ଫ୍ଲିପକାର୍ଟ ହେଲ୍ପଲାଇନରେ କଲ କରିବା କ୍ଷଣି ଗ୍ରାହକ ହୋଇଯାଉଛନ୍ତି ବିଜେପିର ସଦସ୍ୟ । ବିଭିନ୍ନ ମହଲରେ ଅସନ୍ତୋଷ

27

ଯଦି ଆପଣ ଇୟରଫୋନ ପାଇଁ ଟଙ୍କା ଦେଇଥିବେ ଆଉ ବଦଳରେ ଆପଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ମିଳିଯାଏ ତେବେ ଏଭଳି ପରିସ୍ଥିତିରେ ଆପଣ କଣ କରିବେ ? ଏ କୌଣସି ଭଟ୍ଟା କି ପରିହାସ ନୁହେଁ ବରଂ ଏକଦମ ସତ କଥା , କୋଲକତାରେ ଜଣେ ବ୍ୟକ୍ତିଙ୍କ ସହ ଠିକ୍ ଏଭଳି ହିଁ କିଛି ଘଟିଛି ।

ବ୍ୟକ୍ତି ଜଣକ ନିକଟରେ ଇ-କମର୍ସ ସାଇଟ ତଥା ଫ୍ଲିପକାର୍ଟରେ ଏକ ଇୟରଫୋନ ପାଇଁ ଅଡର କରିଥିଲେ । ତେବେ କଂପାନୀର ନିର୍ଧାରିତ ତାରିଖରେ ଅର୍ଡରଟି ଡେଲିଭରୀ ହୋଇଥିଲା ସତ ହେଲେ ସେଥିରୁ ଇୟରଫୋନ ପରିବର୍ତ୍ତେ ବାହାରିଥିଲା ତେଲ ବୋତଲ । ଏହାପରେ ବ୍ୟକ୍ତି ଜଣକ କାଳ ବିଳମ୍ବ ନକରି ତୁରନ୍ତ ପ୍ୟାକେଟରେ ଲେଖାଯାଇଥିବା କଂପାନୀର କଷ୍ଟମର କେୟାର ନମ୍ବରରେ ଫୋନ କରିଥିଲେ । ତାଙ୍କୁ ଲାଗିତିଲା କି, ଏହାଦ୍ୱାରା ଫ୍ଲିପକାର୍ଟର ଅଧିକାରୀଙ୍କୁ ସେ ନିଜ ସମସ୍ୟା ସଂପର୍କରେ ଅବଗତ କରାଇପାରିବେ ହେଲେ ବ୍ୟକ୍ତି ଜଣଙ୍କୁ ଜଣା ନଥିଲା କି, ତାଙ୍କ ପାଇଁ ପୁଣି ଏକ ସରପ୍ରାଇଜ୍ ଅପେକ୍ଷା କରି ରହିଥିଲା ବୋଲି ।

ବ୍ୟକ୍ତି ଜଣକ କଂପାନୀର କଷ୍ଟମର କେୟାର ନମ୍ବରରେ କଲ କଲାପରେ ତାହା ହଠାତ୍ କଟି ଯାଇଥିଲା ଆଉ କଲଟି ଡିସକନେକ୍ଟ ହେବାର ମାତ୍ର କିଛି ସମୟ ପରେ ତାଙ୍କ ମୋବାଇଲ ନମ୍ବରକୁ ଏକ ମେସେଜ ଚାଲି ଆସିଥିଲା । ଯେଉଁ ମେସେଜରେ ଲେଖାଯାଇଥିଲା କି, ‘ବିଜେପିରେ ଆପଣଙ୍କୁ ସ୍ୱାଗତ’ । ଆଜ୍ଞା ହଁ ! ଏଭଳି ହିଁ ହୋଇଛି । ବରଂ ଏହି ମେସେଜରେ ତାଙ୍କୁ ପାର୍ଟିରେ ସାମିଲ ହେବା ଉପରେ ପ୍ରାଥମିକ ସଦସ୍ୟତା ନମ୍ବର ମଧ୍ୟ ଦିଆଯାଇଥିଲା । ଏହାପରେ ବ୍ୟକ୍ତି ଜଣକ ଫ୍ଲିପକାର୍ଟରେ ଦିଆଯାଇଥିବା ଟୋଲ ଫ୍ରି କଷ୍ଟମର କେୟାର ନମ୍ବରରେ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ଏପରିକି ଏସକ୍ରାନ୍ତରେ ସେ ତାଙ୍କ ବନ୍ଧୁମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ଆଉ ସେମାନଙ୍କ ମୋବାଇଲକୁ ମଧ୍ୟ ଏଭଳି ମେସେଜ ଆସିଥିଲା ।

ଯଦିଓ ପରେ ଜଣା ପଡିଥିଲା କି, ବ୍ୟକ୍ତି ଲଗାଇଥିବା ନମ୍ବରଟି ଭୁଲ ନମ୍ବର ଥିଲା ବୋଲି ଏବଂ ଫ୍ଲିପକାର୍ଟର ପ୍ୟାକେଟରେ ଦିଆଯାଇଥିବା ନମ୍ବର ଅସଲରେ ବିଜେପି ସହ ସମ୍ବଧିତ ଥିଲା । ଏହି ନମ୍ବରରେ ଫୋନ କରିବା ପରେ ଆପଣ ପାର୍ଟିର ସଦସ୍ୟତା ହୋଇପାରିବେ । ଯଦିଓ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି କି, ଫ୍ଲିପକାର୍ଟ ସହ ପାର୍ଟିର କୌଣସି ବି ନେଣ-ଦେଣ ନାହିଁ ବୋଲି ସେପଟେ କିନ୍ତୁ ଫ୍ଲିପକାର୍ଟ ସ୍ୱୀକାର ମଧ୍ୟ କରିଛି କି, ପ୍ୟାକେଟରେ ଦିଆଯାଇଥିବା ନମ୍ବରଟି ବାସ୍ତବରେ ୩ ବର୍ଷ ପୁରୁଣାର ଅଟେ ।

କିନ୍ତୁ ଏହି ପ୍ରଶ୍ନ ଉଠୁଛି କି, କିଭଳି ଫ୍ଲିପକାର୍ଟର ନମ୍ବର ବିଜେପି ପାଖରେ ଏବଂ ପୁଣି ଥରେ ସେହି ପ୍ୟାକେଟକୁ କିଭଳି ପହଂଚିଲା । ତେବେ ଟୁଇଟରରେ ଅନେକ ଲୋକ ପୋଷ୍ଟ କରିବା ପରେ ଦାବି ଉଠିଛି କି, ଅନ୍ୟ ଉପଭୋକ୍ତାଙ୍କୁ ବି ଫ୍ଲିପକାର୍ଟର କଷ୍ଟମର କେୟାର ନମ୍ବରରେ କଲ କରିବା ଉପରେ ଏଭଳି ହିଁ ସମସ୍ୟାର ସମ୍ନା କରିବାକୁ ପଡିଛି ।