ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଛାତ୍ରଛାତ୍ରୀ ବି କରିପାରିବେ ଆବେଦନ । ମାସିକ ଦରମା ୨୫ରୁ ୮୧ ହଜାର ଟଙ୍କା , ଜାଣନ୍ତୁ କିପରି କରିବେ ଆବେଦନ

40

ବିହାର ଷ୍ଟେଟ ପାଓର କଂପାନୀ ଲିମିଡେଟ ଜୁନିୟର ଆକାଉଂଟ କ୍ଲର୍କ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହିକ୍ଷେତ୍ରରେ ୩୫୦ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେଣୁ ବାଣିଜ୍ୟରେ ଗ୍ରାଜୁଏସନ କରିଥିବା ଛାତ୍ରଛାତ୍ରୀ ମାନେ ଏଥିପାଇଁ ଆବେଦନ କରିପାରିବେ । ତେବେ ଏଥିପାଇଁ ଆବେଦନକାରୀଙ୍କ ବୟସ ସୀମା ୨୧ରୁ ୩୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସେହିପରି ଏସସି, ଏସଟି ଆଶାୟୀପ୍ରାର୍ଥୀଙ୍କର ବୟସ ସୀମା ୫ ବର୍ଷ ଏବଂ ମହିଳା ପ୍ରାର୍ଥୀଙ୍କ ବୟସ ସୀମା ୩ ବର୍ଷ ପର୍ଯ୍ୟନ୍ତ ଛାଡ କରିଦିଆଯାଇଛି ।

ଚୟନ ପ୍ରକ୍ରିୟା

ଆବେଦନକାରୀଙ୍କ ଚୟନପ୍ରକ୍ରିୟା କନଜ୍ୟୁମର ବେସଡ ଟେଷ୍ଟ ସିବିଟି ଆଧାରରେ କରାଯିବ । ଜେନେରାଲ ଏବଂ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୫୦୦ଟଙ୍କା ଏବଂ ଏସସି, ଏସଟି ଆଶାୟୀପ୍ରାର୍ଥିଙ୍କ ପାଇଁ ୩୭୫ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି । ଆଶାୟୀ ପ୍ରାର୍ଥି bsphcl.bih.nic.inଜରିଆରେ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଶେଷ ତାରିଖ ୩୧ ମଇ ୨୦୧୮ ।

ଝାଡଖଣ୍ଡ ହାଇକୋର୍ଟରେ ୧୪୯ ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି

ଏହାବ୍ୟତୀତ ଝାଡଖଣ୍ଡ ହାଇକୋର୍ଟ ଷ୍ଟୋନେଗ୍ରାଫର ପାଇଁ ୧୪୯ଟି ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାର ଆବେଦନ କରିବାର ଶେଷ ତାରିଖ ରହିଛି ୨୫ ମଇ ୨୦୧୮ । ତେବେ ଏହାର ମାସିକ ଦରମା ୨୫ ହଜାରରୁ ୮୧ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।

ଶିକ୍ଷାଗତ ଯୋଗ୍ୟତା

ଗ୍ରାଜୁଏସନ ଆଶାୟୀପ୍ରାର୍ଥି, ଯେଉଁମାନେ କି ଟାଇପିଂ ଶିଖିଥିବେ, ସେହିମାନେ ହିଁ ଏଥିପାଇଁ ଆବେଦନ କରିପାରିବେ । ଏଥିପାଇଁ ଆଶାୟୀପ୍ରାର୍ଥିଙ୍କ ବୟସ ସୀମା ୧୮ରୁ ୩୫ ରଖାଯାଇଛି । ଆଶାୟୀପ୍ରାର୍ଥୀଙ୍କ ଚୟନ ଟାଇପିଂ ଟେଷ୍ଟ ଏବଂ ପର୍ସନାଲିଟି ଟେଷ୍ଟ ଆଧାରରେ କରାଯିବ । ତେଣୁ ଏଥିପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନେ jharkhandhighcourt.nic.in  ଜରିଆରେ ଅନଲାଇନ ଆବେଦନ କରିପାରିବେ ।