ ନଜର ଆସିବ । ଯାହାକୁ ଭଲଭାବରେ ପଢି ବୁଝିବାକୁ ହେବ ।

• ଏହାପରେ ସେଠାରେ ୟୁଆଇଡିଏଆଇରେ ରେଜିଷ୍ଟର ଥିବା ଆପଣଙ୍କର ମୋବାଇଲ ନମ୍ବରକୁ ଏଂଟର କରିବାକୁ ପଡିବ । ଯେଉଁଥିରେ ଆପଣଙ୍କ ନିକଟକୁ ଏକ ଓଟିପି କୋଡ ଯିବ ଆଉ ଏହି କୋଡକୁ ଆପଣଙ୍କୁ ସେଠାରେ ଦେବାକୁ ପଡିବ ।

• ତେବେ ଏହି ଚେକ ଲିଷ୍ଟରେ ସମସ୍ତ ତଥ୍ୟ ଦେବା ପରେ ସେଠାରେ ଥିବା ‘ପ୍ରୋସିଡ ବଟନ’ ଉପରେ ଆପଣଙ୍କୁ କ୍ଲିକ କରିବାକୁ ପଡିବ ।

• ଏହାପରେ ଆପଣଙ୍କର ଆଧାର ନମ୍ବର ବୀମାରେ ଲିଙ୍କ ହୋଇଯିବ ।

ଯଦି ଆପଣଙ୍କ ମୋବାଇଲ ନମ୍ବର ଆଧାର ସହ ଅପଡେଟ ହୋଇନାହିଁ ତେବେ ଦୟାକରି ନିକଟରେ ଥିବା ଏଲଆଇସି ବ୍ରାଂଚ ଅଫିସକୁ ଆଧାର ଲିଙ୍କ ସମ୍ବନ୍ଧିତ ତଥ୍ୟ ପାଇଁ ଯୋଗାଯୋଗ କରିବା ଲାଗି ଏଲଆଇସି ନିର୍ଦ୍ଦେଶ ଦେଇଛନ୍ତି ।