ମଝି ଆକାଶରେ ନିଆଁ ! ବିମାନ ମଧ୍ୟରେ ହୁତୁହୁତୁ ହୋଇ ଜଳି ଉଠିଲା ଲ୍ୟାପଟପ

61

ଦିନକୁ ଦିନ ଦେଶର ସ୍ଥିତି ସଙ୍ଗୀନ ସ୍ଥିତିରେ ପହଂଚିଲାଣି । କେଉଁଠି ଭୂମିକମ୍ପରେ ଶହ ଶହ ଲୋକଙ୍କର ପ୍ରାଣ ଗଲାଣି ତ ପୁଣି କେଉଁଠି ଆତଙ୍କବାଦୀ ହମଲା । ସେହିପରି କେଉଁଠି ଡଙ୍ଗା ବୁଡି ହେଲାଣି ତ ପୁଣି କେଉଁଠି ଚଳନ୍ତା ବିମାନରେ ଲାଗିଲାଣି ନିଆଁ । ତେବେ ଏହି ପ୍ରସଙ୍ଗ ଆଲୋଚନା କରିବାର ମୁଖ୍ୟ ଉଦ୍ଦେଶ୍ୟ ଆମର ଏହି ଖବର ସହିତ ଜଡିତ ଆଉ ଏହି ଘଟଣାଟି ହେଲା ବିମାନରେ ନିଆଁ ଲାଗିବା ।

ନିକଟରେ ଆମେ ଆପଣଙ୍କୁ ଜଣାଇଥିଲୁ କି ଏକ ଚଳନ୍ତା ବିମାନରେ ଜଣେ ମହିଳାଙ୍କ ମୋବାଇଲରେ ନିଆଁ ଲାଗିଯାଇଥିଲା ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା । ଯଦିଓ ପରବର୍ତ୍ତୀ ସମୟରେ ନିଆଁକୁ ଆୟତ କରିଦିଆଯାଇଥିଲା ହେଲେ ଏହି ଘଟଣା ପରେଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏକ ବଡ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ସୂଚନା ମୁତାବକ, ଇଣ୍ଡିଗୋର ଏକ ବିମାନ ଉଡାଣ ସମୟରେ ପ୍ଲେନରେ ଥିବା ଏକ ଲାପଟପରେ ନିଆଁ ଲାଗିଯାଇଥିଲା । ତେବେ ଏହି ପ୍ଲେନଟି ତିରୁବନ୍ତପୁରମରୁ ବେଙ୍ଗାଲୁରୁ ଯାଉଥିବା ସମୟରେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲା ।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ମୁତାବକ, ତିରୁବନ୍ତପୁରମରୁ ବେଙ୍ଗାଲୁରୁ ଅଭମୁଖେ ଯାଉଥିବା ଫ୍ଲାଇଟ ନମ୍ବର ୬ଇ-୪୪୫ରେ ଥିବା ଏକ ଲ୍ୟାପଟପରେ ଗତ ଶନିବାର ତଥା ୧୧ ନଭେମ୍ବରରେ ନିଆଁ ଲାଗି ଯାଇଥିଲା । ଫ୍ଲାଇଟରେ ବସିଥିବା ଯାତ୍ରମାନେ କ୍ରୃ ମେମ୍ବର୍ସଙ୍କୁ ସୂଚିତ କରିବା ପରେ ଯାଇ କ୍ରୃ ମେମ୍ବର୍ସଙ୍କୁ ଏସଂପର୍କିତ ଖବର ମିଳିଥିଲା । ଯାତ୍ରୀଙ୍କ କହିବା କଥା ହେଲାକି, ସେମାନେ ବସିଥିବା କେବିନରୁ କିଛି ଜଳିବାର ଏକ କଳା ବ୍ୟାଗରୁ କିଛି ଜଳିବାର ଗନ୍ଧ ଆସିଥିଲା । ଏହାପରେ ସେମାନେ କ୍ରୃ ମେମ୍ବର୍ସଙ୍କୁ ଜଣାଇଥିଲେ । ଯାତ୍ରୀଙ୍କଠାରୁ ଖବର ପାଇ କ୍ରୃ ମେମ୍ବର୍ସ ଅଗ୍ନିଶମକ ଯନ୍ତ୍ର ସହାୟତାରେ ଏହି ନିଆଁକୁ ଆୟତ କରିଥିଲେ ଏବଂ ସେଠାରେ ବସିଥିବା ଯାତ୍ରୀଙ୍କୁ ଅନ୍ୟ ଏକ ସ୍ଥାନରେ ସ୍ତାନାନ୍ତର କରିଥିଲେ । ଏଥିସହିତ ହିଁ ଯେ ପର୍ଯ୍ୟନ୍ତ ଫ୍ଲାଇଟ ଲ୍ୟାଣ୍ଡ ହୋଇ ନଥିଲା ସେହି ଲାପଟପକୁ ରପାଣିରେ ବୁଡାଇ ରଖାଯାଇଥିଲା ।

ଏଠାରେ ଆମେ କହି ରଖୁଛୁ କି, ଚଳାନ୍ତା ବିମାନରେ ନିଆଁ ଲାଗିବା ଘଟଣା କୌଣସି ନୂଆ ଘଟଣା ନୁହେଁ କାରଣ ଏହା ପୂର୍ବରୁ ବି ବିମାନ ଉଡାଣ ସମୟରେ ମୋବାଇଲରେ ନିଆଁ ଲାଗିଯାଇଥିବା ନେଇ ଅନେକ ଖବର ସାମ୍ନାକୁ ଆସି ସାରିସାରିଛି । କିଛି ଦିନ ତଳେ ହିଁ ଜେଟ୍ ଏୟାରବେସ ଫ୍ଲାଇଟରେ ଜଣେ ଯାତ୍ରୀଙ୍କ ସାମସଙ୍ଗ ଗାଲାକ୍ସି ଜେ-୭ରେ ନିଆଁ ଲାଗି ଯାଇଥିଲା । ଯଦିଓ ଏଥିରେ କାହାର କିଛି କ୍ଷତି ଘଟି ନଥିଲା ମାତ୍ର ମଝି ଆକାଶରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ନିଶ୍ଚୟ ଏକ ଚିନ୍ତାର ବିଷୟ ଅଟେ । ତେବେ ଏହି ବିମାନଟି ଦିଲ୍ଲୀରୁ ଇନ୍ଦୋର ଅଭିମୁଖେ ଯାତ୍ରା କରୁଥିଲା ଏବଂ ଏଥିରେ ୧୨୦ ଜଣ ଯାତ୍ରୀ ଯାଉଥିଲେ ।