ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ! ଭିଆଇପି ଓ କାର୍ଯ୍ୟରତ ବିଚାରପତିଙ୍କ ପାଇଁ ଟୋଲ ପ୍ଲାଜାରେ ତିଆରି ହେଉ ସ୍ୱତନ୍ତ୍ର ଲେନ ।

35

କନକ ବ୍ୟୁରୋ : ଏନଏଚଏଆଇକୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଭିଆଇପି ଓ କାର୍ଯ୍ୟରତ ବିଚାରପତିମାନଙ୍କ ପାଇଁ ଟୋଲ ପ୍ଲାଜାରେ ତିଆରି କରାଯାଉ ଅଲଗା ଲେନ । ଦେଶର ସମସ୍ତ ଟୋଲ ପ୍ଲାଜାରେ ଭିଆଇପି ଓ କାର୍ଯ୍ୟରତ ବିଚାରପତିଙ୍କ ପାଇଁ ଅଲଗା ଅଲଗା ଲେନ୍ ତିଆରି କରିବାକୁ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ବା ଏନଏଚଏଆଇକୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ହୁଲୁବାଡ ଜି ରମେଶ ଓ ଜଷ୍ଟିସ ଏମବି ମୁରଲିଧରଣଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ସମସ୍ତ ଟୋଲପ୍ଲାଜାର ସର୍କୁଲାର ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସର୍କୁଲାର ଜାରି କରାନଯାଏ ତାହେଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ଟୋଲ ପ୍ଲାଜାରେ ଭିଆଇପି ଓ ବିଚାରପତିମାନଙ୍କ ଗାଡିକୁ ଦୀର୍ଘ ସମୟ ଧରି ଅଟକାଇ ଦିଆଯାଉଛି । ଯାହାକି ଦୁଃଖଦ ଘଟଣା ବୋଲି କୋର୍ଟ କହିଛନ୍ତି । ତେବେ ଏନେଇ ଏନଏଚଏଆଇକୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ନିର୍ଦ୍ଦେଶ ଅନୁଯାୟୀ, ଭିଆଇପି ଓ କାର୍ଯ୍ୟରତ ବିଚାରପତିମାନଙ୍କ ପାଇଁ ଟୋଲ୍ ପ୍ଲାଜାରେ ଅଲଗା ଲେନ୍ ତିଆରି କରାଯିବା ନେଇ ଉଲ୍ଲେଖ ରହିଛି ।