ଅଧିକାଂଶ ସମୟରେ ଦେଖିବାକୁ ମିଳେ କି ଯଦି କୌଣସି ପିଲା ବାମ ହାତରେ କୌଣସି କାମ କରେ ତେବେ ତାକୁ ସେପରି ନକରିବାକୁ ବାରଣ କରାଯାଇଥାଏ । କିନ୍ତୁ ନିକଟରେ ଏକ ଏଭଳି ତଥ୍ୟ ସାମ୍ନାକୁ ଆସିଛି ଯାହା ଇଙ୍ଗିତ କରେ କି ଡାହାଣ ହାତ ତୁଳନାରେ ପ୍ରତ୍ୟେକ କାର୍ଯ୍ୟରେ ବାମ ହାତର ପ୍ରୟୋଗ କରୁଥିବା ବ୍ୟକ୍ତିମାନେ ହୋଇଥାନ୍ତି ଅଧିକ ପ୍ରଭାବଶାଳୀ । କାରଣ ସେମାନଙ୍କଠାରେ ଏକ ଭିନ୍ନ ପ୍ରକାରର ଚମକ ଦେଖିବାକୁ ମିଳିଥାଏ । ଅର୍ଥାତ୍ ସେ ଅନ୍ୟମାନଙ୍କ ତୁଳନାରେ ଅଧିକ କୁଶଳ ଭାବେ ବିବେଚୀତ ହୋଇଥାନ୍ତି ।

• ଏକ ଅଧ୍ୟୟନରୁ ଏକଥା ସାମ୍ନାକୁ ଆସିଛି, କୌଣସି କ୍ଷେତ୍ରରେ ୧୦୦ ପ୍ରତିଶତ ଜନସଂଖ୍ୟାରୁ ପାଖାପାଖି ୧୦ ପ୍ରତିଶତ ଲୋକ ବାମହାତର ବ୍ୟବହାର କରିଥାନ୍ତି । ଯେଉଁମାନେ କି ନିଜର ସମସ୍ତ କାମ ତଥା ଖାଇବାଠାରୁ ଆରମ୍ଭ କରି ଲେଖିବା ପର୍ଯ୍ୟନ୍ତ ବାମ ହାତର ହିଁ ପ୍ରୟୋଗ କରିଥାନ୍ତି । ତେବେ ସାମାନ୍ୟ ଲୋକଙ୍କ ସୂଚନାରେ ଏହା ସାଧାରଣ କଥା, କିନ୍ତୁ ବାମହାତର ବ୍ୟବହାର କରୁଥିବା ବ୍ୟକ୍ତିଙ୍କଠାରେ ଏହା ଏକ ଭଲ ପ୍ରତିଭା ରୂପେ ବୁଝାଯାଇଥାଏ ।

• ଏଥିସହ ବାମହାତର ପ୍ରୟୋଗ କରୁଥିବା ବ୍ୟକ୍ତି ବିଶେଷ ଯାହାଙ୍କୁ ସାଧାରଣ ଭାଷାରେ ଲେଫ୍ଟ ହ୍ୟାଣ୍ଡେଡ୍ ପିପୁଲ କୁହାଯାଏ, ସେମାନଙ୍କର ଆଇକ୍ୟୁ ଲେବଲ ବହୁତ ଅଧିକ ହୋଇଥାଏ ।

• ଏଭଳି ବ୍ୟକ୍ତିମାନେ ଅନ୍ୟମାନଙ୍କ ତୁଳନାରେ କୌଣସି ଜିନିଷକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାର କ୍ଷମତା ରହିଛି । ବିଷୟଟି ତେଣିକି ଯାହା ହେଉ ନା କାହିଁକି ତା’ର ଏକ ଅଲଗା ପରିଚୟ ଦେବାକୁ ସେମାନେ ସର୍ବଦା ଚେଷ୍ଟା କରିଥାନ୍ତି ।

• ଲେଫ୍ଟ ହ୍ୟାଣ୍ଡେଡ୍ ବ୍ୟକ୍ତିମାନେ ସାଧାରଣତଃ ଧନୀ ହୋଇଥାନ୍ତି । ସେମାନେ ଅଧିକ ରୋଜଗାର କରିବା ସହ ଅଧିକ ଖର୍ଚ୍ଚି ମଧ୍ୟ ହୋଇଥାନ୍ତି । କିନ୍ତୁ ସେମାନେ କେବେହେଲେ ଟଙ୍କାର ଅଭାବ ଅନୁଭୋବ କରି ନଥାନ୍ତି ।

• ଯଦି ଲେଫ୍ଟ ହ୍ୟାଣ୍ଡେଡ୍ କୌଣସି ପୁରୁଷଙ୍କ ସଂପର୍କରେ କୁହାଯାଏ ତେବେ ସେମାନେ ଅନ୍ୟ ପୁରୁଷଙ୍କ ଅପେକ୍ଷା ଅଧିକ ଟଙ୍କା ରୋଜଗାର କରିଥାନ୍ତି । କିନ୍ତୁ ଏହିପ୍ରକାରର ମହିଳାଙ୍କଠାରେ ଏକ ଭିନ୍ନ ଗୁଣ ରହିଛି । ଯାହା ପୁରୁଷଙ୍କଠାରେ କମ୍ ଦେଖିବାକୁ ମିଳିଥାଏ । ମହିଳାମାନେ ଗୋଟିଏ ହାତରେ ହିଁ ଅନେକ କାମ କରିପାରନ୍ତି । ଏଥିସହ ସେମାନଙ୍କର ବୁଦ୍ଧି ମଧ୍ୟ ପ୍ରଖର ଅଟେ ।