ଲୋକପ୍ରିୟତା ଦେଖାଇବାକୁ ଲାଲୁଙ୍କ ଫଟୋସପ ଫର୍ମୁଲା । ଟ୍ୱିଟରରେ ହେଲେ ଲୋକହସା

34

ରବିବାର ଦିନ ବିହାର ପାଟଣାର ଗାନ୍ଧି ମୈଦାନରେ ରାଷ୍ଟ୍ରିୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ‘ବିଜେପି ଭଗାଓ ଦେଶ ବଚାଓ’ ଅଭିଯାନରେ ଏକ ମହାରାଲିର ଆୟୋଜନ କରିିଥିଲେ ରାଜେଡି ମୁଖ୍ୟ । ତେବେ ବିଜେପିକୁ ବିରୋଧ କରି ଏହି ରାଲିର ଡାକରା ଦେଇଥିଲେ ଲାଲୁ ଯାଦବ ଆଉ ଏହି ବିଶାଳ ରାଲିରେ ଯୋଗଦେିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ଶରଦ ଯାଦବ, କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ।

ଖାଲି ସେତିକି ନୁହେଁ ଏହି ରାଲିକୁ ସଫଳ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଲୋକଙ୍କୁ ବୋହି ଆଣିବାରେ ଲାଗି ପଡିଥିଲେ ଖୋଦ୍ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ । ତେବେ ରାଲିକୁ ନେଇ ଲାଲୁଙ୍କ ମନରେ ଦେଖାଦେଇଥିଲା ପ୍ରବଳ ଉତ୍କଣ୍ଠା ଆଉ ରାଲିର ସଫଳତାକୁ ଦେଖି ଲାଲୁ ନିଜର ଟୁଇଟର ଆକାଉଂଟରେ ନିଜ ସମର୍ଥକଙ୍କ ଦ୍ୱାରା ଭରି ରହିଥିବା ଗାନ୍ଧି ମୈଦାନର ଏକ ଫଟୋ ସେୟାର କରିଦେଇଥିଲେ । କିନ୍ତୁ ଏହାପରେ ଯେତେବେଳେ ଆଉ ଏକ ଫଟୋ ସାମ୍ନାକୁ ଆସିଥିଲା ସେତେବେଳେ ଲାଲୁଙ୍କ ପୋଲ୍ ଖୋଲି ଯାଇଥିଲା ।

ସୂଚନା ମୁତାବକ, ରବିବାରକୁ ଲାଲୁଙ୍କଦ୍ୱାରା ଆୟୋଜିତ ‘ବିଜେପି ଭଗାଓ ଦେଶ ବଚାଓ’ ମହାରାଲି ସମ୍ବର୍ଦ୍ଧିତ ଅନେକଗୁଡିଏ ଟୁଇଟ୍ କରିଥିଲେ । ଲାଲୁ ଜନତାଙ୍କୁ ଧନ୍ୟବାଦ ଜଣାଇବା ସହ ନିତିଶଙ୍କୁ ଟାର୍ଗେଟ କରି ଲେଖିଥିଲେ କି, ବର୍ତ୍ତମାନ ଗାନ୍ଧି ମୈଦାନ ଲୋକାରଣ୍ୟରେ ଭରପୂର । ଆହୁରୀ ହଜାର ହଜାର ହଜାର ସଂଖ୍ୟକ ଲୋକ ରାସ୍ତାରେ ଛିଡାହୋଇଛନ୍ତି । ତେଣୁ ନିତିଶ ଏଥିରୁ ଜାଣିଯିବା ଦରକାର କି ଜନତା ଏବେ ଲାଲୁ ସରକାରଙ୍କୁ ଚାହୁଁଛନ୍ତି, ବିଜେପିକୁ ନୁହେଁ । ଏହାପରେ ଲାଲୁ ଏକ ଜନାରଣ୍ୟ ଭରା ଫଟୋକୁ ପୋଷ୍ଟ କରିଥିଲେ । ଯଦି ଫଟୋଟିକୁ ଧ୍ୟାନର ସହ ଦେଖାଯାଏ ତେବେ ଲାଲୁ ପୋଷ୍ଟ କରିଥିବା ଫଟୋଟି ଫଟୋସପ୍ ମାଧ୍ୟମରେ କରାଯାଇଛି ବୋଲି ଜଣାପଡିଯାଉଥିଲା ।

ଲାଲୁ ଫଟୋଟିକୁ ପୋଷ୍ଟ କରିବାର ମାତ୍ର କିଛି ସମୟ ପରେ ହିଁ ଆରମ୍ଭ ହୋଇଯାଇଥିଲା ଲୋକଙ୍କ ସମାଲୋଚନା । । କିଛି ଲୋକ ଲାଲୁ କଟାକ୍ଷ କରି ଲେଖିଥିଲେ କି, ଲାଲୁ ଏଠାରେ ମଧ୍ୟ ଘୋଟାଲା କରିବାକୁ ପଛେଇଲେ ନାହିଁ । ତେବେ ଏହାପରେ ଲାଲୁ ସଭାସ୍ଥଳୀର ଅସଲୀ ଫଟୋ ସେୟାର କରିଥିଲେ ।

ସୌଜନ୍ୟ: ଜୀନ୍ୟୁଜ୍