ଏଣିକି ସ୍ମାର୍ଟଫୋନ ଭଳି କାମ କରିବ କମ୍ପ୍ୟୁଟର । ପିସିରେ ଆପଣ କରିପାରିବେ ଫୋନ କଲ ଏବଂ ଅନେକ କାର୍ଯ୍ୟ, ଜାଣନ୍ତୁ ପୂରା ପ୍ରକ୍ରିୟା

22

ସ୍ମାର୍ଟଫୋନକୁ ନେଇ ଲୋକଙ୍କଠାରେ ଦେଖାଦେଇଥିବା ପାଗଳାମୀକୁ ଦୃଷ୍ଟିରେ ରଖି ପିସି ନିର୍ମାଣ କରୁଥିବା କଂପାନୀମାନେ ମଧ୍ୟ ନିଜର ସିଷ୍ଟମରେ ଅନେକ ପରିବର୍ତ୍ତନ ଆଣିବାରେ ଲାଗିପଡିଛନ୍ତି । କାରଣ ଦିନକୁ ଦିନ ସ୍ମାର୍ଟଫୋନର ଚାହିଦା ଏବେ ପିସିର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏଭଳି ପରିସ୍ଥିତିରେ ପିସି ନିର୍ମାଣ କରୁଥିବା କଂପାନୀମାନେ ସ୍ମାର୍ଟଫୋନକୁ ପିସି ଜରିଆରେ ସିଧା ସଳଖ ଭାବେ ବ୍ୟବହାର କରାଯିବା ଭଳି ଫିଚର୍ସ ଲଂଚ କରିଛନ୍ତି ।

ସୂଚନା ମୁତାବକ, ନିକଟରେ ଲାସଭେଗାସରେ ହୋଇଥିବା କନଜ୍ୟୁମର ଇଲେକ୍ଟ୍ରୋନିକ ସୋ ତଥା ସିଇଏସ-୨୦୧୮ କାର୍ଯ୍ୟକ୍ରମରେ ଡେଲ କଂପାନୀ, ‘ମୋବାଇଲ କନେକ୍ଟ ଟୁଲ୍’ ସଂପର୍କରେ ଖୁଲାସା କରିଛି । ଯାହାକି ୱିଣ୍ଡୋଜ ବ୍ୟବହାର କରୁଥିବା ୟୁଜର୍ସ ନିଜର ସ୍ମାର୍ଟଫୋନକୁ ସିଧାସଳଖ ଭାବରେ ପିସି ସହିତ କନେକ୍ଟ କରି ବ୍ୟବହାର କରିପାରିବେ ।

ମୋବାଇଲ କନେକ୍ଟ ଟୁଲ ଡେଲର ସମସ୍ତ ନୂଆ ପିସି XPS, Inspiron, Vostro ଏବଂ Alienwareର  ଫ୍ରି ଲୋଡିଂ ରହିବ । ୱିଣ୍ଡୋଜ ପିସିକୁ ଆଣ୍ଡ୍ରଏଡ କିମ୍ବା ଆଇଫୋନ ସହ କନେକ୍ଟ କରିବା ପାଇଁ ସଫ୍ଟୱୟାର ବ୍ଲୁଟୁଥ୍ ଏବଂ ୱାଇଫାଇର ବ୍ୟବହାର କରିଥାଏ । ଏହାଦ୍ୱାରା ଫୋନର ଇଂଟରଫେସକୁ ନୋଟବୁକର ମୋବାଇଲ କନେକ୍ଟ ଆପରେ ମିରର କରିବା ଦ୍ୱାରା ବ୍ୟବହାର କରାଯାଇପାରିବେ । ଅର୍ଥାତ୍ ଏହା ଜରିଆରେ ୟୁଜର ନିଜର ସ୍ମାର୍ଟଫୋନରେ ଆସିଥୁବା ସମସ୍ତ କଲର ଜବାବ ନିଜର ପିସିରୁ ହିଁ ଦେଇପାରିବେ । ଖାଲି ଏତିକି ନୁହେଁ ୟୁଜର ନିଜର ସ୍ମାର୍ଟଫୋନରେ ବ୍ୟବହାର କରୁଥିବା ବିଭିନ୍ନ ସୋସିଆଲ ମେସେଂଜରରେ ଆସୁଥିବା କଲର ଉତ୍ତର ମଧ୍ୟ ନିଜର ପିସି ଜରିଆରେ ହିଁ ଦେଇପାରିବେ ।

ତେବେ ଏହି ଟେକନିକର ବ୍ୟବହାର ଖାଲି ଯେ ଡେଲ ଆରମ୍ଭ କରିଛି ତାହା ନୁହେଁ ବରଂ ପୂର୍ବରୁ ବି ସାମସଙ୍ଗ ଏହି ଟେକନିକ ବ୍ୟବହାର କରିସାରିଛି । ହେଲେ ସବୁଠାରୁ ବଡ ସମସ୍ୟା ହେଲା କି ଏହି ସୁବିଧାର ଲାଭ କେବଳ ସାମସଙ୍ଗର ସ୍ମାର୍ଟଫୋନ ୟୁଜର ହିଁ କରିପାରିବେ । ସାମସଙ୍ଗ ୟୁଜର କୌଣସି ବି ପିସିରୁ ନିଜର ସ୍ମାର୍ଟଫୋନକୁ କନେକ୍ଟ କରିପାରିବେ ଏବଂ ଫୋନକୁ ଆସୁଥିବା ସମସ୍ତ କଲ ପିସି ଜରିଆରେ ହିଁ ଉତ୍ତର ଦେଇପାରିବେ ।