ଗ୍ରାହକଙ୍କୁ ବ୍ୟାଙ୍କ ଦେଲା ଝଟକା ! ଏଣିକି ଏହି ସରାକରୀ ବ୍ୟାଙ୍କ ଖାତାରେ ଏତିକି ସର୍ବନିମ୍ନ ଟଙ୍କା ନରଖିଲେ ଲାଗିବ ଜରିମାନା

991

ଦେଶର ଦ୍ୱିତୀୟ ସର୍ବବୃହତ ସରକାରୀ ବ୍ୟାଙ୍କ ତଥା ବ୍ୟାଙ୍କ ଅଫ ବରୋଦା ସଂଚୟ ଖାତା ପାଇଁ ସର୍ବନିମ୍ନ ବାଲାନ୍ସକୁ ଦୁଇଗୁଣା କରିବାକୁ ନିଷ୍ପତି ନେଇଛି । ବ୍ୟାଙ୍କ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରାଯାଇଥି କି , ମିନିମମ୍ କ୍ୱାଟର୍ଲି ଆଭରେଜ ବାଲାନ୍ସ ଦୁଇଗୁଣା କରିବାକୁ ବ୍ୟାଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । ତେଣୁ ନିଜ ସଂଚୟ ଖାତାରରେ ଅଧିକ ଟଙ୍କା ରଖିବାକୁ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ସତର୍କ କରାଯାଇଛି । ତେବେ ଏହି ନିୟମ ଫେବୃଆରୀ ପହିଲାରୁ ତଥା ୧ ଫେବୃଆରୀ , ୨୦୧୯ରୁ ଲାଗୁ କରିଦିଆଯିବ । ଖାଲି ଏତିକି ନୁହେଁ ଏସଂକ୍ରାନ୍ତରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ନିକଟକୁ ଏସଏମଏସ ପଠାଯାଇ ଅବଗତ ବି କରାଯାଉଛି । ଏଠାରେ ଆମେ କହି ରଖୁଛୁ କି, ଓବିଓ ହେଉଛି ଏକ ସରକାରୀ ବ୍ୟାଙ୍କ । ସରକାର ଏହାକୁ ଦେନାବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କ ସହ ବିଲୟନ କରିବାକୁ ନିଷ୍ପତି ନେଇଛନ୍ତି । ଆଉ ଏହି ବିଲୟନ ହେବା ପରେ ଏହା ଏସବିଆଇ ପରେ ଦ୍ୱିତୀୟ ସର୍ବବୃହତ ସରକାରୀ ବ୍ୟାଙ୍କ ଭାବେ ଜଣାଯିବ ।

ବ୍ୟାଙ୍କ ଅଫ ବରୋଦା ଗ୍ରାମୀଣ ଇଲାକାରେ ଥିବା ଶାଖାଗୁଡିକ ପାଇଁ ସର୍ବନିମ୍ନ ବାଲାନ୍ସର ଅର୍ଥରାଶିରେ କୌଣସି ପରିବର୍ତ୍ତନ କରିନାହିଁ । ବ୍ୟାଙ୍କ ଟୁଇଟରେ ବି ଏସଂପର୍କରେ ସୂଚନା ଦେଇଛି । ୧ ଫେବୃଆରୀ ୨୦୧୯ରୁ ବରୋଦା ଆଡଭାଂଟେଜ ସେଭିଂ ଆକାଉଂଟରେ ମିନିମମ କ୍ୱାର୍ଟଲି ଆଭରେଜ ବାଲାନ୍ସରେ ପରିବର୍ତ୍ତନ ହେବ । ବ୍ୟାଙ୍କ ନିୟମାନୁସାରେ, ମିନିମମ ବାଲାନ୍ସ ନରଖିବା ଦ୍ୱାରା ସହରୀ ଏବଂ ମେଟ୍ରୋରେ ଥିବା ଶାଖାଗୁଡିକ ପାଇଁ ଜରିମାନା ବାବଦକୁ ୨୦୦ ଟଙ୍କା ଦେବାକୁ ହେବ , ଯେବେକି ଅର୍ଧ-ସହରୀ ଶାଖାଗୁଡିକ ପାଇଁ ୧୦୦ ଟଙ୍କା ଦେବାକୁ ପଡିବ ।
ସଂଚୟ ଖାତାରେ ମିନିମମ ବାଲାନ୍ସ ନରଖିବା ଦ୍ୱାରା ଗ୍ରାହକଙ୍କ ଉପରେ ବ୍ୟାଙ୍କ ତରଫରୁ ପେନାଲ୍ଟି ଲଗାଯିବ ।

 

ସହରରେ ଥିବା ଗ୍ରାହକଙ୍କ ପାଇଁ ମିନିମମ ବାଲାନ୍ସ ୧ ହଜାରରୁ ବଢାଯାଇ ୨ ହଜାର ଟଙ୍କା କରିଦିଆଯାଇଛି । ସେହି ଅର୍ଧ-ସହରୀ ଶାଖାଗୁଡିକ ପାଇଁ ଏହାକୁ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତକୁ ବୃଦ୍ଧି କରିଦିଆଯାଇଛି । ତେବେ ବ୍ୟାଙ୍କ ଏଥିପାଇଁ ଗ୍ରାହକଙ୍କ ଖାତାରୁ ଟଙ୍କା କାଟିରଖିବ । ବ୍ୟାଙ୍କ ଅଫ ବରୋଦା ଜରିମାନାରୁ ବଂଚିବା ପାଇଁ ନିଜ ଗ୍ରାହକମାନଙ୍କୁ ଖାତାରେ ସର୍ବନିମ୍ନ ବାଲାନ୍ସ ମେଂଟେନ କରିବାକୁ ପରାମର୍ଶ ଦେଇଛି । ଏଥିପାଇଁ ଗ୍ରାହକଙ୍କ ମୋବାଇଲ ନମ୍ବରକୁ ମେସେଜ ପଠାଇ ଏସଂକ୍ରାନ୍ତରେ ଗ୍ରାହକଙ୍କୁ ସୂଚନା ଦେଉଛି ।